ETV Bharat / state

ଟ୍ରଫି ବଦଳରେ ମେଣ୍ଢା, କୁକୁଡା ପୁରସ୍କାର

ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଏପରି ଏକ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ମିଳିଛି ଯେଉଁଥିରେ ବିଜେତାଙ୍କୁ ଟ୍ରଫି ବଦଳରେ ମିଳୁଛି ଜୀଅନ୍ତା ମେଣ୍ଢା, ବକଡ଼ା, କୁକୁଡ଼ା ଓ ଗଞ୍ଜା ପୁରସ୍କାର। ଅଧିକ ପଢ଼ନ୍ତୁ...

ଟ୍ରଫି ବଦଳରେ ମେଣ୍ଢା, କୁକୁଡା ପୁରସ୍କାର
author img

By

Published : Nov 4, 2019, 9:23 PM IST

ନବରଙ୍ଗପୁର: ବିଜୟୀ ଓ ପରାଜିତ ଦଳକୁ ଟ୍ରଫି ବଦଳରେ ମିଳୁଛି ଜୀଅନ୍ତା ମେଣ୍ଢା, ବକଡ଼ା, କୁକୁଡ଼ା ଓ ଗଞ୍ଜା ପୁରସ୍କାର। ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ସତ। ଆପଣ ମାନେ ଅନେକ ଛୋଟମୋଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦେଖିଥିବେ। କେଉଁଠି ମୋଟା ଅଙ୍କର ପୁରସ୍କାର ତ ଆଉ କେଉଁଠି ବଡ଼ ବଡ଼ ଟ୍ରଫି ରଖାଯାଇଥାଏ ବିଜୟ ଦଳ ପାଇଁ। କିନ୍ତୁ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଏପରି ଏକ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ମିଳିଛି।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମା ପଞ୍ଚାୟତରେ ଥିବା ଭିମାଗୁଡ଼ା ଗ୍ରାମରେ ଅନୁଷ୍ଠିତ ହୋଇଛି ଏକ ନିଆରା ଢଙ୍ଗର ଫୁଟବଲ ଟୁର୍ଣ୍ଣାମେଣ୍ଟ। ସୋମବାର ଟୁର୍ଣ୍ଣାମେଣ୍ଟର ଉଦଯାପନୀ ମ୍ୟାଚ ଚିତ୍ରକୋଟ ଏବଂ ତେନ୍ତୁଳିଖୁଣ୍ଟି ଦଳ ମଧ୍ୟରେ ଖେଳା ଯାଇଥିଲା। ଚିତ୍ରକୋଟ ଦଳ 4-3 ଗୋଲରେ ତେନ୍ତୁଳିଖୁଣ୍ଟିକୁ ପରାଜିତ କରିଥିଲା । ତେବ ବିଜେତା ଓ ରନରଅପକୁ ଟ୍ରଫି ବଦଳରେ ମିଳିଛି ମେଣ୍ଢା,ବକଡ଼ା, କୁକୁଡ଼ା ଓ ଗଞ୍ଜା।

