ETV Bharat / state

ଆରସିଇପି ବୁଝାମଣାରେ ସ୍ବାକ୍ଷର ନକରିବାକୁ ସ୍ମାରକପତ୍ର ପ୍ରଦାନ - memorandum for not sign in rcp agreement

ନବରଙ୍ଗପୁର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ସ୍ବଦେଶୀ ଜାଗରଣ ମଞ୍ଚ । ଅଧିକ ପଢନ୍ତୁ...

ଆରସିଇପି ବୁଝାମଣାରେ ସ୍ବାକ୍ଷର ନକରିବାକୁ ସ୍ମାରକପତ୍ର ପ୍ରଦାନ
author img

By

Published : Oct 17, 2019, 4:11 AM IST

ନବରଙ୍ଗପୁର: ଭାରତ ସରକାରଙ୍କୁ କ୍ଷେତ୍ରିୟ ବ୍ୟାପକ ଆର୍ଥିକ ବୁଝାମଣା (ଆରସିଇପି)ରେ ସ୍ବାକ୍ଷର ନକରିବା ପାଇଁ ସ୍ବଦେଶୀ ଜାଗରଣ ମଞ୍ଚ ଦାବି କରିଛି । ବୁଧବାର ଏନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଏଥିରେ ଦର୍ଶା ଯାଇଛି ଯେ, ଭାରତ ସରକାର ଅନ୍ୟ 15 ଦେଶ ସହ ମିଶି କ୍ଷେତ୍ରିୟ ବ୍ୟାପକ ଆର୍ଥିକ ବୁଝାମଣା (ଆରସିଇପି) ନାମକ ଏକ ମୁକ୍ତ ବ୍ୟାପାର ବୁଝାମଣା କରିବା ପାଇଁ ଅଗ୍ରସର ହେଉଛନ୍ତି । ଯେଉଁଥିରେ ଆମଦାନି ହେଉଥିବା 80ରୁ 90 ପ୍ରତିଶତ ବସ୍ତୁମାନଙ୍କ ଉପରୁ ଆମଦାନି ଶୁଳ୍କ ଶୂନ କରିବା ପାଇଁ ବ୍ୟବସ୍ଥା ରଖାଯାଇଛି । ଯଦି ଏପ୍ରକାର ବୁଝମଣା ପତ୍ର ସ୍ବାକ୍ଷରିତ ହୁଏ ତେବେ, ଭାରତର ଶିଳ୍ପ, କୃଷି ଓ ଗୋପାଳନ ଉପରେ ନକରାତ୍ମକ ପ୍ରଭାବ ପଡିବା ସହ ନୂତନ ଉଦ୍ୟୋଗ, ଜ୍ଞାନକୌଶଳ ଓ ଉଦ୍ଭାବନ କ୍ଷମତାର ସମ୍ଭାବନା ମଧ୍ୟ ଶେଷ ହୋଇଯିବ ।

ଏହାଦ୍ବାରା କେବଳ ଶିଳ୍ପ ଉଦ୍ୟୋଗ ଗୁଡିକ ବନ୍ଦ ହେବ ନାହିଁ ବରଂ ଶ୍ରମିକମାନଙ୍କ ରୋଜଗାର ଉପରେ ମଧ୍ୟ ପ୍ରଭାବ ପଡିବ ଓ ମେକ ଇନ ଇଣ୍ଡିଆ ସ୍ବପ୍ନ ସାକାର ହୋଇପାରିବ ନାହିଁ ବୋଲି ଏଥିରେ ଦର୍ଶାଯାଇଛି ।

ଭାରତର ଗ୍ରାମୀଣ କ୍ଷେତ୍ରରେ ପ୍ରାୟ 10 କୋଟି ଲୋକ ରୋଜଗାର ପାଇଁ ଗୋପାଳନ ଉପରେ ନିର୍ଭର କରନ୍ତି । ନ୍ୟୁଜିଲାଣ୍ଡ, ଅଷ୍ଟେଲିଆରୁ ବିନା ଆମଦାନୀ ଶୁଳ୍କରେ ଦୁଗ୍ଧ ଓ ଆନୁସଙ୍ଗିକ ଦ୍ରବ୍ୟ ଆମଦାନୀ ହେଲେ ଭାରତରେ ଚାଷୀଙ୍କୁ ମିଳୁଥିବା ଦୁଗ୍ଧର ମୂଲ୍ୟ ହ୍ରାସ ପାଇବ । ଏହା ଚାଷୀଙ୍କର ଓ ବିଶେଷ କରି ମହିଳା ଚାଷୀଙ୍କ ରୋଜଗାର ଉପରେ ବିଶେଷ ପ୍ରଭାବ ପକାଇବ । ଚାଷୀଙ୍କ ରୋଜଗାର ଦ୍ବିଗୁଣିତ ହେବା ପରିବର୍ତ୍ତେ ଅଧା ହୋଇଯିବ । ଅତି କମ୍‌ରେ 5 କୋଟି ଲୋକ ନିଜର ଜୀବିକା ହରାଇବେ ।

