ETV Bharat / state

ରାଇଘର ବ୍ଳକ କାର୍ଯ୍ୟାଳୟ ନିକଟରେ ମାଓ ପୋଷ୍ଟର, ପ୍ରସ୍ତାବିତ ଜଳ ପ୍ରକଳ୍ପକୁ ବିରୋଧ - opposing water project

ନବରଙ୍ଗପୁର ରାଇଘର ମୁଖ୍ୟ ଦପ୍ତରସ୍ଥ ବ୍ଲକ କାର୍ଯ୍ୟାଳୟ ନିକଟରେ ପଡ଼ି ରହିଛି ଶତାଧିକ ମାଓ ଲିଫଲେଟ । ଯେଉଁଥିରେ ସ୍ଥାନୀୟ ସାଂସଦ ଓ ବିଧାୟକ ସହ ପ୍ରସ୍ତାବିତ ଜଳ ପ୍ରକଳ୍ପକୁ ବିରୋଧ କରାଯାଇଛି । ଅଧିକ ପଢନ୍ତୁ...

ରାଇଘର ବ୍ଳକ କାର୍ଯ୍ୟାଳୟ ନିକଟରେ ଶତାଧିକ ମାଓ ପୋଷ୍ଟର, ପ୍ରସ୍ତାବିତ ଜଳ ପ୍ରକଳ୍ପକୁ ବିରୋଧ

author img

By

Published : Sep 1, 2021, 7:35 AM IST

ନବରଙ୍ଗପୁର: ଜିଲ୍ଲା ରାଇଘର ବ୍ଲକ କାର୍ଯ୍ୟାଳୟ ନିକଟରେ ପଡ଼ି ରହିଛି ଶତାଧିକ ମାଓ ଲିଫଲେଟ । ଯେଉଁଥିରେ ସ୍ଥାନୀୟ ସାଂସଦ ଓ ବିଧାୟକ ସହ ପ୍ରସ୍ତାବିତ ଜଳ ପ୍ରକଳ୍ପକୁ ବିରୋଧ କରାଯାଇଛି । ରାଇଘର ଠାରୁ କୁନ୍ଦେଇ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଲିଫଲେଟ ବିଛା ଯାଇଥିବା ଦେଖିବାକୁ ମିଳିଛି । ତେବେ ଝରିଗାଁ ବ୍ଲକ ତେଲ ନଦୀ ଉପରେ ପ୍ରସ୍ତାବିତ ଡ୍ୟାମକୁ ମାଓବାଦୀମାନେ ବିରୋଧ କରିଛନ୍ତି ।

ରାଇଘର ବ୍ଳକ କାର୍ଯ୍ୟାଳୟ ନିକଟରେ ଶତାଧିକ ମାଓ ପୋଷ୍ଟର, ପ୍ରସ୍ତାବିତ ଜଳ ପ୍ରକଳ୍ପକୁ ବିରୋଧ

କେନ୍ଦ୍ର ଓ ରାଜ୍ୟ ସରକାର, ନବରଙ୍ଗପୁର ସାଂସଦ ରମେଶ ମାଝୀ ଏବଂ ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୁଦ୍ଧରେ ଆନ୍ଦୋଳନ କରିବା ପାଇଁ ଉଦନ୍ତୀ ମାଓବାଦୀ ଡିଭିଜନ ପକ୍ଷରୁ ଲିଫଲେଟ ମାଧ୍ୟମରେ ଲୋକଙ୍କୁ ଆହ୍ବାନ କରାଯାଇଛି । ଏହି ଡ୍ୟାମ ନିର୍ମାଣ ହେଲେ ଉମରକୋଟ, ଝରିଗାଁ ଓ ରାଇଘର ବ୍ଲକର ୬୦ ଗ୍ରାମର ୧୦ ହଜାରରୁ ଊର୍ଦ୍ଧ୍ବ ଲୋକ ବିସ୍ଥାପିତ ହେବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ଏହାସହ ପଲ୍ଲୀ ସଭା ଓ ଗ୍ରାମ ସଭାର ମଞ୍ଜୁରୀ ବିନା ଡ୍ୟାମ ନିର୍ମାଣ କାର୍ଯ୍ୟ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବାବେଳେ ସ୍ଥାନୀୟ ସାଂସଦ ଉକ୍ତ ନିଷ୍ପତ୍ତିକୁ ସମର୍ଥନ ଜଣାଉଥିବାକୁ ନେଇ ସାମ୍ରାଜ୍ୟବାଦ ଶାସନ ପ୍ରତିଷ୍ଠା କରାଯାଉଛି ବୋଲି ଲିଫଲେଟରେ ଉଲ୍ଲେଖ କରିଛନ୍ତି ମାଓବାଦୀ ।

ପ୍ରକାଶ ଥାଉକି ଉକ୍ତ ଜଳ ପ୍ରକଳ୍ପକୁ ବିରୋଧ କରି ପୂର୍ବରୁ ମଧ୍ୟ ମାଓବାଦୀମାନେ ଝରିଗାଁ ଅଞ୍ଚଳରେ ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ନିଜର ବିରୋଧ ଜାହିର କରିଥିଲେ । ସେପଟେ ଘଟଣା ସ୍ଥଳରେ ରାଇଘର ଓ କୁନ୍ଦେଇ ପୋଲିସ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.