ETV Bharat / state

ଜଳିଗଲା ୮୦ ଏକରରୁ ଊର୍ଦ୍ଧ୍ବ ଧାନ, କାରଣ ଅସ୍ପଷ୍ଟ - ନବରଙ୍ଗପୁର ନ୍ୟୁଜ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଜୁନାପାଣି ପଞ୍ଚାୟତ ଅନ୍ତର୍ଗତ ରାବଣା ଗୁଡା ଗ୍ରାମରେ ଧାନ ଗଦାରେ ନିଆଁ ଲାଗି ଜଳିଗଲା ୮୦ ଏକରରୁ ଊର୍ଦ୍ଧ୍ବ ଏକରର ଧାନ ନଷ୍ଟ ।

ଜଳିଗଲା ୮୦ ଏକରରୁ ଊର୍ଦ୍ଧ୍ବ ଧାନ
ଜଳିଗଲା ୮୦ ଏକରରୁ ଊର୍ଦ୍ଧ୍ବ ଧାନ
author img

By

Published : Dec 21, 2020, 9:56 AM IST

ନବରଙ୍ଗପୁର: ଧାନ ଗଦାରେ ନିଆଁ ଲାଗି ଜଳିଗଲା ୮୦ ଏକରରୁ ଊର୍ଦ୍ଧ୍ବ ଏକରର ଧାନ ନଷ୍ଟ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଜୁନାପାଣି ପଞ୍ଚାୟତ ଅନ୍ତର୍ଗତ ରାବଣାଗୁଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା ।

୧୪ ଚାଷୀଙ୍କ ଧାନ ଗଦାରେ ନିଆଁ ଲାଗି ପୋଡିଗଲା ୮୦ରୁ ଊର୍ଦ୍ଧ୍ବ ଏକର ଧାନ ଫସଲ । ରାବଣାଗୁଡା ଗ୍ରାମର ଏକ ଧାନ ଖଳାରେ ୧୪ ଚାଷୀଙ୍କ ପ୍ରାୟ ୮୦ ଏକରର ଧାନ ଗଦା ଏକାଠି ରହିଥିଲା । କୌଣସି କାରଣବଶତଃ ଗୋଟିଏ ଧାନ ଗଦାରେ ନିଆଁ ଲାଗି ଯାଇଥିଲା । ଲୋକେ କିଛି ବୁଝିବା ପୂର୍ବରୁ ହଠାତ ନିଆଁ ପାଖାପାଖି ଥିବା ଧାନ ଗଦାକୁ ନିଆଁ ବ୍ୟାପି ଯାଇଥିଲା ।

ଜଳିଗଲା ୮୦ ଏକରରୁ ଉର୍ଦ୍ଧ୍ବ ଧାନ

ଗ୍ରାମ ଲୋକେ ନିଜେ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେହି ସମୟ ବେଳକୁ ନିଆଁରେ ଚାଷୀଙ୍କ ଧାନ ସଂମ୍ପୂର୍ଣ୍ଣ ପୋଡି ଯାଇଥିଲା ।

ଗୁରୁବନ୍ଧୁ ଭତ୍ରା, ମନବଧ ଭତ୍ରା, ଚୈତନ୍ୟ ଭତ୍ରା, ଗଙ୍ଗାଧର ଭତ୍ରା, କୁମ ଭତ୍ରା, ମାନସିଂ ଭତ୍ରା, ବନସିଂ ଭତ୍ରା, ଉର୍ଭବ ଭତ୍ରା, ଖଗ ଗୌଡ଼, ସୁରେନ୍ଦ୍ରଭତ୍ରା, ମାଧବ ଗୌଡ଼, ମକରନ୍ଦ ଭତ୍ରା, ଭଗବାନ ଭତ୍ରା, ଘାସିରାମ ପୂଜାରୀ ଚାଷୀଙ୍କ ଧାନ ଫସଲ ପୋଡି ଯାଇଥିବା ସୂଚନା ମିଳିଛି ।

୧୪ ଚାଷୀଙ୍କ ପ୍ରାୟ ୧ ହଜାର କ୍ବିଣ୍ଟାଲ ଧାନ ନଷ୍ଟ ହୋଇଥିବା ସୂଚନା ମିଳିଛି । ଖବର ପାଇ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାରେ ସହଯୋଗ କରିଥିଲେ । ବର୍ଷ ତମାମର ସ୍ବପ୍ନ ଧାନ ପୋଡିରେ ମିଳେଇ ଯାଇଛି ।

ସମସ୍ତ ଚାଷୀ ଗରିବ ଶ୍ରେଣୀର ହୋଇଥିବାରୁ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦେବା ପାଇଁ ସାଧାରଣରେ ଦାବି ହେଉଛି ।

ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.