ETV Bharat / state

ଗାଁ ମୁହାଁ କୋରୋନା, ଜଗନ୍ନାଥପୁରରେ 100ରୁ ଊର୍ଦ୍ଧ୍ବ ପଜିଟିଭ - ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ

ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାରେ ଗ୍ରାମ ମୁହାଁ ହୋଇଛି କୋରୋନା l ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ 100ରୁ ଅଧିକ ନୂଆ କୋରୋନା ସଂକ୍ରମଣ ଚିହ୍ନଟ ପରେ ଗ୍ରାମକୁ 5 ଦିନ ପାଇଁ ସମ୍ପୂର୍ଣ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ । ଅଧିକ ପଢନ୍ତୁ...

ଗାଁ ମୁହାଁ କୋରୋନା, ଜଗନ୍ନନାଥପୁରରେ 100ରୁ ଉର୍ଦ୍ଧ୍ବ କୋରୋନାରେ ଆକ୍ରାନ୍ତ

author img

By

Published : Jun 5, 2021, 9:40 AM IST

ନବରଙ୍ଗପୁର: କୋରୋନାର ଦ୍ବିତୀୟ ଲହର ସମସ୍ତ ଜନସମାଜକୁ ଅସ୍ତବ୍ୟସ୍ତ କରିଦେଇଛି l ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାରେ ଗ୍ରାମ ମୁହାଁ ହୋଇଛି କୋରୋନା l ତେବେ ଏପଟେ ବିପଦ ଓ ଭୟଭୀତ ଅବସ୍ଥାରେ ଜଗନ୍ନାଥପୁର ଗ୍ରାମବାସୀ ।

ସୂଚନାମୁତାବକ, ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ 100ରୁ ଅଧିକ ନୂଆ କୋରୋନା ସଂକ୍ରମଣ ଚିହ୍ନଟ ପରେ ସରପଞ୍ଚ ଗ୍ରାମକୁ 5 ଦିନ ପାଇଁ ସମ୍ପୂର୍ଣ ସଟଡାଉନ ଘୋଷଣା କରିଥିବା ବେଳେ, ଗତକାଲି(ଶୁକ୍ରବାର) ଜିଲ୍ଲା ପ୍ରଶାସନ ଦ୍ବାରା ଜଗନ୍ନାଥପୁରରେ ସାନିଟାଇଜ କରାଯାଇଛି l କିନ୍ତୁ ଗ୍ରାମର ଅଧିକାଂଶ କୋରୋନା ଆକ୍ରାନ୍ତଙ୍କ ଏକାନ୍ତବାସରେ ରହିବାକୁ ସୁବିଧା ନଥିବାରୁ, ସେମାନେ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି । ଯାହାକି ଗ୍ରାମରେ ବହୁମାତ୍ରାରେ କୋରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହୁଛି l

ଏହି ଦିଗରେ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.