ETV Bharat / state

ରାସ୍ତାରେ ଦୃଷ୍ଟିହୀନ ଦମ୍ପତ୍ତିଙ୍କ ଦୁଃଖ ଶୁଣିଲେ ଦରଦି ଜିଲ୍ଲାପାଳ - ନବରଙ୍ଗପୁର ଜିଲ୍ଲାପାଳ

ଅନ୍ୟ ବଡ ବଡ ବାବୁଙ୍କ ପରି ନୁହେଁ ବରଂ ଜଣେ ସାଧାରଣ ମଣିଷ ଭଳି ଅନ୍ୟ ଜଣେ ମଣିଷର ଦୁଃଖ ବୁଝିଛନ୍ତି ସେ । ସରକାରୀ ଗାଡିରୁ ଓହ୍ଲାଇ ଆସି ଥାପୁଡାଇ ଦେଇଥିଲେ ଅସହାୟର କାନ୍ଧ ଆଉ ଦେଇଛନ୍ତି ଥଇଥାନର ପ୍ରତିଶୃତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Sep 26, 2019, 3:10 PM IST

ନବରଙ୍ଗପୁର: ଅନ୍ୟ ବଡ ବଡ ବାବୁଙ୍କ ପରି ନୁହେଁ ବରଂ ଜଣେ ସାଧାରଣ ମଣିଷ ଭଳି ଅନ୍ୟ ଜଣେ ମଣିଷର ଦୁଃଖ ବୁଝିଛନ୍ତି ସେ । ସରକାରୀ ଗାଡିରୁ ଓହ୍ଲାଇ ଆସି ଥାପୁଡାଇ ଦେଇଥିଲେ ଅସହାୟର କାନ୍ଧ । ଦୁଃଖ ଶୁଣି ସହାୟତା କରିବାର ଆଶ୍ବାସନ ବି ଦେଇଥିଲେ । ଏ ଦୃଶ୍ୟ ହେଉଛି ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ଛକ ପାଖର । ହାତରେ ଭିକ ମୁଣି ଓ ବାଡି ଖଣ୍ଡେ ଧରି ବାଟ ହୁଡୁଥିଲେ ଦୃଷ୍ଟିହୀନ ଦମ୍ପତ୍ତି ।

ଠିକ୍‌ ଏହି ସମୟରେ ସେହି ବାଟ ଦେଇ ଯାଉଥିଲେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର । ଦୃଷ୍ଟିହୀନ ବୃଦ୍ଧ ଦମ୍ପତ୍ତିଙ୍କୁ ଦେଖି ସେଠାରେ ଅଟକି ଯାଇଥିଲେ ଜିଲ୍ଲାପାଳ । ଗାଡିରୁ ଓହ୍ଲାଇ ସେମାନଙ୍କ ପାଖରେ ପହଞ୍ଚିଥିଲେ ଓ ପଚାରି ବୁଝିଥିଲେ ସେମାନଙ୍କ ନାଁ ଓ ଠିକଣା । ପଚାରିବାରୁ ଜଣା ପଡିଥିଲା କି ଦମ୍ପତ୍ତି ହେଉଛନ୍ତି ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତର ସମ୍ବାରୁ ଭତ୍ରା ଓ ସୁକାନ୍ତି ଭତ୍ରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ତିନି ଦିନ ତଳେ ଝାଡାବାନ୍ତିର ଶିକାର ହୋଇ ସେମାନେ ପାପଡାହାଣ୍ଡି ମେଡିକାଲରେ ଚିକିତ୍ସିତ ହେଉଥିଲେ । ଗୁରୁବାର ସେଠାରୁ ଫେରୁଥିବା ସମୟରେ ସେମାନଙ୍କୁ ଭେଟିଥିଲେ ଜିଲ୍ଲାପାଳ । ତେବେ ଡାକ୍ତରଖାନାରୁ 12 କିଲୋମିଟର ଦୂର ନିଜ ଘରକୁ ଫେରୁଥିବା ସେମାନେ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଏହା ବି ଜଣାଇଥିଲେ କି ଦୃଷ୍ଟିହୀନ ହୋଇଥିବାରୁ କୌଣସି ଗାଡି କିମ୍ବା ବସ୍‌ ସେମାନଙ୍କୁ ନେବା ପାଇଁ ରାଜି ହେଉ ନାହିଁ ।

