ETV Bharat / state

ପାପଡାହାଣ୍ଡିରେ ଶହୀଦ ସ୍ମୃତି ଦିବସ ପାଳିତ, ଶହୀଦ ମୀନାରକୁ ଜାତୀୟ ସ୍ମାରକୀର ମାନ୍ୟତା ପ୍ରଦାନ ଦାବି

author img

By ETV Bharat Odisha Team

Published : Aug 24, 2023, 4:50 PM IST

ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରେ ଶହୀଦ ସ୍ମୃତି ଦିବସ ପାଳିତ । ପାପଡ଼ାହାଣ୍ଡି ଶହୀଦ ମୀନାରକୁ ଜାତୀୟ ସ୍ମାରକୀର ମାନ୍ୟତା ପ୍ରଦାନ ନେଇ ଉଠିଲା ଦାବି । ଅଧିକ ପଢନ୍ତୁ

Etv Bharat
Etv Bharat
ପାପଡାହାଣ୍ଡିରେ ଶହୀଦ ସ୍ମୃତି ଦିବସ ପାଳିତ

ନବରଙ୍ଗପୁର: ଜିଲ୍ଲାର ରକ୍ତ ତୀର୍ଥ ପାପଡ଼ାହାଣ୍ଡିଠାରେ ଗୁରୁବାର ପାଳିତ ହୋଇଛି ଶହୀଦ ସ୍ମୃତି ଦିବସ । ଦେଶପାଇଁ ଜୀବନକୁ ଉତ୍ସର୍ଗ କରି ଚରମ ବଳିଦାନ ଦେଇଥିବା ସ୍ଵାଧୀନତା ସଂଗ୍ରାମୀଙ୍କୁ ପ୍ରଦାନ କରାଯାଇଛି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଶହୀଦ ସ୍ମୃତି କମିଟି ପକ୍ଷରୁ ପ୍ରଜ୍ଵଳିତ ଶହୀଦ ମଶାଲ ନବରଙ୍ଗପୁରରୁ ଏକ ଶୋଭାଯାତ୍ରାରେ ବାହାରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଆଇନମନ୍ତ୍ରୀ ଜଗନ୍ନାଥ ସାରକା । ଏହାସହ ପାପଡ଼ାହାଣ୍ଡିର ଶହୀଦ ମୀନାରକୁ ଜାତୀୟ ସ୍ମାରକୀର ମାନ୍ୟତା ପ୍ରଦାନ ସହ ସ୍କୁଲ ପାଠ୍ୟକ୍ରମରେ ସ୍ଥାନିତ କରିବାକୁ ଦାବି ହୋଇଛି ।

ଏହି ଅବସରରେ ଶହୀଦ ସ୍ମୃତି କମିଟି ପକ୍ଷରୁ ପ୍ରଜ୍ଜ୍ବଳିତ ଶହୀଦ ମଶାଲ ନବରଙ୍ଗପୁରରୁ ଏକ ଶୋଭାଯାତ୍ରାରେ ବାହାରି ଭାରତ ମାତାର ଜୟ ଗାନ ସହ ପାପଡ଼ାହାଣ୍ଡି ଶହୀଦ ସ୍ମୃତି ମୀନାର ନିକଟରେ ପହଞ୍ଚିଥିଲା । ଶହୀଦ ସ୍ମୃତି ମୀନାରରେ ମଶାଲ ସ୍ଥାପନ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ସ୍ମୃତି ସୌଧଠାରେ ସ୍ଵାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରଯାଇଥିଲା । ପରେ ଟୁରୀ ନଦୀପଠାରେ ତିଳ ତର୍ପଣ ପୂର୍ବକ ଅମର ଶହୀଦମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଏହାସହ ଜିଲ୍ଲା ପୋଲିସ ପକ୍ଷରୁ ଶହୀଦଙ୍କ ଉଦ୍ଦେଶ୍ୟରେ ସାମରିକ ଅଭିବାଦନ ପ୍ରଦାନ କରାଯାଇଥିଲା ।

ଏହା ବି ପଢନ୍ତୁ- ଗୁଣ୍ଡୁରିଆକୁ ଶହୀଦ ସ୍ଥଳ ମାନ୍ୟତା ଦିଆନ୍ତୁ ସରକାର: ଆଦିବାସୀ ସମ୍ପ୍ରଦାୟ

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝି, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର, ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ, ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମତିରାମ ନାୟକ, ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ ପ୍ରମୁଖ ଯୋଗ ଦେଇ ଶହୀଦମାନଙ୍କ ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୁଳିକାଣ୍ଡରେ ଶହୀଦ ହୋଇଥିବା ପରିବାର ବର୍ଗଙ୍କ ଦାୟଦଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ପାପଡ଼ାହାଣ୍ଡିର ଶହୀଦ ମୀନାରକୁ ଜାତୀୟ ସ୍ମାରକୀର ମାନ୍ୟତା ପ୍ରଦାନ ସହ ସ୍କୁଲ୍‌ ପାଠ୍ୟକ୍ରମରେ ସ୍ଥାନିତ କରିବାକୁ ଦାବି ହୋଇଛି ।

ସୂଚନା ଥାଉ କି ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଅଗଷ୍ଟ ମାସ ୨୪ ତାରିଖ ଦିନ ମାଧବ ପ୍ରଧାନୀଙ୍କ ନେତୃତ୍ଵରେ ଡାବୁ ଗାଁ ଅଭିମୁଖେ ଆନ୍ଦୋଳନ ପାଇଁ ଯାଉଥିବା ସମୟରେ ପାପଡ଼ାହାଣ୍ଡିର ଟୁରୀ ନିକଟରେ ବ୍ରିଟିଶ ଗୁଳିରେ ସ୍ଵାଧୀନତା ସଂଗ୍ରାମୀମାନେ ପ୍ରାଣବଳି ଦେଇଥିଲେ । ଘଟଣାସ୍ଥଳରୁ ୧୧ ଜଣ ସଂଗ୍ରାମୀଙ୍କ ପାର୍ଥୀବ ଶରୀର ମିଳିଥିବା ବେଳେ, 8 ଜଣଙ୍କ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା । ଅନେକେ ଟୁରୀ ନଦୀରେ ଡେଇଁ ମୃତ୍ୟୁବରଣ କରିଥିଲେ । ସେହି ଶହୀଦମାନଙ୍କ ସ୍ମୃତିରେ ୧୯୮୪ ମସିହାରେ ଶହୀଦ ମୀନାର ନିର୍ମାଣ କରାଯାଇ ୧୯ ଜଣ ସଂଗ୍ରାମୀଙ୍କ ନାମ ଲିପିବଦ୍ଧ କରାଯାଇଥିଲା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.