ETV Bharat / state

BJDର ପ୍ରତିଷ୍ଠା ଦିବସରେ ହଟହଟା ହେଲେ ସାଂସଦ ଓ ବିଧାୟକ - ବସଷ୍ଟାଣ୍ଡକୁ ନେଇ ସାଂସଦଙ୍କୁ ଅଟକାଇଲେ ଲୋକେ

ବିଜେଡି ପ୍ରତିଷ୍ଠା ଦିବସରେ ନବରଙ୍ଗପୁର ସାଂସଦ ଓ ଡାବୁଗାଁ ବିଧାୟକଙ୍କୁ ଅଟକାଇ ଅସନ୍ତୋଷ ଜାହିର କଲେ ଯୁବଗୋଷ୍ଠୀ ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

BJDର ପ୍ରତିଷ୍ଠା ଦିବସରେ ହଟହଟା ହେଲେ ସାଂସଦ ଓ ବିଧାୟକ

author img

By

Published : Dec 27, 2021, 9:06 AM IST

ନବରଙ୍ଗପୁର: ବିଜେଡିର ପ୍ରତିଷ୍ଠା ଦିବସ( BJD Foundation Day)ରେ ହଟହଟା ହେଲେ ନବରଙ୍ଗପୁର ସାଂସଦ ଓ ଡାବୁଗାଁ ବିଧାୟକ (Nabarangpur MP and Dabugan MLA) । ଗତକାଲି ସନ୍ତୋଷପୁରକୁ ସାଂସଦ ରମେଶ ମାଝୀ ଓ ଡାବୁଗାଁ ବିଧାୟକ ଯାଉଥିବା ବେଳେ କୋଷାଗୁମୁଡ଼ା ଗ୍ରାମରେ କିଛି ଯୁବକ ଉଭୟଙ୍କୁ ରାସ୍ତାରେ ଅଟକାଇ ଅସନ୍ତୋଷ ଜାହିର କରି ପ୍ରଶ୍ନ ବାଣରେ ଘେରିଥିଲେ । କାହିଁକି ସଦର ବ୍ଲକ ମହକୁମା ଠାରେ ହେବାକୁ ଥିବା ବସଷ୍ଟାଣ୍ଡକୁ କୋଡ଼ିଙ୍ଗା ଗ୍ରାମକୁ ସ୍ଥାନାନ୍ତର କରାଗଲା ସେନେଇ ପ୍ରଶ୍ନ କରିଥିଲେ ଯୁବକ ମାନେ । ଏନେଇ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

BJDର ପ୍ରତିଷ୍ଠା ଦିବସରେ ହଟହଟା ହେଲେ ସାଂସଦ ଓ ବିଧାୟକ

ସୂଚନାନୁଯାୟୀ, କୋଷାଗୁମୁଡା ସଦର ବ୍ଲକ ମହକୁମା ଠାରେ ଏକ ସ୍ମାର୍ଟ ବସଷ୍ଟାଣ୍ଡ ନିର୍ମାଣ ହେବାକୁ ପ୍ରସ୍ତାବ ଥିବା ବେଳେ ଏହାକୁ ବ୍ଲକର କୋଡ଼ିଙ୍ଗା ଗ୍ରାମକୁ ସ୍ଥାନାନ୍ତର କରାଯାଇଥିଲା । ଯାହାକୁ ନେଇ କୋଷାଗୁମୁଡ଼ାର ଯୁବକ ମାନେ ଘୋର ବିରୋଧ କରିଥିଲେ । ରାଜନୀତିକରଣ କରି ଏହି ପ୍ରସ୍ତାବିତ ସ୍ମାର୍ଟ ବସଷ୍ଟାଣ୍ଡକୁ କୋଡ଼ିଙ୍ଗା ଗ୍ରାମକୁ ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ କରିଥିଲେ ଯୁବକ ମାନେ । ଯଦି କୋଷାଗୁମୁଡ଼ା ଠାରେ ବସ ଷ୍ଟାଣ୍ଡ ନିର୍ମାଣ କରାନଯାଏ ତେବେ ଆଗାମୀ ଦିନରେ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.