ତେବେ ଡାକ୍ତରଖାନାରେ ଚିକିତ୍ସା କିପରି ଥିଲା ଓ ମାଗଣା ଚିକିତ୍ସା କରି ଔଷଧ ଦେଇଥିଲେ କି ନାହିଁ ତାହା ପଚାରି ବୁଝିଥିଲେ ଜିଲ୍ଲାପାଳ । ଉତ୍ତରରେ ଡାକ୍ତରଖାନାରେ ଭଲ ଚିକିତ୍ସା ଦେଇଥିଲେ ବୋଲି ପ୍ରକାଶ କରିଥିଲେ ଦମ୍ପତ୍ତି । ସେହିପରି ସରକାରୀ ଯୋଜନା ଅନ୍ତର୍ଭୁକ୍ତ ଚାଉଳ ଓ ଭତ୍ତା ସମ୍ପର୍କରେ ପଚାରିଥିଲେ ଜିଲ୍ଲାପାଳ । ଯାହାର ଉତ୍ତରରେ ସମସ୍ତ ସୁବିଧା ପାଉଥିବା ଜଣାଇଥିଲେ ଦମ୍ପତ୍ତି । କିନ୍ତୁ ସରକାରୀ ଜମିରେ ଝାଟିମାଟିର ଘର ଖଣ୍ଡେରେ ମୁଣ୍ଡ ଗୁଞ୍ଜିଥିବା କହିଥିଲେ ସେମାନେ ।

ଏହା ଶୁଣିବା ପରେ ଘର ଖଣ୍ଡେ ଯୋଗାଇବା ପାଇଁ ତହସିଲଦାରଙ୍କୁ ଓ ଆବାସ ଯୋଜନାରେ ଘର ଯୋଗାଇବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେବେ ବୋଲି ଜିଲ୍ଲପାଳ ପ୍ରତିଶୃତି ଦେଇଥିଲେ । ଆଗାମୀ ତିନି ମାସ ମଧ୍ୟରେ ସେମାନଙ୍କୁ ଜମି ଓ ଘର ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ ।

