ETV Bharat / state

ପୂର୍ବତନ ବିଧାୟକ ଜଗବନ୍ଧୁ ମାଝୀଙ୍କ ଶ୍ରାଦ୍ଧ ଦିବସରେ ମାଓ ପୋଷ୍ଟର ଜାରି - ପୂର୍ବତନ ବିଧାୟକ ଜଗବନ୍ଧୁ ମାଝୀଙ୍କ ଶ୍ରାଦ୍ଧ ଦିବସ

ରାଇଘର ଥାନା ହଳଦୀ ପଞ୍ଚାୟତ ଅନ୍ତର୍ଗତ ଅଞ୍ଚଳା-ମିରିଝରୀ ରାସ୍ତାରେ ସନ୍ଦେହଜନକ ମାଓ ପୋଷ୍ଟର । ସେ ବି ଉମରକୋଟ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସହିଦ ଜଗବନ୍ଧୁ ମାଝୀଙ୍କ ଶ୍ରାଦ୍ଧ ଦିବସରେ । ଅଧିକ ପଢନ୍ତୁ..

ପୂର୍ବତନ ବିଧାୟକ ଜଗବନ୍ଧୁ ମାଝୀଙ୍କ ଶ୍ରାଦ୍ଧ ଦିବସରେ ମାଓ ପୋଷ୍ଟର ଜାରି

author img

By

Published : Sep 25, 2020, 7:42 AM IST

ନବରଙ୍ଗପୁର: ଉମରକୋଟ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସହିଦ ଜଗବନ୍ଧୁ ମାଝୀଙ୍କ ଶ୍ରାଦ୍ଧ ଦିବସରେ ମାଓ ପୋଷ୍ଟର । ଏଭଳି ପୋଷ୍ଟର ଦେଖିବାକୁ ମିଳିଛି ରାଇଘର ଥାନା ହଳଦୀ ପଞ୍ଚାୟତ ଅନ୍ତର୍ଗତ ଅଞ୍ଚଳା-ମିରିଝରୀ ରାସ୍ତାରେ । ଏଠାରେ ମାଓବାଦୀମାନେ ଗଛ ପକାଇ ରାସ୍ତା ଅବରୋଧ କରିବା ସହ ବିଭିନ୍ନ ପ୍ରକାର ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି । ସେଠାରେ କିଛି ତାର ଦେଖାଯାଉଥିବାବେଳେ ସେଥିରେ ବୋମା ଲାଗିଥିବା ସନ୍ଦେହ କରାଯାଉଛି ।

ପୂର୍ବତନ ବିଧାୟକ ଜଗବନ୍ଧୁ ମାଝୀଙ୍କ ଶ୍ରାଦ୍ଧ ଦିବସରେ ମାଓ ପୋଷ୍ଟର ଜାରି

ତେବେ ପୋଷ୍ଟର ରେ କ'ଣ ଉଲ୍ଲେଖ ରହିଛି ତାହା ଜଣାପଡୁ ନଥିବାବେଳେ ପୋଷ୍ଟର ଗୁଡିକ ଇନ୍ଦାଗାଓଁ ଏରିଆ କମିଟି ପକ୍ଷରୁ ଲଗାଯାଇଥିବା ଉଲ୍ଲେଖ ରହିଛି । ସେପଟେ ଗୁରୁବାର ରାଇଘର ଥାନା ଗୋନା ହାଟପଦା ଠାରେ ପୂର୍ବତନ ବିଧାୟକ ଜଗବନ୍ଧୁ ମାଝୀଙ୍କ ଶ୍ରାଦ୍ଧ ବାର୍ଷିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ସେଠାରୁ ମାତ୍ର ୭-୮ କି.ମି. ଦୂର ତଥା ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳା-ମିରିଝରୀ ରାସ୍ତାରେ ଏଭଳି ମାଓବାଦୀ ପୋଷ୍ଟର ଲାଗିବା ଘଟଣା ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଛି ।

ଘଟଣା ସ୍ଥଳରେ ବର୍ତ୍ତମାନ ଶୁଦ୍ଧା ରାଇଘର ପୋଲିସ ପହଞ୍ଚି ନଥିବାବେଳେ ଘଟଣା ସ୍ଥଳରୁ ମାତ୍ର ୩ କି.ମି. ଦୂର ଫୁଟାନଡା ଗ୍ରାମରେ ରହିଥିବା ବିଏସଏଫ୍ କ୍ୟାମ୍ପର ସମସ୍ତ ଫୋର୍ସ ପୂରା ଏଲର୍ଟ ଥିବା ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.