ETV Bharat / state

ଖସୁଛି କୋରୋନା ଗ୍ରାଫ, ନବରଙ୍ଗପୁରରେ 33 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Oct 29, 2020, 6:21 PM IST

ନବରଙ୍ଗପୁର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ନବରଙ୍ଗପୁରରୁ ଆଜି(ଗୁରୁବାର) ମାତ୍ର 33 ଜଣ ନୂଆ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।

the number of corona cases
ନବରଙ୍ଗପୁରରେ 33 ଜଣ କୋରୋନା ଚିହ୍ନଟ

ନବରଙ୍ଗପୁର: ରାଜ୍ୟରେ ଖସୁଛି କୋରୋନା ଗ୍ରାଫ । ନବରଙ୍ଗପୁର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ନବରଙ୍ଗପୁରରୁ ଆଜି(ଗୁରୁବାର) ମାତ୍ର 33 ଜଣ ନୂଆ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରେ ନବରଙ୍ଗପୁର ପୌରାଞ୍ଚଳରୁ 7 ଜଣ, ଝରିଗାଁ ବ୍ଲକରୁ 6 ଜଣ, ନନ୍ଦାହାଣ୍ଡି ବ୍ଲକରୁ 5 ଜଣ, ପାପଡାହାଣ୍ଡି ବ୍ଲକରୁ 3 ଜଣ ଓ ଉମରକୋଟ, ତେନ୍ତୁଳିଖୁଣ୍ଟି, କୋଷାଗୁମୁଡା, ଚନ୍ଦାହାଣ୍ଡି, ରାଇଘର ବ୍ଲକରୁ 2ଜଣ ଲେଖାଏଁ ଏବଂ ସେହିପରି ଉମରକୋଟ ପୌରାଞ୍ଚଳ ଓ ଡାବୁଗାଁ ବ୍ଲକରୁ ଜଣେ ଲେଖାଏଁ ନୂଆ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।

the number of corona cases
ନବରଙ୍ଗପୁରରେ 33 ଜଣ କୋରୋନା ଚିହ୍ନଟ

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 5,247ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 4,831 ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ 381 ଜଣ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ 302 ଜଣ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ 89,071 ଜଣଙ୍କର ନମୁନା ସଂଗ୍ରହ କରାଯାଇ କୋଭିଡ଼ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.