ଆରସିଇପି ବୁଝାମଣାରେ ସ୍ବାକ୍ଷର ନକରିବାକୁ ସ୍ମାରକପତ୍ର ପ୍ରଦାନ

ଶସ୍ତା କୃଷି ଉତ୍ପାଦନ ଆମଦାନୀ କାରଣରୁ ଭାରତୀୟ ଚାଷୀଙ୍କୁ ବହୁ ଆର୍ଥିକ କ୍ଷତି ସହିବାକୁ ପଡିବ ଓ କୃଷି କ୍ଷେତ୍ରରେ ଭାରତର ଆତ୍ମ ନିର୍ଭରତା ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇବ। ଦେଶର ପ୍ରାୟ ସବୁ ଶିଳ୍ପ, ଦୁଗ୍ଧ ଚାଷୀ ଏହି ବୁଝାମଣା ଦ୍ବାରା ହେବାକୁ ଥିବା କ୍ଷତିର ଆଶଙ୍କା କରି ଭୟଭିତ ହୋଇପଡିଛନ୍ତି ।

ଦେଶର ଛୋଟ ଓ ମଧ୍ୟମ ଶିଳ୍ପ, ଶ୍ରମିକ ଓ ଚାଷୀ ଏବଂ ଗୋପାଳନ କ୍ଷେତ୍ର ସହିତ ଜଡିତ ସମସ୍ତ ଲୋକଙ୍କ ତରଫରୁ ସ୍ବଦେଶୀ ଜାଗରଣ ମଞ୍ଚ ଏହାକୁ ବିରୋଧ କରାଯାଇ । ଏହାସହ ବୁଝାମଣାରେ ସ୍ବାକ୍ଷର ନକରିବାକୁ ଦାବି କରାଯାଇଛି । ନଚତେ ଏହା ବିରୁଦ୍ଧରେ ତୀବ୍ର ଜନ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛି ମଞ୍ଚ ।

ଏହି ଦାବିପତ୍ର ପ୍ରଦାନ ସମୟରେ ମଞ୍ଚର ପ୍ରାନ୍ତ ସହ ପ୍ରଚାର ପ୍ରମୁଖ ମନୋରଞ୍ଜନ ରାଉତରାୟ, ନବରଙ୍ଗପୁରରୁ ସୁଶୀଲ ଜୈନ, ବାଙ୍କ ବିହାରୀ ବିଶୋଇ, ପ୍ରଦୀପ ତ୍ରିପାଠୀ, ପି ପ୍ରକାଶ, ମନ୍ମଥନାଥ ପାଢ଼ୀ, ସୌମେନ୍ଦ୍ର କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:*ଆରସିଇପି ବୁଝାମଣାରେ ସ୍ବାକ୍ଷର ନ କରିବାକୁ ସ୍ମାରକପତ୍ର*

*ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର*

ନବରଙ୍ଗପୁର,୧୬/୧୦: ଭାରତ ସରକାରଙ୍କୁ କ୍ଷେତ୍ରିୟ ବ୍ୟାପକ ଆର୍ଥିକ ବୁଝାମଣା (ଆରସିଇପି)ରେ ସ୍ବାକ୍ଷର ନ କରିବା ପାଇଁ ସ୍ବଦେଶୀ ଜାଗରଣ ମଂଚ ଦାବି କରିଛି। ଆଜି ଏଥିନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ଦର୍ଶା ଯାଇଛି ଯେ, ଭାରତ ସରକାର ଅନ୍ୟ ୧୫ ଦେଶ ସହ ମିଶି କ୍ଷେତ୍ରିୟ ବ୍ୟାପକ ଆର୍ଥିକ ବୁଝାମଣା (ଆରସିଇପି) ନାମକ ଏକ ମୁକ୍ତ ବ୍ୟାପାର ବୁଝାମଣା କରିବା ପାଇଁ ଅଗ୍ରସର ହେଉଛନ୍ତି। ଯେଉଁଥିରେ ଆମଦାନି ହେଉଥିବା ୮୦ ରୁ ୯୦ ପ୍ରତିଶତ ବସ୍ତୁମାନଙ୍କ ଉପରୁ ଆମଦାନି ଶୁଳ୍କ ଶୂନ କରିବା ପାଇଁ ବ୍ୟବସ୍ଥା ରଖାଯାଇଛି। ଯଦି ଏ ପ୍ରକାର ବୁଝମଣା ପତ୍ର ସ୍ବାକ୍ଷରିତ ହୁଏ ତେବେ, ଭାରତର ଶିଳ୍ପ, କୃଷି ଓ ଗୋପାଳନ ଉପରେ ନକରାତ୍ମକ ପ୍ରଭାବ ପଡିବା ସହ ନୂତନ ଉଦ୍ୟୋଗ, ଜ୍ଞାନକୌଶଳ ଓ ଉଦ୍ଭାବନ କ୍ଷମତାର ସମ୍ଭାବନା ମଧ୍ୟ ଶେଷ ହୋଇଯିବ। କେବଳ ଆମର ଶିଳ୍ପ ଉଦ୍ୟୋଗ ଗୁଡିକ ବନ୍ଦ ହେବ ନାହିଁ ବରଂ ଶ୍ରମିକମାନଙ୍କ ରୋଜଗାର ଉପରେ ପ୍ରଭାବ ପଡିବ ଓ ମେକ ଇନ ଇଣ୍ଡିଆ ସ୍ବପ୍ନ ସାକାର ହେବନି।
ଭାରତର ଗ୍ରାମୀଣ କ୍ଷେତ୍ରରେ ପ୍ରାୟ ୧୦କୋଟି ଲୋକ ରୋଜଗାର ପାଇଁ ଗୋପାଳନ ଉପରେ ନିର୍ଭର କରନ୍ତି। ନ୍ୟୁଜିଲାଣ୍ଡ, ଅଷ୍ଟେଲିଆରୁ ବିନା ଆମଦାନୀ ଶୁଳ୍କରେ ଦୁଗ୍ଧ ଓ ଆନୁସଙ୍ଗିକ ଦ୍ରବ୍ୟ ଆମଦାନୀ ହେଲେ ଭାରତରେ ଚାଷୀଙ୍କୁ ମିଳୁଥିବା ଦୁଗ୍ଧର ମୂଲ୍ୟ ହ୍ରାସ ପାଇବ। ଏହା ଚାଷୀଙ୍କର ଓ ବିଶେଷ କରି ମହିଳା ଚାଷୀଙ୍କ ରୋଜଗାର ଉପରେ ବିଶେଷ ପ୍ରଭାବ ପକାଇବ। ଚାଷୀମାନଙ୍କ ରୋଜଗାର ଦ୍ୱିଗୁଣିତ ହେବା ପରିବର୍ତେ ଅଧା ହୋଇଯିବ। ଅତି କମରେ ୫କୋଟି ଲୋକ ନିଜର ଜୀବିକା ହରାଇବେ। ଶସ୍ତା କୃଷି ଉତ୍ପାଦନ ଆମଦାନୀ କାରଣରୁ ଭାରତୀୟ ଚାଷୀଙ୍କୁ ବହୁ ଆର୍ଥିକ କ୍ଷତି ସହିବାକୁ ପଡିବ ଓ କୃଷି କ୍ଷେତ୍ରରେ ଭାରତର ଆତ୍ମ ନିର୍ଭରତା ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇବ। ଦେଶର ପ୍ରାୟ ସବୁ ଶିଳ୍ପ, ଦୁଗ୍ଧ ଚାଷୀ ଏହି ବୁଝାମଣା ଦ୍ୱାରା ହେବାକୁ ଥିବା କ୍ଷତିର ଆଶଙ୍କା କରି ଭୟଭିତ ହୋଇପଡିଛନ୍ତି। ଦେଶର ଛୋଟ ଓ ମଧ୍ୟମ ଶିଳ୍ପ, ଶ୍ରମିକ ଓ ଚାଷୀ ଏବଂ ଗୋପାଳନ କ୍ଷେତ୍ର ସହିତ ଜଡିତ ସମସ୍ତ ଲୋକଙ୍କ ତରଫରୁ ସ୍ବଦେଶୀ ଜାଗରଣ ମଂଚ ଏହାକୁ ବିରୋଧ କରାଯାଇ ବୁଝାମଣାରେ ସ୍ବାକ୍ଷର ନ କରିବାକୁ ଦାବି କରାଯାଇଛି। ନହେଲେ, ଏହା ବିରୁଦ୍ଧରେ ତୀବ୍ର ଜନ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛି ମଂଚ। ଆଜିର ଦାବିପତ୍ର ପ୍ରଦାନ ସମୟରେ ମଂଚର ପ୍ରାନ୍ତ ସହ ପ୍ରଚାର ପ୍ରମୁଖ ମନୋରଞ୍ଜନ ରାଉତରାୟ, ନବରଙ୍ଗପୁର ରୁ ସୁଶୀଲ ଜୈନ, ବାଙ୍କ ବିହାରୀ ବିଶୋଇ, ପ୍ରଦୀପ ତ୍ରିପାଠୀ, ପି ପ୍ରକାଶ, ମନ୍ମଥନାଥ ପାଢ଼ୀ, ସୌମେନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.