ETV Bharat / state

ପ୍ରବାସୀ ଶ୍ରମିକଙ୍କ ଜିଦ୍‌, କୋରୋନା ଟେଷ୍ଟ ନହେଲେ ଛାଡିବେନି ସଙ୍ଗରୋଧ କେନ୍ଦ୍ର

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ରତାଖଣ୍ଡିଗୁଡ଼ା ସ୍ଥିତ ସଂଘରୋଧ କେନ୍ଦ୍ରରେ ।

migrant-workers-claim-for-covid-19-test-before-leaving-quarantine-center
ପ୍ରବାସୀ ଶ୍ରମିକଙ୍କ ଜିଦ୍‌, କୋରୋନା ଟେଷ୍ଟ ନହେଲେ ଛାଡିବେନି ସଙ୍ଗରୋଧ କେନ୍ଦ୍ର
author img

By

Published : Jun 10, 2020, 8:00 AM IST

ନବରଙ୍ଗପୁର: ରାଜ୍ୟ ସରକାର ରାଜ୍ୟ ଭିତରେ କୌଣସି ରୋଜଗାର ବ୍ୟବସ୍ଥା କରୁ ନ ଥିବାରୁ ଏଭଳି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ପଡୁଛି କହିବା ସହ କୋରୋନା ପରୀକ୍ଷା କରାଇବା ନେଇ ଜିଦରେ ଅଟଳ ପ୍ରବାସୀ ଶ୍ରମିକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ରତାଖଣ୍ଡିଗୁଡ଼ା ସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ।

ପ୍ରବାସୀ ଶ୍ରମିକଙ୍କ ଜିଦ୍‌, କୋରୋନା ଟେଷ୍ଟ ନହେଲେ ଛାଡିବେନି ସଙ୍ଗରୋଧ କେନ୍ଦ୍ର

ଯେଉଁଠି ଦୀର୍ଘ ୭ ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ନିଜ ଘରକୁ ଯିବାକୁ ମନା କରିଛନ୍ତି ପ୍ରବାସୀ ଶ୍ରମିକ । ପ୍ରକାଶଥାଉକି, ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳର ପ୍ରାୟ ୭୫ ଜଣ ପ୍ରବାସୀ ଶ୍ରମିକଙ୍କୁ ରତାଖଣ୍ଡିଗୁଡ଼ା ପଞ୍ଚାୟତ ସ୍ଥିତ ବିଦ୍ୟାଳୟର ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ରଖାଯାଇଥିଲା । ସେମାନେ ସମସ୍ତେ ତାମିଲନାଡୁରୁ ଫେରି ୧ ତାରିଖରୁ ଏହି ସଙ୍ଗରୋଧ କେନ୍ଦ୍ରରେ ରହି ଆସୁଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୪୬ ଜଣକଙ୍କ ୭ ଦିନ ପୁରା ହେବା ପରେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସେମାନଙ୍କୁ ବିଦାୟ ଜଣାଇଥିଲେ ।

କିନ୍ତୁ ଯେଉଁ ପର୍ଯ୍ୟନ୍ତ କୋରୋନା ପରୀକ୍ଷା ନ କରାଯିବ ସେ ପର୍ଯ୍ୟନ୍ତ ଏଠାରୁ ଅନ୍ୟତ୍ର ଯିବୁ ନାହିଁ ବୋଲି ନିଜ ଜିଦରେ ଅଟଳ ଥିବା କହିଛନ୍ତି ପ୍ରବାସୀ ଶ୍ରମିକ । ଅନ୍ୟପଟେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.