ETV Bharat / state

ମଣ୍ଡେଇର ଦ୍ବିତୀୟ ସନ୍ଧ୍ୟା, ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ - mandei cultural festival

ଜିଲ୍ଲାର ଆଦିବାସୀ ସାଂସ୍କୃତିକ ମହୋତ୍ସବ ମଣ୍ଡେଇ-୨୦୨୨ର ଦ୍ବିତୀୟ ସନ୍ଧ୍ୟା ପାଳିତ ହୋଇଯାଇଛି । ଦ୍ବିତୀୟ ସନ୍ଧ୍ୟାରେ ଲୋକ ନୃତ୍ୟଗୁଡିକ ଦର୍ଶକଙ୍କୁ ବେଶ୍ ମତୁଆଲା କରିଥିଲା । ଅଧିକ ପଢନ୍ତୁ

ମଣ୍ଡେଇର ଦ୍ବିତୀୟ ସନ୍ଧ୍ୟା, ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

author img

By

Published : Dec 12, 2022, 4:24 PM IST

ମଣ୍ଡେଇର ଦ୍ବିତୀୟ ସନ୍ଧ୍ୟା, ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

ନବରଙ୍ଗପୁର: ଜିଲ୍ଲାର ଆଦିବାସୀ ସାଂସ୍କୃତିକ ମହୋତ୍ସବ ମଣ୍ଡେଇ-୨୦୨୨ର ଦ୍ବିତୀୟ ସନ୍ଧ୍ୟା ପାଳିତ ହୋଇଯାଇଛି । କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପ୍ରମୁଖ ସଚିବ ଡ଼ଃ. ଅରବିନ୍ଦ କୁମାର ପାଢୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଦ୍ବିତୀୟ ସନ୍ଧ୍ୟାରେ ଲୋକ ନୃତ୍ୟଗୁଡିକ ଦର୍ଶକଙ୍କୁ ବେଶ୍ ମତୁଆଲା କରିଥିଲା । ଜାତୀୟ ପୁରସ୍କାର ପାଇଥିବା କଣ୍ଠଶିଳ୍ପୀଙ୍କ କଣ୍ଠରୁ ସୁମଧୁର ସଙ୍ଗୀତ ଲୋକଙ୍କୁ ବାନ୍ଧି ରଖିଥିଲା ।

ମଣ୍ଡେଇ ସାଂସ୍କୃତିକ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ରାଜ୍ୟ ଓ ରାଜ୍ୟ ବାହାରର ଲୋକନୃତ୍ୟ ସହ ଅନ୍ୟ ଜିଲ୍ଲା ଓ ଆଞ୍ଚଳିକ ଲୋକ ନୃତ୍ୟରେ ଝୁମିଲେ ହଜାର ହଜାର ଦର୍ଶକ । ଆଞ୍ଚଳିକ ସଂସ୍କୃତିର ଅପୂର୍ବ ମିଳନ ହେବାସହ ବିଭିନ୍ନ ରାଜ୍ୟର ଲୋକ ନୃତ୍ୟଗୁଡିକୁ ଗୋଟିଏ ମଞ୍ଚରେ ଦେଖିଥିଲେ ଜିଲ୍ଲାବାସୀ । ଦ୍ବିତୀୟ ସାଂସ୍କୃତିକ ସନ୍ଧ୍ୟାରେ ଓଡିଶୀ ନୃତ୍ୟ, ମହାରାଷ୍ଟ୍ରର କୋଲି ନୃତ୍ୟ, କଲିକତାର ଝୁମର ନୃତ୍ୟ, ଆସାମର ଭରତାଜ ନୃତ୍ୟ, ଭଞ୍ଜନଗରର ପଶୁମୁଖା ନୃତ୍ୟ, ଗଜପତିର ଗଜମୁହାଁ ନୃତ୍ୟ, କଳାହାଣ୍ଡିର ବାଜସାଲ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା ।

ଖାସକରି ଜାତୀୟ ପୁରସ୍କାର ପ୍ରାପ୍ତ ସର୍ବେଶ୍ବର ଭୋଇ କଳାହାଣ୍ଡି ପ୍ରତିଭା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସିଙ୍ଗାରି ନୃତ୍ୟ ପରିବେଷଣ କରିଥିଲେ । ଏଥିସହ ଦର୍ଶକଙ୍କ ଅନୁରୋଧ କ୍ରମେ ତାଙ୍କ ସୁମଧୁର କଣ୍ଠରେ ଗାଇଥବା ଲୋକପ୍ରିୟ ସଙ୍ଗୀତ ଲିକିରି ଝିକିରି ଓ ପାଖନା ଉପରେ ଝରଣା ପାନିକେ ଗୀତ ଦର୍ଶକଙ୍କ ମନକୁ ମତୁଆଲା କରିଥିଲା । ଆଜି ତୃତୀୟ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆଙ୍କ ମେଲୋଡି କାର୍ଯ୍ୟକ୍ରମ ରହିଛି ।

ଆସନ୍ତା ୧୩ ଓ ୧୪ ତାରିଖ ଦୁଇଦିନ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକ ଗୁଡିକର ଲୋକନୃତ୍ୟ ସାଙ୍ଗକୁ ପଲ୍ଲୀଶ୍ରୀ ମେଳାର ଆସର ଜମିବ । ୫ଦିନ ହେବାକୁ ଥିବା ଏହି ଉତ୍ସବରେ, ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପଲ୍ଲୀଶ୍ରୀ ମେଳାରେ ଘରୋଇକରଣ ଜିନିଷ କିଣିବା ପାଇଁ ଲୋକଙ୍କ ପ୍ରବଳ ଭିଡ ଜମୁଛି । ସେପଟେ ଦ୍ବିତୀୟ ସନ୍ଧ୍ୟାରେ ସମ୍ମାନୀତ ଅତିଥି ଭାବେ କୋରାପୁଟ ଜିଲ୍ଲାପାଳ ଅବ୍ଦାଲ ମ. ଆଖତର, ନବରଙ୍ଗପୁର ଏସ୍‌ପି ଏସ.ସୁଶ୍ରୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.