ETV Bharat / state

ମହିଳାଙ୍କ ସ୍ବାସ୍ଥ୍ୟର ପ୍ରଗତି ନେଇ ମାନସମନ୍ଥନ

ନବରଙ୍ଗପୁର ଜିଲ୍ଲାରେ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ବାସ୍ଥ୍ୟ ସମ୍ମୀଳନୀରେ ମହିଳା ମାନଙ୍କ ସ୍ବାସ୍ଥ୍ୟର ପ୍ରଗତି, ମହିଳା ସଶକ୍ତିକରଣ ଓ ସମାଜ ଗଠନ କରିବାରେ ଭୂମିକାକୁ ମହିଳା କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା l ଅଧିକ ପଢନ୍ତୁ...

mahila-aragya-samiti-conferance-at-nabarangpur
ମହିଳା ଆରୋଗ୍ୟ ସମିତି ସମ୍ମିଳନୀ
author img

By

Published : Mar 3, 2020, 9:46 PM IST

ନବରଙ୍ଗପୁର: ଜିଲ୍ଲାରେ ସ୍ଥାନୀୟ ବୈଭବ କଲ୍ୟାଣ ମଣ୍ଡପରେ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ବାସ୍ଥ୍ୟ ସମ୍ମୀଳନୀରେ ମହିଳାମାନଙ୍କ ସ୍ବାସ୍ଥ୍ୟର ପ୍ରଗତି, ମହିଳା ସଶକ୍ତିକରଣ ଓ ସମାଜ ଗଠନ କରିବାରେ ଭୂମିକାକୁ ମହିଳା କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା l

ମହିଳା ଆରୋଗ୍ୟ ସମିତି ସମ୍ମିଳନୀ

ଏହି ସମ୍ମୀଳନୀରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର, ବିଧାୟକ ମନୋହର ରନ୍ଧାରୀ, ବିଧାୟକ ସଦାଶିବ ପ୍ରଧାନୀ ବ୍ୟତୀତ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଡକ୍ଟର ସନ୍ତୋଷ କୁମାର ସ୍ବାଇଁ ଦୀପ ପ୍ରଜ୍ବଳନ କରିଥିଲେ l ଜିଲ୍ଲାର ସମସ୍ତ 10ଟି ବ୍ଲକର ମହିଳା ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନୱାଡି, ଆଶା କର୍ମୀ,ଗାଁ ସାଥି ଯୋଗ ଦେଇଥିଲେ l ଗ୍ରାମାଞ୍ଚଳରେ ବସବାସ କରିଥିବା ମହିଳାମାନଙ୍କୁ ସ୍ବାସ୍ଥ୍ୟର ପ୍ରଗତି, ମହିଳା ସଶକ୍ତିକରଣ ତଥା ସୁନ୍ଦର ସମାଜ ଗଠନ କରିବା ଉପସ୍ଥିତ ମହିଳା କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା l

ଶେଷରେ ଗ୍ରାମାଞ୍ଚଳ ସଚେତନତା କରିଥିବା ମହିଳା କର୍ମଚାରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାକୁ ନେଇଁ 10 ଜଣ ଆଶା କର୍ମୀ, ତିନି ଜଣ ବେଷ୍ଟ ଆଶା କର୍ମୀ, 10ଟି ସ୍ବାସ୍ଥ୍ୟ ଗ୍ରାମ, 3ଟି ସ୍ବାସ୍ଥ୍ୟ ପଞ୍ଚାୟତ 7ଟି ମହିଳା ଆରୋଗ୍ୟ ସମିତିକୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଛି l

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.