ETV Bharat / state

ବାପାଙ୍କ ସେବାର ସଂଘର୍ଷ କାହାଣୀ: ଦିବ୍ୟାଙ୍ଗ ପୁଅର ସାଜିଛନ୍ତି ଆଶାବାଡି, ପ୍ରତିଦିନ ବୋହୁଛନ୍ତି 20 KM

ପାଠ ପଢି ଭଲ ଚାକିରି କରିବ, ଦିବ୍ୟାଙ୍ଗ ହୋଇବି ସଫଳ ହେବେ । ଆଖିରେ କିଛି ଏଭଳି ସୁନେଲି ସ୍ୱପ୍ନ ସାଉଁଟିଥିବା ଦିବ୍ୟାଙ୍ଗ ପୁଅର ଆଶାବାଡ଼ି ସାଜିଛନ୍ତି ବାପା । ଜାଣନ୍ତୁ ନବରଙ୍ଗପୁରର ବାପା ଜଳନ୍ଧର ଏବଂ ତାଙ୍କ ପୁଅ ଅରୂପାନନ୍ଦଙ୍କ କାହାଣୀ ।

ଭିନ୍ନକ୍ଷମ ପୁଅର ଆଶାବାଡି ସାଜିଛନ୍ତି ବାପା
ଭିନ୍ନକ୍ଷମ ପୁଅର ଆଶାବାଡି ସାଜିଛନ୍ତି ବାପା
author img

By

Published : Apr 21, 2022, 8:57 PM IST

ନବରଙ୍ଗପୁର: ପାଠ ପଢି ଭଲ ଚାକିରି କରିବ, ଦିବ୍ୟାଙ୍ଗ ହୋଇବି ସଫଳ ହେବେ । ଆଖିରେ କିଛି ଏଭଳି ସୁନେଲି ସ୍ୱପ୍ନ ସାଉଁଟିଥିବା ଦିବ୍ୟାଙ୍ଗ ପୁଅର ଆଶାବାଡ଼ି ସାଜିଛନ୍ତି ବାପା । ଦିନକୁ 10 କିଲୋମିଟର ସାଇକେଲ ଚାଳନା କରି ପୁଅକୁ କଲେଜ ଛାଡିବା ସହ ତାକୁ ହାତରେ ଉଠାଇ କଲେଜର ଉଚ୍ଚ ପାହାଚ ଚଢି ଶ୍ରେଣୀଗୃହରେ ଛାଡୁଛନ୍ତି । ଏ ନିଃସ୍ବାର୍ଥପର ବାପା ହେଉଛନ୍ତି ନବରଙ୍ଗପୁର ପୂଜାରୀଗୁଡାର ଜଳନ୍ଧର ରନ୍ଧାରୀ ।

ନିଃସ୍ବାର୍ଥପର ବାପାଙ୍କ ସେବାର କାହାଣୀ, ଭିନ୍ନକ୍ଷମ ପୁଅର ସାଜିଛନ୍ତି ଆଶାବାଡି

ରନ୍ଧାରୀଙ୍କ ପରିବାର କହିଲେ ସ୍ତ୍ରୀ, ୨ ଝିଅ ଏବଂ ଗୋଟିଏ ମାତ୍ର ପୁଅ ଅରୂପାନନ୍ଦ । ଅରୂପାନନ୍ଦ ପୁଅ ଓ ଝିଅଙ୍କ ମଧ୍ୟରେ ସବୁଠାରୁ ବଡ । ନବରଙ୍ଗପୁର ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳା ପ୍ରଥମ ବର୍ଷର ଛାତ୍ର । ମାତ୍ର ଜନ୍ମରୁ ପୋଲିଓ ଆକ୍ରାନ୍ତ ହୋଇ ଚାଲିବା ଶକ୍ତି ହରାଇବସିଛନ୍ତି ଅରୂପାନନ୍ଦ । ହେଲେ ପିଲାଟି ଦିନରୁ ପାଠପଢ଼ାରେ ପ୍ରବଳ ଆଗ୍ରହ ରଖିଛନ୍ତି । ପାଠପଢା ପ୍ରତି ଆଗ୍ରହ ଦେଖି ବାପା ଜଳନ୍ଧର ପୁଅର ଆଶାବାଡ଼ି ସାଜି ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଗାଁ ସ୍କୁଲକୁ କାନ୍ଧେଇ ନେଇ ଛାଡୁଥିଲେ । ପୁଣି ସ୍କୁଲରେ ପାଠ ପଢା ସରିବା ପରେ ଘ‌ରକୁ ଆଣୁଥିଲେ । ସପ୍ତମ ପଢ଼ିବା ସମୟରେ ତାଙ୍କୁ ଏକ ଟ୍ରାଇ ସାଇକେଲ ମିଳିଥିଲା । ସେ ସେହି ଟ୍ରାଇ ସାଇକେଲରେ ସ୍କୁଲକୁ ଯାଇ ପାଠ ପଢ଼ି ଆସୁଥିଲେ ।

