ETV Bharat / state

4 ଦେଶୀ ବନ୍ଧୁକ ଜବତ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

author img

By

Published : Aug 28, 2022, 10:27 AM IST

Updated : Aug 28, 2022, 10:45 AM IST

ନବରଙ୍ଗପୁରରୁ ଦେଶୀ ବନ୍ଧୁକ ଜବତ ଓ ଜଣେ ଗିରଫ । ଅଧିକ ପଢନ୍ତୁ

4 ଦେଶୀ ବନ୍ଧୁକ ଜବତ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
4 ଦେଶୀ ବନ୍ଧୁକ ଜବତ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ନବରଙ୍ଗପୁର: ବିନା ଲାଇସେନ୍ସରେ ଘରେ ରଖିଥିଲେ ଦେଶୀ ବନ୍ଧୁକ । ରେଡ ବେଳେ ମାଡି ବସିଲା ପୋଲିସ । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହାସହ ଅଧିକ ତଦନ୍ତ ଜାରି ରଖିଛି । ଗିରଫ ଅଭିଯୁକ୍ତମାନେ ହେଲେ ରତିରାମ ଗଣ୍ଡ ,ରଘୁ ଗଣ୍ଡ , ରାମ ଗଣ୍ଡ ଓ ବାସୁଦେବ ଗଣ୍ଡ ବୋଲି ଜଣାପଡିଛି ।

ଏହାବି ପଢନ୍ତୁ: ବିଲୁପଦର ଗୁଳିକାଣ୍ଡ ଘଟଣା, ଗୋଟିଏ ଦେଶୀ ବନ୍ଧୁକ ଜବତ ସହ ଚାରି ଗିରଫ

ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ପଞ୍ଚାୟତର ଭାଟିପଖନା ଗାଁର ଚାରି ଜଣ ଯୁବକ ବିନା ଲାଇସେନ୍ସରେ ଦେଶୀ ବନ୍ଧୁକ ରଖିଥିଲେ । ଏନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ରାଇଘର ପୋଲିସ । ପରେ ଥାନା ଅଧିକାରୀ ଟଙ୍କଗିରି ଭୋଇ ଏକ ଟିମ ନେଇ ଗାଁରେ ଚଢାଉ କରିଥିଲେ । ଚଢାଉ ବେଳେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କ ଘରୁ ପୋଲିସ ବନ୍ଧୁକ ଜବତ କରିଥିଲା । ବିନା ଲାଇସେନ୍ସରେ ଘରେ ଦେଶୀ ବନ୍ଧୁକ ରଖିବା ନେଇ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ,ନବରଙ୍ଗପୁର

Last Updated : Aug 28, 2022, 10:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.