ETV Bharat / state

ପାଣି ପାଇପ ତଳେ ଚାପି ହୋଇ ଯୁବକଙ୍କ ମୃତ୍ୟୁ

ପାଣି ପାଇପ ତଳେ ଚାପି ହୋଇ ଯୁବକଙ୍କ ମୃତ୍ୟୁ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତୁମ୍ଭର୍ଲା ଗ୍ରାମରେ । ମୃତ ଶ୍ରମିକ ଜଣକ ହେଲେ ତୁମ୍ଭର୍ଲା ଗ୍ରାମର ଡମୁ ହରିଜନ ।

author img

By

Published : Aug 19, 2020, 7:22 AM IST

man death
ପାଣି ପାଇପ ତଳେ ଚାପି ହୋଇ ଯୁବକଙ୍କ ମୃତ୍ୟୁ

ନବରଙ୍ଗପୁର: ପାଣି ପାଇପ ତଳେ ଚାପି ହୋଇ ଯୁବକଙ୍କ ମୃତ୍ୟୁ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତୁମ୍ଭର୍ଲା ଗ୍ରାମରେ । ମୃତ ଶ୍ରମିକ ଜଣକ ହେଲେ ତୁମ୍ଭର୍ଲା ଗ୍ରାମର ଡମୁ ହରିଜନ ।

man death
ପାଣି ପାଇପ ତଳେ ଚାପି ହୋଇ ଯୁବକଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ, ତୁମ୍ଭର୍ଲା ଗ୍ରାମରୁ ଲହରାକାନି ଯିବା ରାସ୍ତାରେ ବହୂମୁଖୀ ଜଳ ଯୋଗାଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲିଛି । ଏଣୁ ନିର୍ମାଣ କାର୍ଯ୍ୟ ପାଇଁ ଗାଡିରେ ଆସିଥିବା ପାଇପକୁ ତଳେ ଓଲ୍ଲାଇବା କାର୍ଯ୍ୟରେ ନିୟୋଜିତ ଥିଲେ ଡମୁ । ସେହି ସମୟରେ ଏକ ଭାରି ଓଜନର ଲୁହା ପାଇପ ତଳେ ସେ ଚାପି ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପାଣି ପାଇପ ତଳେ ଚାପି ହୋଇ ଯୁବକଙ୍କ ମୃତ୍ୟୁ

ତେବେ ଟନ୍ ଟନ୍ ଓଜନ ବିଶିଷ୍ଟ ପାଇପ ଗୁଡିକର ସ୍ଥାନାନ୍ତରଣ ପାଇଁ ବିନା ମେସିନ ବିନା ସୁରକ୍ଷା ସରଞ୍ଜାମରେ ଠିକାଦାର କେଉଁ ପରିସ୍ଥିତିରେ ଶ୍ରମିକଙ୍କୁ କାମରେ ଲଗାଇଥିଲେ ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଠିକାଦାରଙ୍କ ଲାଭ ପାଇଁ ନିରୀହ ଶ୍ରମିକଙ୍କର ମୃତ୍ୟୁ ଘଟୁଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ମୃତ ଯୁବକଙ୍କ ବାପା ବୈଦନାଥ ହରିଜନ ତୁମ୍ଭର୍ଲା ଫାଣ୍ଡିରେ ଏନେଇ ଏକ ମାମଲା ରୁଜୁ କରିଛନ୍ତି । ମୃତ ଯୁବକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ କ୍ଷତିପୂରଣ ଦାବି କରାଯାଇଛି । ଏପଟେ ଉକ୍ତ ଠିକା ସଂସ୍ଥାର କିଛି କର୍ମଚାରୀ ମୃତକଙ୍କ ପରିବାରର ନିରିହତାର ଫାଇଦା ଉଠାଇ ବିଭିନ୍ନ ପ୍ରଲୋଭନ ଦେଖାଇ ଘଟଣାକୁ ଚପାଇ ଦେବାପାଇଁ ଯଥାଶକ୍ତି ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା । ସେପଟେ ତୁମ୍ଭର୍ଲା ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.