ETV Bharat / state

ରାଇଘର ଅଞ୍ଚଳରେ ମାଓ ପୋଷ୍ଟର ଓ ବ୍ୟାନର - ରାଇଘର ଅଞ୍ଚଳରେ ମାଓ ପୋଷ୍ଟର

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ବାଘବେଡ଼ା ଏବଂ ମହୁଭାଟ୍ଟା ଗ୍ରାମ ନିକଟରେ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ରାଇଘର ଅଞ୍ଚଳରେ ମାଓ ପୋଷ୍ଟର ଓ ବ୍ୟାନର
ରାଇଘର ଅଞ୍ଚଳରେ ମାଓ ପୋଷ୍ଟର ଓ ବ୍ୟାନର
author img

By

Published : Dec 6, 2020, 1:01 PM IST

ନବରଙ୍ଗପୁର: ରାଇଘର ଅଞ୍ଚଳରେ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ବାଘବେଡ଼ା ଏବଂ ମହୁଭାଟ୍ଟା ଗ୍ରାମ ନିକଟରେ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି ।

ରାଇଘର ଅଞ୍ଚଳରେ ମାଓ ପୋଷ୍ଟର ଓ ବ୍ୟାନର

ପୋଷ୍ଟର ଓ ବ୍ୟାନରରେ ଯୁବକ ଯୁବତୀଙ୍କୁ ମାଓ ସଂଗଠନରେ ସାମିଲ ହେବା ସହ ବିଜେଡି ସରକାର ବିରୁଦ୍ଧରେ ଲଢ଼େଇ କରିବାକୁ ଆହ୍ବାନ ଦେଇଛି ମେନପୁର-ନଓ୍ବାପାରା ଡିଭିଜନ କମିଟି । ରାଇଘର ଥାନା ଠାରୁ ମାତ୍ର ୩ କିଲୋମିଟର ଦୂର ବାଘବେଡ଼ା-ଭାରସୁଣ୍ଡି ମୁଖ୍ୟ ରାସ୍ତା କଡ ଓ ମହୁଭାଟ୍ଟା ଗ୍ରାମ ନିକଟରେ ଲାଗିଛି ମାଓ ପୋଷ୍ଟର ଓ ବ୍ୟାନର ।

ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଚାଲିଥିବାରୁ ଏଭଳି ପୋଷ୍ଟର ଲାଗିଥିବା ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢ଼ୀ କହିଛନ୍ତି । ସେପଟେ ଥାନା ଠାରୁ ଅଳ୍ପ ଦୂର ମୁଖ୍ୟ ରାସ୍ତା କଡରେ ଏଭଳି ପୋଷ୍ଟର ଲାଗିଥିବା ଖବର ପାଇ ସ୍ଥାନୀୟ ଲୋକେ ଆତଙ୍କିତ ଥିବା ଜଣାପଡିଛି । ଘଟଣା ସ୍ଥଳରେ ରାଇଘର ପୋଲିସ ବର୍ତ୍ତମାନ ସୁଦ୍ଧା ପହଞ୍ଚି ନଥିବା ଜଣାପଡିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.