ETV Bharat / state

ଅନନ୍ୟ ପରମ୍ପରା ନବରଙ୍ଗପୁର ବାଲିଯାତ୍ରା - ବାଲିଯାତ୍ରା

ବାଲିଯାତ୍ରାକୁ ନେଇ ନବରଙ୍ଗପୁର ଜିଲ୍ଲା ଉତ୍ସବମୁଖର ହୋଇ ଉଠିଛି । ବାଲିଯାତ୍ରାର ଅନେକ ସୋପାନ ମଧ୍ୟରୁ ବାଲିରପା ଅନ୍ୟତମ । ବାଲିରପାରେ ସାମିଲ ହୋଇଥିଲେ ଜିଲ୍ଲାର ଶତାଧିକ ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Apr 30, 2019, 1:31 PM IST

ନବରଙ୍ଗପୁର: ଆଧୁନିକତା ଛାପରେ ମଳିନ ପଡିନି ପରମ୍ପରା । ସମାଜ ଯେତେ ସଭ୍ୟ ହେଲେ ବି କେଉଁ ଆବାହନ କାଳରୁ ନବରଙ୍ଗପୁରବାସୀ ବଡ ଧୁମଧାମରେ ପାଳିତ କରି ଆସୁଛନ୍ତି କୃଷି ଭିତ୍ତିକ ପର୍ବ ବାଲିଯାତ୍ରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

କୃଷି ଭିତ୍ତିକ ପର୍ବ ବାଲିଯାତ୍ରାକୁ ନେଇ ଉତ୍ସବମୁଖର ହୋଇଉଠିଛି ନବରଙ୍ଗପୁର ଜିଲ୍ଲା । ଡହ ଡହ ଖରାକୁ ଖାତିର୍ ନ କରି ବାଲିଯାତ୍ରାରେ ସାମିଲ ହୋଇଛନ୍ତି ତେନ୍ତୁଳିଖୁଣ୍ଟି ବ୍ଲକର ଶତାଧିକ ଲୋକେ । ବାର ମାସରେ ତେର ଯାତ୍ରା ପରି ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲାରେ ବାଲିଯାତ୍ରାର ରହିଛି ଅନେକ ସ୍ବତନ୍ତ୍ରତା ।

ବାଲିଯାତ୍ରା ପର୍ବରେ ଅନେକ ସୋପାନ ରହିଥାଏ । ସେଥିମଧ୍ୟରୁ ବାଲିରପା ଅନ୍ୟତମ । ବାଲିରପାର ବିଶେଷ୍ବତ ହେଉଛି, ପ୍ରଥମେ ଧରଣୀ ମାଙ୍କ ପ୍ରତିମୂର୍ତ୍ତୀଙ୍କୁ ସ୍ଥାପନା କରାଯାଇ ପୂଜାର୍ଚ୍ଚନା କରାଯାଇଥାଏ । ଏହା ପରେ ଶତାଧିକ ଲୋକେ ବାଲି ଚାଙ୍ଗୁଡା ଧରି ନୃତ୍ୟବାଦ୍ୟରେ ତାଳେ ତାଳେ ନଦୀକୁ ଯାଇ ବାଲି ସଂଗ୍ରହ କରିଥାନ୍ତି । ଏହି ବାଲିକୁ ମନ୍ଦିରରେ ସ୍ଥାପନା କରି ଏଥିରେ ବିହନ ରୋପଣ କରାଯାଇଥାଏ । ଏହି ବିହନ ଗୁଡିକ ଗଜା ହେବା ପରେ ବାଲି ଯାତ୍ରା ଶେଷ ସୋପାନରେ ପହଞ୍ଚି ଥାଏ ।

ବିଶ୍ବାସ ରହିଛି, ବିହନ ଗୁଡିକ ଭଲ ଗଜା ହେଲେ ଭଲ ଚାଷ ହୋଇଥାଏ । ଏହି ଯାତ୍ରା କେତେକ ସ୍ଥାନରେ 12 ବର୍ଷରେ ଥରେ ହେଉଥିବାବେଳେ କିଛି ସ୍ଥାନରେ 3 ବର୍ଷରେ ଥରେ ପାଳନ କରାଯାଏ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:

BANA

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.