ପ୍ରକାଶ ଯେ ଖଇରା ଗ୍ରାମର ଏହି ଦୃଷ୍ଟିହୀନ ଦମ୍ପତ୍ତି ରାତି ପାହିଲେ ଗାଁ ଗାଁ ବୁଲି ଗୀତ ଗାଇ ଭିକ ମାଗି ପେଟ ପୋଷନ୍ତି । ଯେଉଁ ଗ୍ରାମରେ ରାତି ହୋଇଯାଏ ସେଠାରେ ହିଁ ରାତି କାଟନ୍ତି । ସେଥିପାଇଁ ଭିକ ମୁଣି ସହ ଦୁଇ ଖଣ୍ଡ ଚାଦର ସାଙ୍ଗରେ ଧରି ବୁଲନ୍ତି ଏମାନେ । ତେବେ ଏହି ବୃଦ୍ଧ ଦମ୍ପତ୍ତି ପ୍ରତି ଜିଲ୍ଲାପାଳ ଦେଖାଇଥିବା ମାନବିକତାକୁ ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସାର ସୁଅ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ଜିଲ୍ଲାପାଳଙ୍କ ମାନବିକତା । ଗାଡି ଅଟକାଇ ଦୃଷ୍ଟିହୀନ ଦମ୍ପତ୍ତି ଙ୍କୁ ଭେଟିଲେ ।
ଫର୍ମାଟ - ଏଭିଓ, ୨୬/୦୯/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
---------------------------------------------------------
ଆଙ୍କର - ନବରଙ୍ଗପୁର ଜିଲ୍ଲାପାଳଙ୍କ ମାନବିକତା । ଗାଡି ଅଟକାଇ ଭେଟିଲେ ଦୃଷ୍ଟିହୀନ ଦମ୍ପତ୍ତି ଙ୍କୁ । ଆଉ ସହାୟତା ଯୋଗାଇଦେବା ପାଇଁ ଦେଲେ ପ୍ରତିଶୃତି ।
ଭିଓ -୧- ପାଦରେ ନଥିଲା ଚପଲଟିଏ । କାନ୍ଧରେ ଝୁଲୁଥିଲା ଭିକ ମୁଣି । ହାତରେ ବାଡ଼ି ଖଣ୍ଡିଏ ଧରି ରାସ୍ତା ଠଉରେଇ ଠଉରେଇ ବହୁ କଷ୍ଟ ରେ ଘରକୁ ଫେରୁଥିଲେ ଏକ ବୃଦ୍ଧ ଦମ୍ପତ୍ତି । ଏହି ସମୟରେ ସେହି ବାଟ ଦେଇ ଫେରୁଥିଲେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର । ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲ୍ଲ। ଛକ ନିକଟରେ ସେମାନଙ୍କୁ ଦେଖିବାକୁ ପାଇଥିଲେ । ସେମାନଙ୍କ ଉପରେ ଦୃଷ୍ଟି ପଡିବା ପରେ ସାଙ୍ଗେ ସାଙ୍ଗେ ଡ୍ରାଇଭର ଙ୍କୁ ଗାଡି ଅଟକାଇବା ପାଇଁ କହିଥିଲେ । ଗାଡି ଅଟକିବା ପରେ ସିଧାସଳଖ ପହଞ୍ଚି ଥିଲେ ଏହି ଦିବ୍ୟାଙ୍ଗ ଦମ୍ପତ୍ତି ଙ୍କ ନିକଟକୁ । ସେମାନଙ୍କ ନା ଓ ଗାଁ ଠିକଣା ପଚାରି ବୁଝିଥିଲେ । ସରକାର ଙ୍କ ତରଫରୁ ସହାୟତା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଦୃଷ୍ଟିହୀନ ଦମ୍ପତ୍ତି ଥିଲେ ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ ର ସମ୍ବାରୁ ଭତ୍ରା ଓ ସୁକାନ୍ତି ଭତ୍ରା । ତିନି ଦିନ ତଳେ ସେମାନେ ଝାଡ଼ାବାନ୍ତି ରେ ଶିକାର ହୋଇଥିଲେ । ପାପଡାହାଣ୍ଡି ମେଡିକାଲ ରେ ଚିକିତ୍ସିତ ହୋଇ ଘରକୁ ଫେରୁଥିଲେ । କୌଣସି ବସ କିମ୍ବା ଗାଡି ନେଉନଥିବା ଦୁଃଖର ସହ ଜଣାଇଥିଲେ ଜିଲ୍ଲାପାଳ ଙ୍କୁ । ପାପଡାହାଣ୍ଡି ରୁ ୧୨ କିଲୋମିଟର ଦୂରରେ ଥିବା ନିଜ ଘର ଖାଇରା ଗ୍ରାମକୁ ଫେରୁଥିବା କହିଥିଲେ । ଡାକ୍ତରଖାନାରେ ଡାକ୍ତର କିପରି ଚିକିତ୍ସା ଯୋଗାଇଦେଇଥିଲେ ଏବଂ ମାଗଣା ରେ ଚିକିତ୍ସା କରି ଔଷଧ ଯୋଗାଇଦେଇଥିଲେ କି ନାହିଁ ତାହା ସେମାନଙ୍କୁ ପଚାରିବୁଝିଥିଲେ ଜିଲ୍ଲାପାଳ । ମେଡିକାଲ ରେ ଡାକ୍ତର ଭଲ ଚିକିତ୍ସା ଯୋଗାଇଦେଇଥିଲେ ଓ ମାଗଣାରେ ସବୁ ଔଷଧ ଓ ସେବା ଯୋଗାଇଦେଇଥିବା ଜିଲ୍ଲାପାଳଙ୍କୁ ଜଣାଇଥିଲେ ଏହି ଦମ୍ପତ୍ତି । ସରକାର ଙ୍କ ତରଫରୁ ଯୋଗାଇଦିଆଯାଉଥିବା ଚାଉଳ ଓ ଭତ୍ତା ମିଳୁଛି କି ନାହିଁ ତାହା ପଚାରିବୁଝିଥିଲେ ଜିଲ୍ଲାପାଳ । ସମସ୍ତ ସରକାରୀ ସୁବିଧା ମିଳୁଥିବା କହିଲେ ଉଭୟ ଦମ୍ପତ୍ତି । କିନ୍ତୁ ସରକାରୀ ଜମିରେ ଝାଟି ମାଟି ର କୁଡ଼ିଆ କରି ମୁଣ୍ଡ ଗୁଞ୍ଜିଥିବା କହିଥିଲେ ଦମ୍ପତ୍ତି । ଏହା ଶୁଣିବା ପରେ ଘର ଡିହ ଯୋଗାଇଦେବା ପାଇଁ ତହସିଲଦାର ଙ୍କୁ ଏବଂ ଆବାସ ଯୋଜନା ଘର ଯୋଗାଇଦେବା ପାଇଁ ବିଡ଼ିଓ ଙ୍କୁ ନିର୍ଧେସ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଗାମୀ ତିନି ମାସ ମଧ୍ୟରେ ସେମାନଙ୍କ ପାଇଁ ଜମି ଏବଂ ଗୃହ ଯୋଗାଇଦେବା ପାଇଁ ଜିଲ୍ଲାପ୍ରଶାଶନ ପକ୍ଷରୁ ଉଦ୍ୟମ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । ଖାଇରା ଗ୍ରାମର ଏହି ଦୃଷ୍ଟିହୀନ ଦମ୍ପତ୍ତି ରାତି ପାହିଲେ ଗାଁ କୁ ଗାଁ ବୁଲି ଗୀତ ଗାଇ ଭିକ ମାଗନ୍ତି । ଯେଉଁ ଗ୍ରାମରେ ରାତି ହୋଇଯାଏ ସେହି ଗ୍ରାମରେ ହିଁ ରାତି କଟାନ୍ତି । ସେଥିପାଇଁ ଭିକ ମୁଣି ସହ ଦୁଇଖଣ୍ଡ ଚାଦର ସାଙ୍ଗରେ ଥାଏ । ଜିଲ୍ଲାପାଳ ଙ୍କ ଏହି କାର୍ଯ୍ୟ କୁ ଚାରି ଆଡୁ ପ୍ରଶଂସା ର ସୁଅ ଛୁଟୁଛି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.