ETV Bharat / state

ବୃଦ୍ଧାଙ୍କ ଠୁ ଗହଣା ଲୁଟି ନେଲେ ନକଲି ପୋଲିସ

author img

By

Published : Apr 25, 2019, 11:58 PM IST

ନବରଙ୍ଗପୁର ସହରର ଗଡଖାଇ ସାହିର ଜି ପ୍ରଭାତୀ ନାମକ ବୃଦ୍ଧା ମହିଳାଙ୍କୁ ଲୁଟିଛି ନକଲି ପୋଲିସ । ଏହି ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ପୋଲିସ ପରିଚୟ ଦେଇ ବୃଦ୍ଧାଙ୍କଠୁ ଗହଣା ଲୁଟ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ସହରରେ । ତେବେ ଏହି ଏହି ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ନବରଙ୍ଗପୁର

ସୂଚନା ଅନୁଯାୟୀ, ନବରଙ୍ଗପୁର ସହରର ଗଡଖାଇ ସାହିର ଜି ପ୍ରଭାତୀ ନାମକ ବୃଦ୍ଧା ମହିଳା ସବୁ ଦିନ ଭଳି ଗୁରୁବାର ସନ୍ଧ୍ୟା ଭ୍ରମଣ ପାଇଁ ଯାଇଥିଲେ । ଏହି ସମୟରେ ସ୍ଥାନୀୟ ମନୀଷା ଲଜ ନିକଟରେ ପୂର୍ବରୁ ଉପସ୍ଥିତ ଥିବା ୩ ଜଣ ଦୁର୍ବୁତ୍ତ ଜି ପ୍ରଭାତୀଙ୍କୁ ପୋଲିସ ଚେକିଂ ଚାଲୁଥିବା କହିଥିଲେ ।

ଏହାପରେ ଦୁର୍ବୁତ୍ତମାନେ ଚତୁରତାର ସହ ବୃଦ୍ଧାଙ୍କଠାରୁ ୨୦୦୦ ଟଙ୍କା ସହ ସୁନା ଚେନ୍ ଓ ମଙ୍ଗଳ ସୂତ୍ର ନେଇଯାଇଥିଲେ । ସେମାନେ ବୃଦ୍ଧାଙ୍କୁ ଏହା ବିଶ୍ବାସ ଦେଇଥିଲେ ଯେ ପୋଲିସ ଚେକିଂ ସମୟ ପରେ ତାଙ୍କୁ ସବୁ ଗହଣା ଫେରାଇଦେବେ ।

ଯାହାଫଳରେ ବୃଦ୍ଧା ଜଣକ ନକଲି ପୋଲିସଙ୍କ କଥାରେ ବଶୀଭୂତ ହୋଇ ତାଙ୍କ ନିକଟରେ ଥିବା ସବୁ ଗହଣା ଦେଇ ଦେଇଥିଲେ । ଦୁର୍ବୃତ୍ତମାନେ ସେହି ଗହଣାକୁ ନେଇ ବୃଦ୍ଧାଙ୍କୁ ଏକ କାଗଜ ପୁଡ଼ିଆ ଦେଇ ଚାଲିଯାଇଥିଲେ । ଏହାପରେ ବୃଦ୍ଧା ଜଣକ ସେହି କାଗଜ ପୁଡ଼ିଆ ଖୋଲି ଦେଖିବା ପରେ ତହିଁରୁ ସୁନା ବଦଳରେ କିଛି ପଥର ଖଣ୍ଡ ଥିବା ଦେଖିବାକୁ ପାଇଥିଲେ ।

ବୃଦ୍ଧା ଜଣଙ୍କ ନବରଙ୍ଗପୁର ଥାନାରେ ମାମଲା ରୁଜୁ କରିଥିଲେ । ଅଭିଯୋଗ ଆଧାରରେ ନବରଙ୍ଗପୁର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ସେପଟେ ସହରରେ ବର୍ତ୍ତମାନ ସମାନ ଢଙ୍ଗରେ ଲୁଟ ଘଟଣା ବୃଦ୍ଧି ପାଇବାରେ ଲାଗିଛି ବୋଲି ନବରଙ୍ଗପୁର ଅଭିଯୋଗ କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.