ETV Bharat / state

ନବରଙ୍ଗପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ, 120 ମାମଲାର ହେଲା ଶୁଣାଣି

author img

By

Published : Jul 11, 2021, 9:51 AM IST

ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୧ ଅନୁଷ୍ଠିତ । ଏହି ଲୋକ ଅଦାଲତରେ ସର୍ବମୋଟ ୧୨୦ଗୋଟି କୋର୍ଟ ମାମଲାର ଫଇସଲା କରାଯାଇଛି । ଅଧିକ ପଢନ୍ତୁ...

National People's Court 2021 held in nabrangpur
ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୧ ଅନୁଷ୍ଠିତ

ନବରଙ୍ଗପୁର: ଜିଲ୍ଲାରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୧ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜଜ ତିନୋଟି ଏମଏସିଟି କେସ ଫଇସଲା କରି ୧୫ଲକ୍ଷ ୨୦ ହଜାର ଟଙ୍କା କ୍ଷତିପୂରଣ ରାଶି ଧାର୍ଯ୍ୟ କରିଛନ୍ତି । ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରି ସୁଦାମ ଚରଣ ଦାସ ୮ଟି ଜମାନତ ମକଦ୍ଦମାର ଫଇସଲା କରି ୧୦୦୦ ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅନ୍ନପୂର୍ଣ୍ଣା ନାୟକ ୨ଟି ପ୍ରାକ ମକଦ୍ଦମା ଆପୋଷ ମିଳାମିଶା କରିଛନ୍ତି ।

ସେହିଭଳି ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ପ୍ରିୟ ରଞ୍ଜନ ଓଝା ୪୬ଟି ଫୌଜଦାରୀ ମକଦ୍ଦମାର ଫଇସଲା କରିଛନ୍ତି । ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ରାଜଶ୍ରୀ ଅରୟବାଲା ତ୍ରିପାଠୀ ଗୋଟିଏ ଫୌଜଦାରୀ ମକଦ୍ଦମାର ଫଇସଲା କରିଛନ୍ତି। ଏହି ଲୋକ ଅଦାଲତରେ ବ୍ୟାଙ୍କର ୫ଟି ପ୍ରାକ ମକଦ୍ଦମା ଫଇସଲା କରାଯାଇ ୧ ଲକ୍ଷେ ୭୬ ହଜାର ଋଣ ଆଦାୟ କରାଯାଇଛି । ଏହି ଲୋକ ଅଦାଲତରେ ସର୍ବମୋଟ ୧୨୦ ଗୋଟି କୋର୍ଟ କେସର ଫଇସଲା କରାଯାଇଛି ।

ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଜଜ ପ୍ରଣୟ କୁମାର ଦାସ, ବରିଷ୍ଠ ଦେବାନୀ ଜଜ,ରାଜ କିଶୋର ଜେନା ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ଅପର୍ଣ୍ଣା ମହାପାତ୍ର ଓ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୁମନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅନ୍ନପୂର୍ଣ୍ଣା ନାୟକ ଏହି ଲୋକ ଅଦାଲତ ପରିଚାଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.