ETV Bharat / state

ସଂଖ୍ୟାଲଘୁ କାର୍ଡ ଖେଳିଲେ ନବୀନ, ମୁନ୍ନା ଖାଁଙ୍କୁ ରାଜ୍ୟସଭା ଟିକେଟ୍ - munna khan

ମୁନ୍ନା ଖାଁଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଏବେ ସବୁଠି ମୁନ୍ନା ଖାଁଙ୍କୁ ନେଇ ଚର୍ଚ୍ଚା । ନବୀନ ସଂଖ୍ୟାଲଘୁ କାର୍ଡ ଖେଳିଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି । ତେବେ ନଜର ପକାନ୍ତୁ ମୁନ୍ନାଙ୍କ ରାଜନୈତିକ ଯାତ୍ରା ଉପରେ ...

munna khan candidate of rajya sabha, know him political carrier
ସଂଖ୍ୟାଲଘୁଙ୍କୁ ଗୁରୁତ୍ବ, ମୁନ୍ନା ଖାଁଙ୍କୁ ରାଜ୍ୟସଭା ଟିକେଟ୍
author img

By

Published : Mar 7, 2020, 6:18 PM IST

ଭୁବନେଶ୍ବର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ 4ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟସଭାର 4ଟି ଆସନ ପାଇଁ ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ଅଭିନେତାରୁ ନେତା ପାଲଟିଥିବା ମୁନ୍ନା ଖାଁଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଛନ୍ତି ।

ସଂଖ୍ୟାଲଘୁଙ୍କୁ ଗୁରୁତ୍ବ, ମୁନ୍ନା ଖାଁଙ୍କୁ ରାଜ୍ୟସଭା ଟିକେଟ୍

ରାଜନୀତିକୁ ଏଣ୍ଟ୍ରି ମାରିବା ପୂର୍ବରୁ ଓଲିଉଡରେ ବେଶ୍ ନାଁ କମେଇଥିଲେ ମୁନ୍ନା ଖାଁ । ଚଳଚ୍ଚିତ୍ର ଦୁନିଆରେ ତାଙ୍କର ରହିଥିଲା ଅଜସ୍ର ଖ୍ୟାତି । ତାଙ୍କ ଅଭିନିତ ଅନେକ ଚଳଚ୍ଚିତ୍ର ଏବେବି ଲୋକଙ୍କ ମନରେ ବସାବାନ୍ଧି ରହିଛି । ହେଲେ ଫିଲ୍ମ ଦୁନିଆରେ ବେଶ୍ ପରିଚିତ ଚେହେରାଟି କାହିଁକି ରାଜନୀତି ପ୍ରତି ମନବଳାଇଲେ ? ଏହା ପଛରେ କଣ ରହିଛି କାରଣ ?

ମୁନ୍ନା ଖାଁଙ୍କ ସମ୍ପର୍କରେ....

ରାଜନୀତିରେ ବେଶ୍ ଚର୍ଚ୍ଚା ସାଉଁଟିଥିବା ନେତା ମୁନା ଖାଁ ନବରଙ୍ଗପୁରର ତାରାଗାଁର ଏକ ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି । 1963 ମସିହା ଜାନୁଆରୀ 13 ତାରିଖରେ ବାପା କାଲିମୁଲା ଖାଁ ଓ ମା’ ଆମ୍ବେୟା ବେଗମଙ୍କ ଔରସରୁ ଜନ୍ମ ନେଇଥିଲେ ମୁନ୍ନା । ତାଙ୍କର ଭାଇ ଓ ଦୁଇ ଭଉଣୀ ମଧ୍ୟ ଅଛନ୍ତି । ମୁନ୍ନାଙ୍କ ଦାଦା ହେଉଛନ୍ତି ଜଣେ ପୂର୍ବତନ ମନ୍ତ୍ରୀ ।

