ETV Bharat / state

ସାବାସ୍‌ ପ୍ରାର୍ଥନା, ବାଟ ହୁଡୁଥିବା ସମାଜକୁ ଦିଗଦର୍ଶନ ଦେଖାଇ ସାଜିଛନ୍ତି ଉଦାହରଣ - ନବରଙ୍ଗପୁର ପ୍ରାର୍ଥନା ମିଶ୍ର

Nabarangpur Inspiring Girl Prathana: ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ରୋକିବା, ପିଲାଙ୍କୁ ସ୍କୁଲ ମୁହାଁ, କିଶୋରୀ ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଅଣ୍ଟା ଭିଡିଛନ୍ତି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ସ୍କୁଲର ୯ମ ଶ୍ରେଣୀ ଛାତ୍ରୀ ପ୍ରାର୍ଥନା ମିଶ୍ର । ଦେଖନ୍ତୁ ଏହି ରିପୋର୍ଟ

Nabarangpur Inspiring Girl Prathana
ଛାତ୍ରୀ ପ୍ରାର୍ଥନା ମିଶ୍ର
author img

By ETV Bharat Odisha Team

Published : Jan 13, 2024, 8:51 PM IST

Nabarangpur Inspiring Girl Prathana

ନବରଙ୍ଗପୁର: ଜିଲ୍ଲା ନନ୍ଦାହାଣ୍ଡି ସ୍କୁଲର ୯ମ ଶ୍ରେଣୀ ଛାତ୍ରୀ ପ୍ରାର୍ଥନା ମିଶ୍ର । ବୟସ 14 ବର୍ଷ ହେଲେ କରୁଛନ୍ତି ମହାନ କାମ । ଯେଉଁ ବୟରେ ହସି ଖେଳି ପାଠ ପଢିବା କଥା ସେହି ବୟସରେ ସମାଜରେ ପରିବର୍ତ୍ତନ ପାଇଁ ଅଣ୍ଟା ଭିଡିଛନ୍ତି ପ୍ରାର୍ଥନା । ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ରୋକିବା, ପିଲାଙ୍କୁ ସ୍କୁଲ ମୁହାଁ, କିଶୋରୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସେ ଘର ଘର ବୁଲି ସଚେତନ କରୁଛନ୍ତି ।

ବାପା-ମାଆ ଚାଲିଯିବା ପରେ ବି ହାର ମାନି ନାହାନ୍ତି ପ୍ରାର୍ଥନା: ୨୦୧୯ରେ ପ୍ରାର୍ଥନାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା । ୨୦୨୧ରେ ବାପାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ବି ହାର ମାନି ନଥିଲେ ପ୍ରାର୍ଥନା । ସେ ଗତ ୩ ବର୍ଷ ହେବ ମାଉସୀଙ୍କ ଘରେ ନନ୍ଦାହାଣ୍ଡି ଗ୍ରାମରେ ରହୁଛନ୍ତି । ସେ ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କ ଠାରୁ ପ୍ରେରଣା ପା‌ଇ ସମାଜକୁ ପରିବର୍ତ୍ତନ ପାଇଁ ଆଗେଇ ଆସିଛନ୍ତି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ସ୍କୁଲର ୯ମ ଶ୍ରେଣୀ ଛାତ୍ରୀ ପ୍ରାର୍ଥନା ମିଶ୍ର ।

ପିଲାଙ୍କୁ ସ୍କୁଲ ମୁହାଁ ପ୍ରାର୍ଥନାଙ୍କ ଲକ୍ଷ୍ୟ: ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲାରେ ଡ୍ରପ ଆଉଟ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ସ୍କୁଲକୁ ନଯାଇ ପରିବାରଲୋକଙ୍କୁ କାର୍ଯ୍ୟରେ ସହଯୋଗ କରିଥାଆନ୍ତି । କେବଳ ଡ୍ରପ ଆଉଟ ନୁହେଁ ବାଲ୍ୟ ବିବାହ ଭଳି ଏକ ଅଲୋଡା ରେକର୍ଡ ରହିଛି । ବାଲ୍ୟ ବିବାହ, ପିଲାଙ୍କୁ ସ୍କୁଲ ମୁହାଁ, କିଶୋରୀ ମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ଆଦି ସମାଜର ହିତ ପାଇଁ ନବରଙ୍ଗପୁର ଜିଲ୍ଲାରେ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ଅଦ୍ବିକା କାର୍ଯ୍ୟକ୍ରମ ୨୦୨୧ରୁ ହାତକୁ ନିଆଯାଉଛି ।

