ନବରଙ୍ଗପୁର: କୋରୋନା ପଜିଟିଭ ଚି଼ହ୍ନଟ ପରେ ମାଝୀଗୁଡା ଗାଁ ସିଲ କଲା ଜିଲ୍ଲା ପ୍ରଶାସନ । ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାୟତରୁ ପ୍ରଥମ କରି ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି l
ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାୟତରୁ କୋରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ଆସନ୍ତା 10 ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ କଣ୍ଟେମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି l ଯାହାଫଳରେ ଗ୍ରାମରେ କୌଣସି ଲୋକଙ୍କୁ ବାହାରକୁ ଯିବା ଓ ବାହାର ଲୋକ ଗ୍ରାମ ମଧ୍ୟରେ ପ୍ରବେଶ ନିଷେଧ କରାଯାଇଛି l
ସୂଚନା ଅନୁଯାୟୀ ଶନିବାର ଦିନ ଜିଲ୍ଲାରେ 9 ଜଣ କୋରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ବେଳେ ସେଥି ମଧ୍ୟ୍ୟରୁ ମାଝୀଗୁଡାରୁ ଜଣେ ଆକ୍ରାନ୍ତ ଚି଼ହ୍ନଟ ହେବା ପରେ ପ୍ରଶାସନ, ମଇଦଲପୁର ପୋଲିସ ଓ ମାଝୀଗୁଡା ସରପଞ୍ଚଙ୍କ ଉଦ୍ୟମରେ ଅଞ୍ଚଳକୁ ନିଷିଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି l ଗ୍ରାମକୁ ସଂଯୋଗ କରୁଥିବା ତିନିଗୋଟି ରାସ୍ତାକୁ ସିଲ କରାଯାଇଛି l
ନବରଙ୍ଗପୁରରୁ ତପନ କୁମାର ବିଷୟୀ, ଇଟିଭି ଭାରତ