ETV Bharat / state

ଖେଳୁ ଖେଳୁ ହାତରେ ଫାଟିଲା ମୋବାଇଲ ବ୍ୟାଟେରୀ, ନାବାଳକ ଆହତ - ନବରଙ୍ଗପୁରରେ ଫାଟିଲା ମୋବାଇଲ ବ୍ୟାଟେରୀ

ମୋବାଇଲ ବ୍ୟାଟେରୀ ଫାଟି ୭ ବର୍ଷର ନବାଳକ ଆହତ । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଡାବୁଗାଁ ବ୍ଲକ ଚେରାଗୁଡା ଗ୍ରାମରେ । ଅଧିକ ପଢନ୍ତୁ

ଫାଟିଲା ମୋବାଇଲ ବ୍ୟାଟେରୀ, ନାବାଳ ଆହତ
ଫାଟିଲା ମୋବାଇଲ ବ୍ୟାଟେରୀ, ନାବାଳ ଆହତ
author img

By

Published : Jan 16, 2022, 11:04 AM IST

ନବରଙ୍ଗପୁର: ମୋବାଇଲ ବ୍ୟାଟେରୀ ଫାଟି ୭ ବର୍ଷର ନବାଳକ ଆହତ । ହାତ ପାପୁଲିରେ ଗଭୀର ଆଘାତ ଲାଗିବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ନାବାଳକ । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଡାବୁଗାଁ ବ୍ଲକ ଚେରାଗୁଡା ଗ୍ରାମରେ । ଆହତ ନାବାଳକ ହେଉଛନ୍ତି ଗ୍ରାମର ବୈଦ୍ୟ ନାଥ ଭତ୍ରାଙ୍କ ୭ ବର୍ଷୀୟ ପୁଅ ଅନନ୍ତ ଭତ୍ରା ।

ଖେଳୁ ଖେଳୁ ହାତରେ ଫାଟିଲା ମୋବାଇଲ ବ୍ୟାଟେରୀ, ନାବାଳକ ଆହତ

ସୂଚନାଅନୁଯାୟୀ, ନାବାଳକ ଜଣଙ୍କ ବାହାରେ ଫିଙ୍ଗା ହୋଇଥିବା ଏକ ମୋବାଇଲ ବ୍ୟାଟେରୀକୁ ଧରି ପଥରରେ ଛେଚୁଥିଲେ । ହଠାତ ଏହି ସମୟରେ ବ୍ୟାଟେରୀଟି ଫାଟିଯାଇଥିଲେ । ଫଳରେ ଅନନ୍ତଙ୍କ ଗୋଟିଏ ହାତ ପାପୁଲିରେ ଗଭୀର ଆଘାତ ଲାଗିଥିବା ବେଳେ ଅନ୍ୟ ହାତରେ ସାମାନ୍ୟ ଆଘାତ ଲାଗିଥିଲା । ଏଥିସହ ପେଟରେ ଓ ନାକରେ ମଧ୍ୟ ଆଘାତ ଲାଗିବାରୁ ତାଙ୍କୁ ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ଅନନ୍ତଙ୍କ ଚିକିତ୍ସା ଜାରି ରହିଛି । କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.