ETV Bharat / state

ଖଟିଖିଆଙ୍କ ଉପରେ ଜବରଦଖଲ ଉଚ୍ଛେଦ ଚଡକ

ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସମ୍ମୁଖରେ ଥିବା ସରକାରୀ ଜମିରେ ଗଢିଉଠିଥିବା ଜବର ଦଖଲ ଉଚ୍ଛେଦ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଛି । ଘଟଣାସ୍ଥଳରେ ପୋଲିସ ମୁତୟନ ।

author img

By

Published : Aug 29, 2019, 12:46 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସାମ୍ନାରୁ ଜବରଦଖଲ ଉଚ୍ଛେଦ । ପ୍ରଶାସନ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ସରକାରୀ ଜାଗାରେ ଗଢି ଉଠିଥିବା ଦୋକାନ ଗୃହକୁ ଉଚ୍ଛେଦ କରାଯାଇଛି । ଘଟଣାସ୍ଥଳରେ ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଦୀର୍ଘଦିନରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସରକାରୀ ଜାଗାରେ ଜବରଦଖଲ ହେଉଥିବା ଅଭିଯୋଗ ହେଉଥିଲା । ତେଣୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ସେପଟେ ସରକାରୀ ଜାଗାରେ ବହୁ ଗରିବ ଶ୍ରେଣୀର ଲୋକ ଦୋକାନ ବଜାର କରି ପରିବାର ପ୍ରତିପୋଷଣ କରୁଥିଲେ । ହଠାତ୍ ଉଚ୍ଛେଦ କରାଯିବାରୁ ସେମାନେ ଏବେ କିଭଳି ପରିବାର ପ୍ରତିପୋଷଣ କରିବେ ବୋଲି ପ୍ରଶ୍ନ କରିଛନ୍ତି । ଶିଘ୍ର ଥଇଥାନ ପାଇଁ ଦାବି କରିଛନ୍ତି ସେମାନେ । ଅନ୍ୟପଟେ ସେମାନଙ୍କୁ ପୂର୍ବରୁ ଥଇଥାନ କରାଯାଇଛି ବୋଲି କହିଛନ୍ତି ମାଜିଷ୍ଟେଟ ହେମଲତା ମାଝୀ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ଭଦ୍ରକ ଜିଲ୍ଲାରେ ଲୋକାଲ ବସ ଚଳାଚଳ ବନ୍ଦ ରହିଛି। ଭଦ୍ରକ ବସ ସିଣ୍ଡିକେଟ ପକ୍ଷରୁ ଆଜି 24 ଘଣ୍ଟିଆ ଧର୍ମଘଟ ଫଳରେ ଏହି ସ୍ଥିତି ସୃଷ୍ଟି ହୋଇଛି। Body:ଭଦ୍ରକ ଜିଲ୍ଲାରେ ଲୋକାଲ ବସ ଚଳାଚଳ ବନ୍ଦ ରହିଛି। ଭଦ୍ରକ ବସ ସିଣ୍ଡିକେଟ ପକ୍ଷରୁ ଆଜି 24 ଘଣ୍ଟିଆ ଧର୍ମଘଟ ଫଳରେ ଏହି ସ୍ଥିତି ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାରେ ଥିବା 11 ଟି ଲୋକାଲ ରୁଟ ରେ 130 ଟି ଘରୋଇ ବସ ଚଳାଚଳ କରୁଛି। ଅନ୍ୟପକ୍ଷରେ ଛୋଟ ଛୋଟ ଜାନ ଗୁଡିକର ଉପଯୁକ୍ତ କାଗଜପତ୍ର ନଥାଇ ବେଆଇନ ଭାବେ ଯାତ୍ରୀ ପରିବହନ କରାଯାଉଥିବା ଅଭିଯୋଗ ହୋଇଛି। ଫଳରେ ଲୋକାଲ ରୁଟ ରେ ଯାତ୍ରୀ ପରିବହନ ସେବା ଯୋଗାଇ ଦେଉଥିବା ବସ ଗୁଡିକ ଆର୍ଥିକ କ୍ଷତିର ସମୂଖୀନ କରୁଛନ୍ତି। ଏନେଇ ଭଦ୍ରକ ବସ ସିଣ୍ଡିକେଟ ପକ୍ଷରୁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେଣୁ ଆଜି ପ୍ରତୀକ ଭାବେ ପ୍ରତିବାଦ କରି ଜିଲ୍ଲାରେ ଥିବା ଚାନ୍ଦବାଲି, ବାସୁଦେବପୁର, ଆଖଣ୍ଡଳମଣି, ଧାମନଗର,, ମଞ୍ଜୁରି ରୋଡ, ମାଳଦା, ଯାଜପୁର ଟାଉନ, ଆଗରପଡା, ଆନନ୍ଦପୁର, କୁପାରି ଏବଂ ବାଲିଖଣ୍ଡ ଆଦି ଲୋକାଲ ରୁଟରେ ଲୋକାଲ ବସ ଚଳାଚଳ ବନ୍ଦ ରହିଛି। ଏହି ଧର୍ମଘଟ ରେ ଭଦ୍ରକ, ବାସୁଦେବପୁର, ଆନନ୍ଦପୁର, କେନ୍ଦୁଝର ଏବଂ ଯାଜପୁର ଟାଉନ ବସ ସଂଘ ସାମିଲ ହୋଇଛନ୍ତି। ତେବେ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥ ରେ ବସ ଚଳାଚଳ ସ୍ଵାଭାବିକ ରହିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.