ନବରଙ୍ଗପୁର: ସହରର ଇଚ୍ଛାବତୀଗୁଡା ନିକଟରେ ପ୍ରବାସୀ ଶ୍ରମିକମାନଙ୍କୁ ଧରି ଯାଉଥିବା ଏକ ବସ ଖରାପ ହୋଇପଡିଛି । ଫଳରେ 55 ଜଣ କଳାହାଣ୍ଡିର ଶ୍ରମିକ ଅଧାରାସ୍ତାରେ ଅଟକି ରହିଛନ୍ତି । ବସ୍ଟି ମାଲକାନଗିରି ମୋଟୁ ଅଞ୍ଚଳରୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଭିମୁଖେ ଯାଉଥିଲା । ହେଲେ ଗାଡିଟି ହଠାତ୍ ଖରାପ ହୋଇଯିବାରୁ ଇଚ୍ଛାବତୀଗୁଡାରେ ଉଭୟ ମହିଳା ଓ ପୁରୁଷ ଶ୍ରମିକ ଓଲ୍ଲାଇ ବସ ଠିକ ହେବା ପାଇଁ ରାସ୍ତାରେ ଅପେକ୍ଷା କରି ବସି ରହିଥିବା ଦେଖିବାକୁ ମିଳିଛି ।
![labour bus stopped halted mid way, nabarangpur latest newsm labour bus stopped in nabarangpur, labour stuck in nabarangpur, ଅଧାରେ ଖାରାପ ହେଲା ଶ୍ରମିକ ବସ, ନବରଙ୍ଗପୁର ଲାଟେଷ୍ଟ ନ୍ୟୁଜ୍, ନବରଙ୍ଗପୁର ରାସ୍ତାରେ ଖରାପ ହେଲା ଶ୍ରମିକ ବସ, ନବରଙ୍ଗପୁରରେ ଅଟକିଲେ ଶ୍ରମିକ](https://etvbharatimages.akamaized.net/etvbharat/prod-images/od-ngp-corana-prabashi-shramika-bus-7204279_23052020213801_2305f_1590250081_1020.jpg)
ଏନେଇ ଇଚ୍ଛାବତୀଗୁଡା ଅଞ୍ଚଳର ସ୍ଥାନୀୟ ଲୋକେ କୋରୋନା ସଂକ୍ରମଣ ଭୟ ଓ ଆତଙ୍କରେ ଭୟଭୀତ ହୋଇ ପଡିଛନ୍ତି । ତେବେ ମୋଟୁରେ କୋରୋନା ପରୀକ୍ଷା କରାଯିବା ପରେ ନେଗେଟିଭ ଆସିବାରୁ ସେମାନେ ଘରକୁ ଫେରୁଥିବା ଜଣେ ପ୍ରବାସୀ ଶ୍ରମିକ ସୂଚନା ଦେଇଛନ୍ତି । ଗାଡିଟି ଠିକ୍ ହେବା ପରେ ଶ୍ରମିକମାନଙ୍କୁ ଘରକୁ ଫେରିଯିବା ପାଇଁ କୁହାଯାଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