ETV Bharat / state

ଲାଖ ଶିଳ୍ପକୁ ଲୁହ ଦେଇଗଲା ଲକ‌ଡାଉନ‌, ଦୁର୍ଦ୍ଦିନରେ କାରିଗର - situation of lakh industry during lockdown in nabarangpur

କୋରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍‌ କରିଛନ୍ତି । ହେଲେ ଏହି ସମୟରେ ଅନେକ ସମସ୍ୟା ସମ୍ମୁଖୀନ ହେଉଛନ୍ତି ଲୋକେ । ଶ୍ରମିକମାନେ କାମ ହରାଇ ବେକାରୀ ହେଉଥିବାବେଳେ ହସ୍ତଶିଳ୍ପ ଗୁଡିକ ବି ବନ୍ଦ ହେବାକୁ ବସିଛି । ଏପରି ସ୍ଥିତିରେ ନବରଙ୍ଗପୁରର ପ୍ରସିଦ୍ଧ ଲାଖ ଶିଳ୍ପ ମଧ୍ୟ ବନ୍ଦ ହେବା ଉପରେ । କଞ୍ଚାମାଲ ମିଳୁନଥିବା ତଥା ବିକ୍ରି ପାଇଁ ବଜାର ନଥିବାରୁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି କାରିଗର ।

lakh industry in nabarangpur
ଲାଖ ଶିଳ୍ପରେ ଲକ୍ ‌ପକାଇଲା ଲକ୍‌ଡାଉନ୍‌, ଦୁର୍ଦ୍ଦିନରେ କାରିଗର
author img

By

Published : Jun 2, 2020, 12:11 PM IST

ନବରଙ୍ଗପୁର: କୁଟୀର ଶିଳ୍ପ ମଧ୍ୟରେ ଲାଖ ଶିଳ୍ପ ଅନ୍ୟତମ । ଯାହାକୁ ନେଇ ସାରା ଦେଶରେ ନବରଙ୍ଗପୁରର ବେଶ୍‌ ସୁନାମ ରହିଛି । ଲାଖ ଚୁଡି, ଚିତ୍ରକଳା, କଣ୍ଡେଇ, ସୁନ୍ଦର ସୁନ୍ଦର ପେଡି ଓ କଳସ ଆଦିର ବିରଳ କାରୁକାର୍ଯ୍ୟ ନବରଙ୍ଗପୁରକୁ ଆଣି ଦେଇଛି ପ୍ରସିଦ୍ଧି । ତେବେ ହାତରେ ସୁକ୍ଷ୍ମ କାରିଗରୀ କରି ଏହି ଶିଳ୍ପକୁ ସାର୍ଥକ କରିଥିବା କାରିଗରଙ୍କ ଅବସ୍ଥା ଏବେ ଶୋଚନୀୟ । ଲକ୍‌ଡାଉନ ଯୋଗୁଁ ସେମାନଙ୍କ ଜୀବନଜୀବିକା ଉପରେ ବେଶ ପ୍ରଭାବ ପଡିଛି ।

ଲାଖ ଶିଳ୍ପରେ ଲକ୍ ‌ପକାଇଲା ଲକ୍‌ଡାଉନ୍‌, ଦୁର୍ଦ୍ଦିନରେ କାରିଗର

କୋରୋନା କଟକଣା ଯୋଗୁଁ ବଜାରଠୁ ନେଇ ବିବାହ ବ୍ରତ ସବୁ ଠପ୍ । ଯେଉଁଥିପାଇଁ ଲାଖ କାରିଗର ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଦୀର୍ଘ ଦୁଇ ମାସ ହେବ ବଜାରର ଅଭାବ ସାଙ୍ଗକୁ କଞ୍ଚାମାଲର ଅଭାବ ଯୋଗୁଁ ସେମାନଙ୍କର ହାତ ଏବେ ଖାଲି । ନବରଙ୍ଗପୁର ସହରର ପ୍ରାୟ 30ଟି ପରିବାର ଲାଖ କାର୍ଯ୍ୟ ଉପରେ ନିର୍ଭରଶୀଳ ଥିବାବେଳେ ଲକ୍‌ଡାଉନ୍‌ ସେମାନଙ୍କ ଜୀବିକା ଛଡାଇ ନେଇଛି ।

situation of lakh industry during lockdown in nabarangpur

ତେବେ ବର୍ତ୍ତମାନ ସମୟରେ ସରକାର ବିବାହ, ବ୍ରତ ଓ କିଛି ଯାନିଯାତ୍ରା ଉପରେ କୋହଳ କରିଥିବାରୁ ଆଗକୁ ଲାଖ କାରିଗରଙ୍କ ଆର୍ଥିକ ଅବସ୍ଥା କିଛି ପରିମାଣରେ ସୁଧୁରିବ ବୋଲି ଆଶା କରାଯାଉଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.