ଟ୍ରଫି ବଦଳରେ ମେଣ୍ଢା, କୁକୁଡା ପୁରସ୍କାର

ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସ୍ଥାନୀୟ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନି । ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଖେଳ ଶେଷରେ ବିଜୟୀ ଓ ପରାଜିତ ଦଳକୁ ପୁରସ୍କାର ସ୍ବରୂପ ଏହି ପୁରସ୍କାର ପ୍ରଧାନ କରିଥିଲେ ବିଧାୟକ। ଟ୍ରଫି ପାଇଲେ ଏହା ଜଣକ ପାଖରେ ରହିବ କିନ୍ତୁ ମେଣ୍ଡା, ବକଡ଼ା ଓ କୁକୁଡ଼ା ଗଞ୍ଜାକୁ ନେଇ ବିଜୟ ଓ ପରାଜୟ ଦଳ କରନ୍ତି ଭୋଜି। ତେଣୁକରି ଏହି ଟ୍ରଫି ରଖାଯାଇଛି ବୋଲି କହିଛନ୍ତି ଆୟୋଜକ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ-ଖେଳାଳି ମାନଙ୍କୁ ଟ୍ରଫି ବଦଳରେ ମିଳୁଛି ଜିଅନ୍ତା ମେଣ୍ଡା,ଜୀଅନ୍ତା ବକଡ଼ା ଓ କୁକୁଡ଼ା ଗଞ୍ଜା ପୁରସ୍କାର।
ଫର୍ମାଟ-ଏଭିଓ,୦୩/୧୧/୧୯
ରିପୋର୍ଟ-ତପନ କୁମାର ବିଷୟି , ନବରଙ୍ଗପୁର।
----------------------------------------------
ଆଙ୍କର:-ବିଜୟ ଓ ପରାଜୟ ଦଳକୁ ମିଳୁଛି ଟ୍ରଫି ବଦଳରେ ଜୀଅନ୍ତା ମେଣ୍ଡା,ଜୀଅନ୍ତା ବକଡ଼ା ଓ କୁକୁଡ଼ା ଗଞ୍ଜା ପୁରସ୍କାର।ଆପଣ ମାନଙ୍କୁ ଶୁଣିଲେ ଅଜବ ଲାଗିପାରେ କିନ୍ତୁ ଏହା ସତ।ଆପଣ ମାନେ ଅନେକ ଛୋଟ ମୋଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦେଖିଥିବେ।କେଉଁଠି ମୋଟା ଅଙ୍କର ପୁରସ୍କାର ତ ଆଉ କେଉଁଠି ବଡ଼ ବଡ଼ ଟ୍ରଫି ରଖାଯାଇଥାଏ ବିଜୟ ଦଳ ପାଇଁ।କିନ୍ତୁ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଏପରି ଏକ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ମିଳିଛି।ଆଉ ସେଠାରେ ମିଳୁଛି ଏକ ଅଜବ ପ୍ରକାର ଟ୍ରଫି ଏବଂ ତାହା ରହିଛି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଆକର୍ଷଣ।ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଂଚଳଗୁମା ପଂଚାୟତରେ ଥିବା ଭିମାଗୁଡ଼ା ଗ୍ରାମରେ ଚାଲିଛି ଏକ ନିଆରା ଢଙ୍ଗର ଫୁଟବଲ ଟୁର୍ଣ୍ଣାମେଣ୍ଟ।ଆଜି ଟୁର୍ଣ୍ଣାମେଣ୍ଟର ଉଦଯାପିତ ଦିନରେ ଚିତ୍ରକୋଟ ଏବଂ ତେନ୍ତୁଳିଖୁଣ୍ଟି ଦଳ ମଧ୍ୟରେ ଖେଳା ଯାଇଥିଲା।ଚିତ୍ରକୋଟ ଦଳ ୪-୩ଗୋଲ କରି ବିଜୟ ହାସଲ କରିଥିଲେ।ଏବଂ ବିଜୟ ଓ ପରାଜୟ ଦଳକୁ ମିଳୁଛି ଟ୍ରଫି ବଦଳରେ ଜିଅନ୍ତା ମେଣ୍ଡା,ଜୀଅନ୍ତା ବକଡ଼ା ଓ କୁକୁଡ଼ା ଗଞ୍ଜା।ଆଉ ଏଠାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ସ୍ଥାନୀୟ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନି, ଆଉ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଖେଳ ଶେଷରେ ବିଜୟ ଓ ପରାଜୟ ଦଳକୁ ମୁଖ୍ୟ ଅତିଥି ଦେଉଛନ୍ତି ପୁରସ୍କାର ସ୍ୱରୂପ ଏହି ପୁରସ୍କାର।ଟ୍ରଫି ପାଇଲେ ଏହା ଜଣକ ପାଖରେ ରହିବ କିନ୍ତୁ ମେଣ୍ଡା,ବକଡ଼ା ଓ କୁକୁଡ଼ା ଗଞ୍ଜାକୁ ନେଇ ବିଜୟ ଓ ପରାଜୟ ଦଳ କରନ୍ତି ଭୋଜି।ଯାହାକି ସମ୍ପୂର୍ଣ୍ଣ ଭାବେ ନିଆରା ସେଥିପାଇଁ ଏହି ଟ୍ରଫି ରଖାଯାଇଛି ବୋଲି କହିଛନ୍ତି ଆୟୋଜକ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.