ETV Bharat / state

ନବରଙ୍ଗପୁର ପ୍ରଶାସନ ପକ୍ଷରୁ ଫିସ ଫେଷ୍ଟିଭାଲ ସଚେତନତା କାର୍ଯ୍ୟକ୍ରମ - ନବରଙ୍ଗପୁର ଜିଲ୍ଲା ପ୍ରଶାସନ

ଚାଷୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଫିସ ଫେଷ୍ଟିଭାଲ ସଚେତନ କାର୍ଯ୍ୟକ୍ରମ ସ୍ଥାନୀୟ ପୋଲିସ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ତେବେ ୧୨ଟି ବୈଜ୍ଞାନିକ ସଂସ୍ଥା ତରଫରୁ ଚାଷୀଙ୍କୁ ମାଛ ଜାଆଁଳା ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ପାଇଁ ଉନ୍ନତ ଜ୍ଞାନ କୌଶଳ ପ୍ରଦାନ କରାଯାଉଛି । ଅଧିକ ପଢନ୍ତୁ...

Nabarangpur administration is organized a fish festival awareness program
ନବରଙ୍ଗପୁର ପ୍ରଶାସନ ପକ୍ଷରୁ ଫିସ ଫେଷ୍ଟିଭାଲ ସଚେତନ କାର୍ଯ୍ୟକ୍ରମ
author img

By

Published : Dec 3, 2020, 11:06 AM IST

Updated : Dec 3, 2020, 11:19 AM IST

ନବରଙ୍ଗପୁର: ମାଛର ଅଭାବ ପୂରଣ ତଥା ମାଛ ଉତ୍ପାଦନରେ ବୃଦ୍ଧି କରିବା ସହ ମାଛ ଯାଆଁଳ ଉତ୍ପାଦନ କରି ଚାଷୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଫିସ ଫେଷ୍ଟିଭାଲ ସଚେତନ କାର୍ଯ୍ୟକ୍ରମ ସ୍ଥାନୀୟ ପୋଲିସ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଜିଲ୍ଲାରେ ମାଛ ପାଇଁ ପୋଡ଼ଶୀ ଆନ୍ଧ୍ର ରାଜ୍ୟ ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଥିଲା । ସେ ବି ପୁଣି ବରଫ ଦିଆ ମାଛ । ତେଣୁ ନବରଙ୍ଗପୁର ଜିଲ୍ଲାରେ ମାଛ ଉତ୍ପାଦନ କରିବା ପାଇଁ ନବରଙ୍ଗପୁର ଜିଲ୍ଲାକୁ ଏକ ପାଇଲଟ ଜିଲ୍ଲା ଭାବେ ଭାବେ ଗ୍ରହଣ କରାଯାଇ ସିଫାର ସହଯୋଗରେ ବିଜ୍ଞାନ ଓ ପଯୁକ୍ତି ବିଦ୍ୟା ତଥା ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରି ଚାଷୀଙ୍କୁ ଡେଭଲପ କରାଯାଉଛି ।

ନବରଙ୍ଗପୁର ପ୍ରଶାସନ ପକ୍ଷରୁ ଫିସ ଫେଷ୍ଟିଭାଲ ସଚେତନ କାର୍ଯ୍ୟକ୍ରମ

୧୨ଟି ବୈଜ୍ଞାନିକ ସଂସ୍ଥା ତରଫରୁ ଚାଷୀଙ୍କୁ ମାଛ ଜାଆଁଳା ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ପାଇଁ ଉନ୍ନତ ଜ୍ଞାନ କୌଶଳ ପ୍ରଦାନ କରାଯାଉଛି । ଏହା ସହ କମ ଖର୍ଚ୍ଚରେ କିଭଳି ଉନ୍ନତ ମାନର ମାଛ ଅଧିକ ପରିମାଣରେ ଉତ୍ପାଦନ କରିହେବ ସେ ନେଇ ଚାଷୀଙ୍କୁ ଶିକ୍ଷା ଦିଆଯାଉଛି । ସେପରି ମାଛ ବିକ୍ରି ନିମନ୍ତେ ଏକ ଫ୍ୟାକ୍ଟ୍ରିର ଉଦଘାଟନ କରାଯାଇଥିଲା ।

ପ୍ରଦର୍ଶନୀ ପଡିଆରେ ଏକ ଘଣ୍ଟା ମଧ୍ୟରେ ଏକ କ୍ବିଣ୍ଟାଲରୁ ଉର୍ଦ୍ଧ ଜିଅନ୍ତା ମାଛ ବିକ୍ରୀ ହୋଇଥିଲା । ଯାହା ଜୀଅନ୍ତା ମାଛ ପ୍ରତି ଲୋକଙ୍କ ରୁଚିକୁ ଦର୍ଶାଉଥିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Dec 3, 2020, 11:19 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.