ପ୍ରତି ଶନିବାର ଦିନ ଅଙ୍ଗନୱାଡି କେନ୍ଦ୍ରରେ କିଶୋରୀ ମାନଙ୍କୁ ନେଇ ବୈଠକ କରାଯାଉଛି । ଏଥିପାଇଁ ଗ୍ରାମରେ ସଖୀ ଓ ସହେଲି ନିୟୋଜିତ ହୋଇଛନ୍ତି । ପ୍ରାର୍ଥନା ସଖୀ ଭାବେ ୧୧ ବର୍ଷରୁ କାମ କରି କିଶୋରୀମାନଙ୍କୁ ସଚେତନ କରାଉଛନ୍ତି । ପାର୍ଥନା ବର୍ତ୍ତମାନ ନବମ ଶ୍ରେଣୀରେ ପାଠ ପଢିବା ସହିତ ନନ୍ଦାହାଣ୍ଡି ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ହେଉଥିବା ଅଦ୍ୱିକା ବୈଠକରେ ନିୟମିତ ଯୋଗ ଦେଉଛନ୍ତି । ବର୍ତ୍ତମାନ ସେ ନିଜେ ମାସର ସମସ୍ତ ଶନିବାର ଦିନ ଅଦ୍ୱିକା ବୈଠକରେ ଉପସ୍ଥିତ ରହି ସମସ୍ତ କିଶୋର କିଶୋରୀ କିପରି ପାଠ ପଢିବେ, ଅଧାରୁ ଯେପରି କେହି ପାଠ ନ ଛାଡିବେ, ବାଲ୍ୟ ବିବାହର କୁପରିଣାମ, ରକ୍ତ ହୀନତାର ମୁକାବିଲା, ସନ୍ତୁଳିତ ଆହାର ଓ ଶିଶୁ ଅଧିକାର ଉପରେ ବ୍ୟାପକ ଭାବରେ ଆଲୋଚନା କରାଯିବା ସହିତ ଲୌହସାର ବଟିକାକୁ କିଶୋରୀମାନଙ୍କୁ ସେବନ କରିବାକୁ ବୁଝାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଇଣ୍ଟରନେଟ ସେନସେସନ ପାଲଟିଛନ୍ତି ନବରଙ୍ଗପୁର ପୁଅ ଧିରଜ, ଇଂରାଜୀ ଶିଖାଇବା ଶୈଳୀ ହେଉଛି ଭାଇରାଲ

କିଶୋରୀମାନଙ୍କ ଶିକ୍ଷା ଉପରେ ଗୁରୁତ୍ବ: ପାର୍ଥନା ବାଳିକା ମଣ୍ଡଳୀର ସଖୀ ହେବା ପରେ ଘର ଘର ବୁଲି କିଶୋରୀମାନଙ୍କୁ ଶିକ୍ଷାର ଗୁରୁତ୍ଵ ଉପରେ ବୁଝାଉଛନ୍ତି ପ୍ରାର୍ଥନା । ନିଜେ ପାଠ ପଢିବା ପାଇଁ ନିୟମିତ ସରକାରୀ ବିଦ୍ୟାଳୟକୁ ଯିବା ସହିତ ଗ୍ରାମର ସମସ୍ତ କିଶୋର କିଶୋରୀମାନେ କିପରି ନିୟମିତ ପାଠ ପଢିବେ ସେ ନେଇ ପାର୍ଥନା ଶିକ୍ଷକ, ଅଙ୍ଗନବାଡି କର୍ମୀଙ୍କ ସହିତ ମିଶି ଛାତ୍ରଛାତ୍ରୀଙ୍କୁ ବୁଝାଇଥାଆନ୍ତି ।

ଡ୍ରପଆଉଟ ଛାତ୍ରଙ୍କୁ ବିଦ୍ୟାଳୟ ମୁହାଁ କରିଛନ୍ତି ପ୍ରାର୍ଥନା: ନନ୍ଦାହାଣ୍ଡି ଗ୍ରାମର ପାଞ୍ଚ ଜଣ କିଶୋରୀ ପାଠକୁ ଡରି ନିୟମିତ ବିଦ୍ୟାଳୟକୁ ଯାଉ ନଥିଲେ । ପ୍ରାର୍ଥନା ନିୟମିତ ସେମାନଙ୍କ ଘରକୁ ଯାଇ କିଶୋରୀ ଓ ସେମାଙ୍କ ପରିବାର ଲୋକଙ୍କୁ ବୁଝାଇ ପୁର୍ନରବାର ସେମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିଥିବା କଥା ସେ କହିଛନ୍ତି । ଏନେଇ ପାର୍ଥନା କହିଛନ୍ତି, "ଅଦ୍ୱିକା ବୈଠକରୁ ଜୀବନ କୌଶଳ ବିଷୟରେ ବହୁତ କିଛି ଶିଖି ପାରିଲି, ଶିକ୍ଷା ଓ ଜୀବନ କୌଶଳ ଜୀବନ ପାଇଁ ନିତ୍ୟାନ୍ତ ଦରକାର ।" ଗତ ମାସ ୨୦ ତାରିଖ ରେ ୟୁନି‌ସେଫ ଓ ଏକସନ୍ ଏଇଡସ୍ ପକ୍ଷରୁ ଭୁବନେଶ୍ବର ଠାରେ ହୋଇଥିବା ରାଜ୍ୟ ସ୍ତରୀୟ ସଖୀ ସହେଲି କାର୍ଯ୍ୟକ୍ରମରେ ପ୍ରାର୍ଥନାଙ୍କୁ ରାଜ୍ୟ ୟୁନିସେଫ ମୁଖ୍ୟ ୱିଲୟମ ହାଲାନ ଯୋଗଦେଇ ପୁରସ୍କୃତ କରିଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.