ତେଣୁ ପିଲାଟି ଦିନରୁ ରାଜନୀତି ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା । ପିଲାଟି ଦିନରୁ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ ସେ । ରାଜନୀତିରେ ମନବଳାଇଥିବା ମୁନ୍ନା ହଠାତ୍ 1986ରେ ଚଳଚ୍ଚିତ ଜଗତର ରଙ୍ଗୀନ ଦୁନିଆରେ ପାଦ ଥାପନ୍ତି । ଫିଲ୍ମ ଦୁନିଆ ପାଇଁ ଗାଁ ଛାଡି ଭୁବନେଶ୍ବରରେ ରହିବାକୁ ଲାଗିଲେ ସେ ।

ତାଙ୍କ ପ୍ରଥମ ଅଭିନୀତ ଚଳଚ୍ଚିତ୍ର ଥିଲା କୁରୁକ୍ଷେତ୍ର । ପରେ ୧୯୮୯ରେ ‘ମମତାର ଡୋରି’, ୨୦୧୦ ରେ ‘ମୁଁ କଣ ଏତେ ଖରାପ’, ୨୦୧୧ରେ ମୁଁ ପ୍ରେମୀ ମୁଁ ପାଗଳ ଏବଂ ଗଙ୍ଗ ଶିଉଳି ଭଳି, ବାପା ଚଳଚ୍ଚିତ୍ରରେ ନିଜର ବଳିଷ୍ଠ ଅଭିନୟର ଯାଦୁ ଦେଖାଇଥିଲେ ସେ । ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ଯୋଗୁଁ ସିନେମା ଦୁନିଆରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ସେ ।

ରାଜନୀତିରେ ଏଣ୍ଟ୍ରି....

ଫିଲ୍ମ ଦୁନିଆର ଚାକଚକ୍ୟ ମଧ୍ୟରେ ରହି ମଧ୍ୟ ସର୍ବଦା ଗାଁର ବିକାଶ କଥା ଭାବୁଥିଲେ ମୁନ୍ନା । ଗାଁ ମାଟିର ବିକାଶ ଚିନ୍ତା ଓ ଗାଁ ପାଇଁ କିଛି କରିବାର ମନୋବୃତ୍ତି ନେଇ ୧୯୯୨ ରୁ ୧୯୯୭ ମସିହା ପର୍ଯ୍ୟନ୍ତ ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ । ପରେ ସେ ବିଜେଡିରେ ଯୋଗଦାନ କରି ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ କଂଗ୍ରେସ ନେତା ତଥା ନିଜ ଦାଦା ହାବିବୁଲ୍ଲା ଖାଁଙ୍କ ପରେ ନବରଙ୍ଗପୁର ରାଜନୀତିରେ ଏକ ନୂତନ ଉଦିୟମାନ ତାରକା ପାଲଟି ଯାଇଥିଲେ ।

ରାଜ୍ୟରେ ବିଜେଡି ଓ ବିଜେପି ମେଣ୍ଟ ସରକାର ସମୟରେ ଏପିକଲ ଅଧ୍ୟକ୍ଷ, ପରେ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ, ଓଡିଶା କାଜୁ ନିଗମ ଅଧ୍ୟକ୍ଷ ଏବଂ ବର୍ତ୍ତମାନ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଉପଦେଷ୍ଟା ଭାବେ ଅବସ୍ଥାପିତ ହୋଇଥିଲେ ।

ତେବେ ଶନିବାର ରାଜ୍ୟସଭା ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀ ତାଙ୍କ ନାମ ଘୋଷଣା କରିଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ମୁନ୍ନା ଖାଁ ରାଜ୍ୟ ସଂଖ୍ୟାଲଘୁ ସଂପ୍ରଦାୟର ଏକ ପ୍ରମୁଖ ଚେହେରା ଭାବେ ପରିଚିତ ଏବଂ ଦଳର ଜଣେ ବରିଷ୍ଠ ନେତା ।

ଭୁବନେଶ୍ବରରୁ ତପନ ଦାସ ଓ ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.