ETV Bharat / state

ପ୍ରେମ ବିବାହ କରି ସାମାଜିକ ବାସନ୍ଦ ହେଲେ ଯୁବକ, କଙ୍ଗାରୁ କୋର୍ଟରେ ନିଷ୍ପତ୍ତି

ଭିନ୍ନ ଜାତିରେ ପ୍ରେମ ବିବାହ କରିଥିବାରୁ ଯୁବକଙ୍କୁ ତାଙ୍କ ପତ୍ନୀଙ୍କଠାରୁ ଅଲଗା ରହିବା ସହିତ ଆର୍ଥିକ ଦଣ୍ଡାଦେଶ ଶୁଣାଇଛନ୍ତି କଙ୍ଗାରୁ କୋର୍ଟ । ଅଧିକ ପଢନ୍ତୁ...

Man socially evicted for marriage a gril in different caste, Kangaru court made decission
ପ୍ରେମ ବିବାହ କରି ସାମାଜିକ ବାସନ୍ଦ ହେଲେ ଯୁବକ, କଙ୍ଗାରୁ କୋର୍ଟରେ ନିଷ୍ପତ୍ତି
author img

By

Published : Dec 5, 2020, 3:23 PM IST

ନବରଙ୍ଗପୁର: ଜିଲ୍ଲା ରାଇଘର ବ୍ଲକ୍ ଜୋଡିଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାଡଙ୍ଗା ଗ୍ରାମରେ ଭିନ୍ନ ଜାତିର ଯୁବତୀଙ୍କୁ ପ୍ରେମ ବିବାହ ଯୁବକଙ୍କୁ ମହଙ୍ଗା ପଡିଛି । ଯୁବକଙ୍କୁ ତାଙ୍କ ପତ୍ନୀଙ୍କଠାରୁ ଅଲଗା ରଖାଯାଇ ଆର୍ଥିକ ଦଣ୍ଡ ମଧ୍ୟ ଘୋଷଣା କରିଛନ୍ତି କଙ୍ଗାରୁ କୋର୍ଟ ।

ପ୍ରେମ ବିବାହ କରି ସାମାଜିକ ବାସନ୍ଦ ହେଲେ ଯୁବକ, କଙ୍ଗାରୁ କୋର୍ଟରେ ନିଷ୍ପତ୍ତି

ଆଧୁନିକ ଯୁଗରେ କଥାଟି ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ମଧ୍ୟ ସତ । ବିବାହ ପରେ ମଧ୍ୟ ନିଜ ସ୍ତ୍ରୀଙ୍କଠାରୁ ଅଲଗା ରହିବା ପାଇଁ ଯୁବକ ଜଣକୁ ବାଧ୍ୟ କରିଛି କଙ୍ଗାରୁ କୋର୍ଟ । ଯୁବକ ଜଣକ ଖାଡଙ୍ଗା ଗ୍ରାମର ଲୁକୁ କଲାରଙ୍କ ପୁଅ ପ୍ରତାପ କଲାର ବୋଲି ଜଣାପଡିଛି । ପ୍ରତାପ ସେହି ଗ୍ରାମର ମହିନୁ ଗଣ୍ଡଙ୍କ ଝିଅ ଫଗନୀ ଗଣ୍ଡଙ୍କୁ ପ୍ରେମ କରି ବିବାହ କରିବାକୁ ସ୍ଥିର କରିଥିଲେ । ପରିବାରବର୍ଗ ବିରୋଧ କରିବା ପରେ ସେ ଘରୁ ପଳାଇ ଛତିଶଗଡର କୋଣ୍ଡାଗାଁ ଅଞ୍ଚଳକୁ ଯାଇ କୋର୍ଟ ମ୍ୟାରେଜ କରିବା ସହ ଏକ ମନ୍ଦିରରେ ମଧ୍ୟ ବିବାହ କରିଥିଲେ ।

ତେବେ ବିବାହ ପରେ ନିଜ ଘରକୁ ଫେରିବା ପରେ ମହିଳାଙ୍କ ସଂପର୍କୀୟ ଯୁବକଙ୍କୁ ମାରପିଟ କରିଥିଲେ । ଯୁବକ ଜଣକ ରାଇଘର ଥାନାରେ ଅଭିଯୋଗ କରିବା ସମୟରେ ଥାନା ଅଧିକାରୀମାନେ ତାଙ୍କୁ ଦୁର୍ବବ୍ୟବହାର କରିବାରୁ ସେ ଅଭିଯୋଗ କରିପାରିନଥିବା ପ୍ରତାପ କହିଛନ୍ତି । 2ମାସ ନବ ଦମ୍ପତି ଏକାଠି ରହିବା ପରେ ହଠାତ୍‌ ହାଟଭରଣ୍ଡିଠାରେ ଆୟୋଜିତ କଙ୍ଗାରୁ କୋର୍ଟରେ ହାଜର ହେବାକୁ ଦମ୍ପତିଙ୍କୁ ନିର୍ଦ୍ଦେଶ ଆସିଲା ।

ସେଠାରେ ଉପସ୍ଥିତ ହେବା ପରେ ଭିନ୍ନ ଜାତିର ଝିଅକୁ ପ୍ରେମ ବିବାହ କରିଥିବାରୁ ୫୦ ହଜାର ଏବଂ ଥାନାର ଦ୍ବାରସ୍ଥ ହୋଇଥିବାରୁ ଆଉ ଅଧିକ ୫୦ ହଜାର ଆର୍ଥିକ ଦଣ୍ଡ ଶୁଣାଇଥିଲେ କଙ୍ଗାରୁ କୋର୍ଟ । ପ୍ରତାପ ବହୁ କଷ୍ଟରେ ଭିନ୍ୟ ଜାତିର ଝିଅକୁ ବିବାହ କରିଥିବା ବାବଦକୁ ୨୫ ହଜାର ଏବଂ ଥାନାର ଦ୍ବାରସ୍ଥ ହୋଇଥିବାରୁ 7 ହଜାର ଏଭଳି ମୋଟ 32 ହଜାର ଟଙ୍କା ପ୍ରଦାନ କରିଥିଲେ ମଧ୍ୟ ତାଙ୍କୁ ନିଜ ସ୍ତ୍ରୀଙ୍କୁ ପାଖରେ ରଖିବାକୁ ଅନୁମତି ମିଳିନଥିଲା ବରଂ ବଳକା ଟଙ୍କା ନ ଦେବା ପର୍ଯ୍ୟନ୍ତ ଗ୍ରାମରୁ ବାସନ୍ଦ ରହିବାକୁ ନିର୍ଦ୍ଦେଶ ଆସିଥିଲା ।

ତେବେ ଯୁବକ ଜଣକ ବର୍ତ୍ତମାନ ଛତିଶଗଡ଼ରେ ରହୁଥିବା ସହିତ ମହିଳାଙ୍କ ସଂପର୍କରେ କିଛି ଜାଣିନଥିବା କହିଛନ୍ତି ଏବଂ ନ୍ୟାୟ ପାଇଁ ଦାବି କରିଛନ୍ତି ପ୍ରତାପ କଲାର । ସେପଟେ ଏ ସମ୍ପର୍କରେ ରାଇଘର ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ଥାନା ଅଧିକାରୀ କହିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.