ETV Bharat / state

ରାମଜାନ ପାଇଁ ଉପବାସରେ ଥିବା ମୁସଲିମ ସମ୍ପ୍ରଦାୟ ବାଣ୍ଟିଲେ ପଣା - ଓଡିଆ ନବବର୍ଷ ପାଳିଲେ ମୁସଲିମ ସମ୍ପ୍ରଦାୟ

ହିନ୍ଦୁ ନବବର୍ଷରେ ଦେଖିବାକୁ ମିଳିଲା ଭାଇଚାରାର ଅପୂର୍ବ ନିଦର୍ଶନ । ରମଜାନ ମାସ ପାଇଁ ନିଜେ ଉପବାସରେ ରହି ହଜାର ହଜାର ଲିଟର ପଣା ବଣ୍ଟନ କରି ହିନ୍ଦୁ ନବବର୍ଷ ପାଳନ କଲେ ମୁସଲିମ ସମ୍ପ୍ରଦାୟ । ଅଧିକ ପଢନ୍ତୁ

ରାମଜାନ ପାଇଁ ଉପବାସ ଥିବା ମୁସଲିମ ସମ୍ପ୍ରଦାୟ ବାଣ୍ଟିଲେ ପଣା

author img

By

Published : Apr 14, 2022, 10:52 PM IST

ନବରଙ୍ଗପୁର: ହିନ୍ଦୁ ନବବର୍ଷରେ ଦେଖିବାକୁ ମିଳିଲା ଭାଇଚାରାର ଅପୂର୍ବ ନିଦର୍ଶନ । ରମଜାନ ମାସ ପାଇଁ ନିଜେ ଉପବାସରେ ରହି ହଜାର ହଜାର ଲିଟର ପଣା ବଣ୍ଟନ କରି ହିନ୍ଦୁ ନବବର୍ଷ ପାଳନ କଲେ ମୁସଲିମ ସମ୍ପ୍ରଦାୟ । ବିଭିନ୍ନତା ମଧ୍ୟରେ ଏକତାର ଦେଶ ଭାରତରେ ପର୍ବପର୍ବାଣି ପାଳନ ସମୟରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକେ ଏକାଠି ମିଳିତ ହୋଇ ହସ ଖୁସିରେ ଦିନଟିକୁ ପାଳନ କରିଥାନ୍ତି । ଯାହା ଭାରତ ବ୍ୟତୀତ ବିଶ୍ବରେ ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳିନଥାଏ ।

ରାମଜାନ ପାଇଁ ଉପବାସ ଥିବା ମୁସଲିମ ସମ୍ପ୍ରଦାୟ ବାଣ୍ଟିଲେ ପଣା

ଭାଇଚାରାର ଏହି ଅପୁର୍ବ ନିଦର୍ଶନ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ଯାହା ହିନ୍ଦୁ ନବବର୍ଷର ଦିନକୁ ମହତ୍ତ୍ୱପୂର୍ଣ୍ଣ କରିଦେଇଛି । ନବରଙ୍ଗପୁର ସହରରେ ହିନ୍ଦୁ ନବବର୍ଷ ବା ମହାବିଷୁବ ସଂକ୍ରାନ୍ତିରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ଏହି ଦିନଟିକୁ ପଣା ସଂକ୍ରାନ୍ତି ଭାବେ ମଧ୍ୟ ହିନ୍ଦୁମାନେ ପାଳନ କରୁ ଥବାବେଳେ ନବରଙ୍ଗପୁର ସହରର ବିଭିନ୍ନ ଛକ ସ୍ଥାନଗୁଡିକରେ ଲୋକେ ପଥଚାରୀଙ୍କୁ ପଣା ବଣ୍ଟନ କରିଛନ୍ତି । କିନ୍ତୁ ନବରଙ୍ଗପୁର ସହର ଗାନ୍ଧୀ ଛକ ଠାରେ ଦେଖିବାକୁ ମିଳିଥିଲା ଭିନ୍ନ ଏକ ଦୃଶ୍ୟ । ମୁସଲିମ ସମ୍ପ୍ରଦାୟ ପକ୍ଷରୁ ମଧ୍ୟ ପଥଚାରୀଙ୍କ ପାଇଁ ପଣା ବଣ୍ଟନ କରାଯାଇଥିଲା । ନବରଙ୍ଗପୁର ସହର ମୁଖ୍ୟ ରାସ୍ତାରେ ଥିବା ଗାନ୍ଧୀ ଛକ ନିକଟରେ ଗୋଟିଏ ପଟେ ହିନ୍ଦୁ ସମ୍ପ୍ରଦାୟ ତରଫରୁ ପଣା ବଣ୍ଟନ କରାଯାଉ ଥିବାବେଳେ ମୁସଲିମ ସମ୍ପ୍ରଦାୟ ତରଫରୁ ମଧ୍ୟ ପଥଚାରୀଙ୍କୁ ପଣା ବଣ୍ଟନ କରାଯାଉଛି ।

ରମଜାନ ମାସ ଚାଲି ଥିବାବେଳେ ନିଜେ ଉପବାସରେ ରହି ହିନ୍ଦୁ ନବବର୍ଷରେ ପଣା ବଣ୍ଟନ କରିଥିଲେ ମୁସଲିମ ସମ୍ପ୍ରଦାୟର ଲୋକେ । ପଥଚାରୀମାନେ ମଧ୍ୟ ମୁସଲିମ ସମ୍ପ୍ରଦାୟ ତରଫରୁ ହେଉଥିବା ପଣା ବଣ୍ଟନରେ ବହୁ ସଂଖ୍ୟାରେ ଯାଇ ପଣା ପିଉଥିବାର ଦେଖିବାକୁ ମିଳିଥିଲା । ଆଜି ଦିନର ସ୍ୱତନ୍ତ୍ର ହେଲା ହିନ୍ଦୁ ନବବର୍ଷ ବ୍ୟତୀତ ମହାବୀର ଜୟନ୍ତୀ, ହନୁମାନ ଜୟନ୍ତୀ, ଆମ୍ବେଦକର ଜୟନ୍ତୀ । ଯାହା ମୁସଲିମମାନଙ୍କ ଦ୍ୱାରା ପଣା ବଣ୍ଟନ କରି ଏହି ଦିନର ଗୁରୁତ୍ୱ ଓ ଖୁସିକୁ ଦ୍ବିଗୁଣିତ କରିଦେଇଛି ।

ଭାଇଚାରା ପ୍ରତିଷ୍ଠା ପାଇଁ ମୁସଲିମଙ୍କ ଏହି ନିଆରା ଉଦ୍ୟମକୁ ସମସ୍ତ ବର୍ଗରେ ସ୍ୱାଗତ କରାଯାଇଥିଲା । ନବରଙ୍ଗପୁର ସହରର ସମସ୍ତ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ସର୍ବଦା ଭାଇଚାରାର ଉଦାହରଣ ସାଜି ଥିବାବେଳେ ବର୍ତ୍ତମାନ ଏହି କ୍ଷେତ୍ରରେ ନୂତନ ଅଧ୍ୟାୟ ଯୋଡି ହୋଇଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.