ETV Bharat / state

ନବରଙ୍ଗପୁର ପାପଡାହାଣ୍ଡିରେ ଶହୀଦ ସ୍ମୃତି ଦିବସ ପାଳନ

author img

By

Published : Aug 24, 2020, 3:53 PM IST

ଇଂରେଜମାନଙ୍କ ଗୁଳିର ଶିକାର ହୋଇ ଆଜିର ଦିନରେ ୧୯ ଜଣ ସ୍ୱାଧୀନତା ସଂଗ୍ରାମୀ ପାପଡାହାଣ୍ଡିସ୍ଥିତ ଟୁରି ନଦୀକୂଳରେ ପ୍ରାଣ ହରାଇଥିଲେ । ଯାହାଙ୍କୁ ନେଇ ଶହୀଦ ଦିବସ ପାଳନ ହୋଇଯାଇଛି । ଅଧିକ ପଢନ୍ତୁ...

ନବରଙ୍ଗପୁର ପାପଡାହାଣ୍ଡିରେ ସହିଦ ସ୍ମୃତି ଦିବସ ପାଳନ

ନବରଙ୍ଗପୁର: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନବରଙ୍ଗପୁର ରକ୍ତତୀର୍ଥ ପାପଡାହାଣ୍ଡି ଠାରେ ପାଳିତ ହୋଇଯାଇଛି ଶହୀଦ ସ୍ମୃତି ଦିବସ । ୧୯୪୨ ମସିହା ଅଗଷ୍ଟ ୨୪ ତାରିଖରେ ଇଂରେଜମାନଙ୍କ ଦ୍ୱାରା ଅତର୍କିତ ଗୁଳିକାଣ୍ଡର ଶିକାର ହୋଇ ୧୯ ଜଣ ସ୍ୱାଧୀନତା ସଂଗ୍ରାମୀ ପାପଡାହାଣ୍ଡିସ୍ଥିତ ଟୁରି ନଦୀକୂଳରେ ପ୍ରାଣ ହରାଇଥିଲେ ।

ଏହି ସ୍ମୃତି ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଶହୀଦ ମଶାଲ ପାପଡାହାଣ୍ଡି ଠାରେ ପହଞ୍ଚିଥିଲା । ଏହା ପରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗୋଣ୍ଡ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ସାଂସଦ ରମେଶ ମାଝୀ, ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର, ଏସପି ନିତିନ କୁଶଲକର ତଥା ଅନ୍ୟାନ୍ୟ ଅତିଥି ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏକ ପଟୁଆରରେ ମଶାଲକୁ ଶହୀଦଙ୍କ ପୀଠକୁ ଅଣାଯାଇ ପୀଠ ନିକଟରେ ସ୍ଥାପନା କରାଯାଇଥିଲା । ଅତିଥିମାନେ ଶହୀଦ ସ୍ତମ୍ଭ ନିକଟରେ ଥିବା ଟୁରି ନଦୀକୂଳରେ ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରିବା ପରେ ପୋଲିସ ବିଭାଗ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।

ଏହାପରେ ଅତିଥିମାନଙ୍କ ଦ୍ୱାରା ଶହୀଦଙ୍କ ମୂର୍ତ୍ତିମାନଙ୍କରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସର୍ବ ଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଶହୀଦଙ୍କ ସ୍ମୃତି ସଭାରେ ଅତିଥିମାନେ ଶହୀଦଙ୍କ ସ୍ମୃତି ଚାରଣ କରିବା ସହ ସେମାନଙ୍କ ପରିବାରର ସମସ୍ୟା ଗୁଡିକର ସମାଧାନ କରିବା ପାଇଁ ମତପ୍ରକାଶ ପାଇଥିଲା । ଏଥିସହ ଉକ୍ତ କାର୍ଯ୍ୟକ୍ରମକୁ କେବଳ ନବରଙ୍ଗପୁର ଜିଲ୍ଲା ମଧ୍ୟରେ ସୀମିତ ରଖାଯାଇ କେବଳ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ କରାଯାଉଥିବାରୁ ଶହୀଦ ସ୍ମୃତି ସଂଘ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ କରାଯାଇ ରାଜ୍ୟସ୍ତରରେ ପାଳନ କରିବା ପାଇଁ ଦାବି ରଖାଯାଇଥିଲା ।

ଚଳିତବର୍ଷ କୋରୋନା କଟକଣାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମକୁ ସୀମିତ ରଖାଯାଇଥିଲା । ସୀମିତ ସଂଖ୍ୟାରେ ଅତିଥିମାନେ ଯୋଗଦେଇଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.