ETV Bharat / state

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମକ ଡ୍ରିଲ - ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମକ ଡ୍ରିଲ

ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କିପରି କରାଯାଇପାରିବ ସେଥିପାଇଁ ଜିଲ୍ଲା,ବ୍ଲକ ତଥା ବନ୍ୟା ଆଶ୍ରୟ ସ୍ଥଳୀ ସ୍ତରୀୟ ମକ ଡ୍ରିଲ (Table Top Exercise) ଆଜି ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

mock-drill for natural Natural disasters in Nabarangpur
ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମକ ଡ୍ରିଲ
author img

By

Published : Jun 19, 2021, 9:04 PM IST

ନବରଙ୍ଗପୁର : ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କିପରି କରାଯାଇପାରିବ ସେଥିପାଇଁ ଜିଲ୍ଲା,ବ୍ଲକ ତଥା ବନ୍ୟା ଆଶ୍ରୟ ସ୍ଥଳୀ ସ୍ତରୀୟ ମକ ଡ୍ରିଲ (Table Top Exercise) ଆଜି(ଶନିବାର) ଅନୁଷ୍ଠିତ ହୋଇଯାଇଛି ।

mock-drill for natural Natural disasters in Nabarangpur
ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମକ ଡ୍ରିଲ

ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପରିଚାଳନା ବିଭାଗରୁ ଜିଲ୍ଲା ବନ୍ୟା ନିୟନ୍ତ୍ରଣ କକ୍ଷକୁ e mail/whats app ମାଧ୍ୟମରେ ଖବର ଆସିବା ପରେ, ସେହି ଖବରକୁ କାଳବିଳମ୍ବ ନ କରି ସଙ୍ଗେସଙ୍ଗେ ଜିଲ୍ଲାର ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ ବିଭାଗଙ୍କ ବ୍ୟତୀତ ସଂପୃକ୍ତ ବିଭାଗକୁ ଅବଗତ କରାଯାଉଥିଲା ।

ଉକ୍ତ ଖବର ପାଇଲା ପରେ ବ୍ଲକ ସ୍ତରରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ତାହାର ଏକ ସମ୍ପୂର୍ଣ୍ଣ ବିବରଣୀ ଜିଲ୍ଲା ଜରୁରୀକାଳୀନ ବିଭାଗକୁ ପ୍ରେରଣ କରୁଥିଲେ ଏବଂ ସେହି ବିବରଣୀକୁ ଜିଲ୍ଲା ଜରୁରୀକାଳୀନ ବିଭାଗ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ବିଭାଗକୁ ପ୍ରେରଣ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଥିଲେ ।

ଏହି କାର୍ଯ୍ୟକ୍ରମ ସକାଳ ଏଗାର ଘଣ୍ଟା ସମୟରୁ ଅପରାହ୍ନ ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ, ଡ଼ଃ ଅଜିତ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ, ରତ୍ନାକର ସାହୁ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ମୌସୁମୀ ନାୟକ, ଜିଲ୍ଲାର ସମସ୍ତ ଅଗ୍ନିଶମ ବିଭାଗ ଅଧିକରୀ,ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ, ତହସିଲଦାର, ସ୍ୱାସ୍ଥ୍ୟ ଅଧିକାରୀ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ, ଯୋଗ ଦେଇଥିଲେ ।

ଏତତ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ବନ୍ୟା, ବାତ୍ୟା ଆଶ୍ରୟ ସ୍ଥଳୀର ସମସ୍ତ ସଭାପତି, ସମ୍ପାଦକ, ଏବଂ ନୋଡାଲ NGO ସମ୍ପର୍କର ଶ୍ରୀ କାର୍ତିକ ମଲ୍ଲିକ ଯୋଗ ଦେଇଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.