ଅରୂପା ଦଶମ ଶ୍ରେଣୀ ପାସ କରିବା ପରେ ଏକ ଭଲ କଲେଜରେ ନାମ ଲେଖାଇବା ସହ ଛାତ୍ରାବାସରେ ରଖି ପଢାଇବାକୁ ଆଶା ରଖିଥିଲେ ବାପା ଜଳନ୍ଧର । ମାତ୍ର ଆର୍ଥିକ ସମସ୍ୟା କାରଣରୁ ତାଙ୍କ ଇଚ୍ଛା ପୁରଣ ହୋଇପାରିନଥିଲା । ତଥାପି ପୁଅର ପାଠ ପଢ଼ିବାର ଇଚ୍ଛା ପୂରଣ କରିବା ପାଇଁ ନବରଙ୍ଗପୁର ସହର ସ୍ଥିତ ବିନୋଦ ବିହାରୀ କଲେଜରେ ନାମ ଲେଖାଇଥିଲେ । ପୂଜାରୀଗୁଡା ଠାରୁ ନବରଙ୍ଗପୁର ୧୦ କିଲୋମିଟର ଦୂର ହୋଇ ଥିବାବେଳେ ଅରୂପାଙ୍କୁ ତାଙ୍କ ବାପା ଜଳନ୍ଧର ପ୍ରତି ଦିନ ସାଇକେଲରେ ନେଇଯାଆନ୍ତି ।

ଏତିକିରେ ସରିନଥାଏ ବାପାର ସେବା । ଅରୂପାଙ୍କ ଶ୍ରେଣୀଗୃହ ଉପର ମହଲାରେ ଥିବାରୁ ଅରୂପାଙ୍କୁ ପୁଣି କୋ‌ଳରେ ଟେକି ଟେକି ନେଇ ସେଠାରେ ଛାଡି, କ୍ଲାସ ସରିବା ପର୍ଯ୍ୟନ୍ତ ଜଗି ରହନ୍ତି । ପୁଣି କ୍ଲାସ ସରିବା ପରେ ପୁଅକୁ ଟେକି ଆଣି ସାଇକେଲରେ ବସାଇ ଘରକୁ ନିଅନ୍ତି । ପୁଅକୁ ଏହିପରି ପ୍ରତିଦିନ କଲେଜକୁ ନେବାଆଣିବା ମଧ୍ୟରେ ଦିନର ସବୁତକ ସମୟ ବିତି ଯାଇଥାଏ । ଏଥିପାଇଁ କୌଣସି କାମ କରିପାରନ୍ତିନି ଜଳନ୍ଧର । ଫଳରେ ପରିବାର ଚଳାଇବା କଷ୍ଟକର ହୋଇପଡେ ।

ତଥାପି ଆଶା ରହିଛି ପୁଅ ପାଠ ପଢ଼ି ପରିବାର ପାଇଁ ପାଲଟିବ ଆଶାର କିରଣ । ଏତେ କଷ୍ଟ ସତ୍ତ୍ବେ ପୁଅକୁ ପାଠ ପଢ଼ାଇବା ପାଇଁ ମନରେ ରହିଥିବା ଆଶା କେବେ କମିନାହିଁ । ଅନ୍ୟପଟେ ସରକାରଙ୍କ ପକ୍ଷରୁ ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ ହୋଇଛି । ଯଦି ଅରୂପାନନ୍ଦଙ୍କ ପାଇଁ କିଛି ସାହାଯ୍ୟ କରାଯାଆନ୍ତା ତେବେ ସେ ତାଙ୍କ ସ୍ବପ୍ନ ପୂରଣ କରିପାରନ୍ତେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.