ମାଲକାନଗିରି: ମାଓ ଅଧ୍ୟୁଷିତ ଓ ଦୁର୍ଗମ ଇଲାକାରେ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବି । ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ନୂତନ ମେଡିକାଲ କଲେଜ ସ୍ଥାପନ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ଼. ହର୍ଷବର୍ଦ୍ଧନଙ୍କୁ ଦାବିପତ୍ର ପ୍ରଦାନ କଲେ ନବରଙ୍ଗପୁର ସାଂସଦ ରମେଶ ମାଝୀ ।
ବିଶେଷକରି ମାଓ ପ୍ରଭାବିତ ମାଲକାନଗିରି ଜିଲ୍ଲା ସହ ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲାରେ ଉନ୍ନତମାନର ସ୍ବାସ୍ଥ୍ୟସେବା ନିମନ୍ତେ ମେଡିକାଲ କଲେଜର ଆବଶ୍ୟକତା ରହିଥିବା ଦାବିପତ୍ରରେ ଉଲ୍ଲେଖ ରହିଛି । ସାଂସଦଙ୍କ ଏଭଳି ଉଲ୍ଲେଖନୀୟ ପଦକ୍ଷେପ ପାଇଁ ଜିଲ୍ଲାବାସୀ ସାଧୁବାଦ ଜଣାଇଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