ନବରଙ୍ଗପୁର: ବ୍ଲକର ସମସ୍ତ ରାଜନୈତିକ ଦଳ ଓ ନାଗରିକ ମଞ୍ଚ ତରଫରୁ ୩ ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଠାରେ ଚାଲିଥିବା ଆମରଣ ଅନଶନ ୧୩ ଦିନରେ ପହଞ୍ଚିଛି । ଦାବି ପୂରଣ ପାଇଁ କୋଡ଼ିଙ୍ଗା ସହ କୋଷାଗୁମୁଡ଼ା ବ୍ଲକରେ ବନ୍ଦ ପାଳନ କରାଯାଉଛି । ଫଳରେ ବ୍ଲକର ସମସ୍ତ ସରକାରୀ ଅନୁଷ୍ଠାନ ସହିତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।
ତା ସହ ଦୋକାନ ବଜାର ଓ ବାଣିଜ୍ୟିକ ସଙ୍ଗଠନ ସବୁ ବନ୍ଦ ରହିଛି । ଆନ୍ଦୋଳନକାରୀମାନେ କୋଡ଼ିଙ୍ଗା ମୁଖ୍ୟ ରାସ୍ତା ସହ ସ୍ଥାନେ ସ୍ଥାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଫଳରେ ବ୍ଲକ ମୁଖ୍ୟ କାର୍ଯ୍ୟାଳୟକୁ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଏହି ବନ୍ଦରୁ ଅତ୍ୟାବଶ୍ୟକ ସେବା ଗୁଡିକୁ ବାଦ ଦିଆଯାଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