ETV Bharat / state

ବଚସାରୁ ଗଣ୍ଡଗୋଳ; ଜଣେ ମୃତ, 3 ଅଟକ

author img

By

Published : Jan 27, 2021, 3:45 PM IST

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ନରସିଂହ ଗୁଡା ଗ୍ରାମରେ ସାମାନ୍ୟ ବଚସାରୁ ଗଣ୍ଡଗୋଳ । ଜଣେ ମୃତ 3 ଅଟକ । ଅଧିକ ପଢନ୍ତୁ...

ବଚସାରୁ ଗଣ୍ଡଗୋଳ
ବଚସାରୁ ଗଣ୍ଡଗୋଳ

ନବରଙ୍ଗପୁର: ସାମାନ୍ୟ ବଚସାରୁ ଗଣ୍ଡଗୋଳ । ଚାଲିଗଲା ଜଣଙ୍କ ଜୀବନ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ନରସିଂହ ଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଘଟଣ । ମୃତକ ଜଣକ ଥବିର ଜାନୀ ବୋଲି ଜଣାପଡିଛି ।

ମୃତକଙ୍କ ବାପା ଘାସି ଯାନୀଙ୍କ କହିବା ଅନୁସାରେ, ଥବିର ବାହାର ରାଜ୍ୟରେ ରହି କାମ କରୁଥିଲେ । କିଛି ଦିନ ପୂର୍ବରୁ ସେ ଘରକୁ ଆସିଥିଲେ । ଗତକାଲି(ମଙ୍ଗଳବାର) ଗ୍ରାମରେ ଏକ ଦଶାହ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଘରକୁ ଫେରିଥିଲେ । ଏହି ସମୟରେ ଥବିରଙ୍କୁ ନିଜ ଗ୍ରାମର କିଛି ସାଙ୍ଗ ଡାକିଥିଲେ ।

ବଚସାରୁ ଗଣ୍ଡଗୋଳ

ଥବିର ସାଙ୍ଗ ମାନଙ୍କ ନିକଟକୁ ଗ୍ରାମର ବିଷୋୟୀ ସାହିକୁ ଯାଇଥିଲେ । ସେଠାରେ ଉପସ୍ଥିତ ଥିବା କିଛି ଯୁବକଙ୍କ ସହ କୌଣସି ଘଟଣାକୁ ନେଇ ବଚସା ହୋଇଥିବାବେଳେ ଏହା ପରେ ଉଗ୍ର ରୂପ ନେଇଥିଲା । ଘଟଣା ଏପରି ହୋଇଥିଲା ଯେ, ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା ।

ଏହି ସମୟରେ ସେଠାରେ ଥିବା ଯୁବକଙ୍କ ସଂଘବଦ୍ଧ ଆକ୍ରମଣ ଫଳରେ ଥବିରଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା । ପରେ ଗ୍ରାମବାସୀ ମାନେ ଗୁରୁତର ଅବସ୍ଥାରେ ଥବିରଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସେପଟେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଜୟନ୍ତ ବେନିୟା, ରୋହିତ ବେନିୟା, ପଡାଲଗୁଡାର ଆବୁ ସଲାମ ନାଗଙ୍କୁ ତେନ୍ତୁଳିଖୁଣ୍ଟି ଥାନାରେ ଅଟକ ରଖିଛି । ଅନ୍ୟପଟେ ଅଭିଯୁକ୍ତ କୁହାଯାଉଥିବା ପଡାଲଗୁଡାର ଷ୍ଟିଫେନ ହିୟାଲ ଫେରାର ଅଛନ୍ତି ବୋଲି ସୂଚନା ମିଳିଛି । ବର୍ତ୍ତମାନ ନବରଙ୍ଗପୁର ପୋଲିସ ଓ ତେନ୍ତୁଳିଖୁଣ୍ଟି ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.