ନବରଙ୍ଗପୁର : ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ମୋତିଗାଁ ହିଙ୍ଗଳାଜିନ ଦେବୀ ମନ୍ଦିରରୁ କଳାକନା ବୁଲାଇଲେ ଦୁବୃର୍ତ୍ତ । ଦେବୀଙ୍କ ଅଳଙ୍କାର ଓ ହୁଣ୍ଡିରୁ ଟଙ୍କା ଲୁଟିଛନ୍ତି ଦୁବୃର୍ତ୍ତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଏହାବି ପଢନ୍ତୁ : ହରସିଂପୁର ପଞ୍ଚାୟତରେ ନିର୍ବାଚନୀ ହିଂସା: ଜଣେ ଗୁରୁତର
ସୂଚନା ଅନୁଯାଇ ହିଙ୍ଗଳାଜିନ ଦେବୀ ମନ୍ଦିରଟି ଗତ ୬ ମାସ ତଳେ ପ୍ରତିଷ୍ଠା ହୋଇଥିଲା । ମନ୍ଦିରରୁ କିଛି ଦୁବୃର୍ତ୍ତ ୩୦୦ ଗ୍ରାମ ସୁନା , ୫ କିଲୋଗ୍ରାମ ରୂପା ଓ ହୁଣ୍ଡି ବାକ୍ସରୁ ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ମନ୍ଦିର କମିଟି ସଦସ୍ୟ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଚୋରିର ୨୪ ଘଣ୍ଟା ପରେ ମଧ୍ୟ ପୋଲିସକୁ କୌଣସି ସୁରାକ ଏପର୍ଯ୍ୟନ୍ତ ମିଳିପାରି ନାହିଁ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