ETV Bharat / state

ରାସ୍ତାରେ ସୈତାନ ସାଜିଲା ସ୍ବାମୀ, ସ୍ତ୍ରୀକୁ ପଥରରେ ଛେଚି ବିଭତ୍ସ ହତ୍ୟା

author img

By

Published : Jan 5, 2021, 8:11 PM IST

ସ୍ତ୍ରୀ ସିପ୍ରାଙ୍କୁ ଶାଢ଼ୀ କାନିରେ ଶ୍ୱାସରୁଦ୍ଧ କରି ପଥରରେ ଛେଚି ହତ୍ୟା କଲା ସ୍ବାମୀ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ଚିକଲପଦର ଠାରୁ ଅଧିକାରୀଗୁଡ଼ାକୁ ସଂଯୋଗ କରୁଥିବା ଗ୍ରାମ୍ୟରାସ୍ତାରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ...

ସ୍ତ୍ରୀକୁ ପଥରରେ ଛେଚି ମାରିଦେଲା ସ୍ବାମୀ
ସ୍ତ୍ରୀକୁ ପଥରରେ ଛେଚି ମାରିଦେଲା ସ୍ବାମୀ

ନବରଙ୍ଗପୁର: ସୈତାନ ସ୍ବାମୀର ବିଭତ୍ସ ହତ୍ୟାକାଣ୍ଡ । ସ୍ତ୍ରୀ ସିପ୍ରାଙ୍କୁ ଶାଢ଼ୀ କାନିରେ ଶ୍ୱାସରୁଦ୍ଧ କରି ପଥରରେ ଛେଚି ହତ୍ୟା କଲା ସ୍ବାମୀ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ଚିକଲପଦର ଠାରୁ ଅଧିକାରୀଗୁଡ଼ାକୁ ସଂଯୋଗ କରୁଥିବା ଗ୍ରାମ୍ୟରାସ୍ତାରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା ।

ସଇତାନ ସ୍ବାମୀର ବିଭତ୍ସ ହତ୍ୟାକାଣ୍ଡ; ସ୍ତ୍ରୀକୁ ପଥରରେ ଛେଚି ମାରିଦେଲା ସ୍ବାମୀ

ମହିଳାଙ୍କ ମୃତ୍ୟୁ ପରେ ଦେଢ଼ ମାସର ଶିଶୁ ମାଆ ଛେଉଣ୍ଡ । ହତ୍ୟାକାଣ୍ଡ ଘଟାଇବା ପରେ ସ୍ଵାମୀ ବିପ୍ଳବଙ୍କୁ ଉମରକୋଟ ପୋଲିସ ଗିରଫ କରିଛିି । ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି । ପାରିବାରିକ ଗଣ୍ଡଗୋଳ ଯୋଗୁଁ ନିଜ ସ୍ତ୍ରୀଙ୍କୁ ପଥରେ ଛେଚି ହତ୍ୟା କରି ରାସ୍ତା ପାର୍ଶ୍ଵରେ ପକାଇ ଦେଇଛି ସ୍ବାମୀ । ଘଟଣାରୁ ପ୍ରକାଶ ଗତ ଦେଢ଼ ବର୍ଷ ତଳେ ମୂର୍ତୁମା ଗ୍ରାମର ଅଜିତ ସରକାର ନିଜ ଝିଅ ଶିପ୍ରା ସରକାରଙ୍କୁ ବୈଦିକ ରୀତିରେ ବିବାହ ଦେଇଥିଲେ ମିକ୍ସଫାର୍ମ ଗ୍ରାମର ବିପ୍ଳବ ବିଶ୍ବାସଙ୍କ ସହିତ । ଶାଶୁଙ୍କ ଅତ୍ୟାଚାର ଯୋଗୁଁ ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଆରମ୍ଭ ହୋଇଥିଲା ନାହିଁ ନଥିବା ଗଣ୍ଡଗୋଳ । ଶେଷରେ ଗତକାଲି (ସୋମବାର) ରାତିରେ ଦେଢ଼ମାସର ଶିଶୁ କନ୍ୟାକୁ ଧରି ସ୍ତ୍ରୀ ସହିତ ସ୍ବାମୀ ମୁର୍ତୁମା ଗ୍ରାମରେ ଥିବା ଶ୍ବଶୁର ଘରକୁ ଯାଉଥିବା ବେଳେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ଆଉ ତାପରେ ନର ରାକ୍ଷସ ସ୍ବାମୀ ରାଗ ସହି ନ ପାରି ନିଜ ସ୍ତ୍ରୀଙ୍କ ବେକରେ ଶାଢ଼ୀ କାନି ବାନ୍ଧି ଶ୍ୱାସରୁଦ୍ଧ କଲେ ପରେ ପଥରରେ ଛେଚି ହତ୍ୟା କରିଛନ୍ତି । ଦେଢ଼ ମାସର ଶିଶୁ କନ୍ୟାକୁ ଏକ ବ୍ୟାଗ ଭିତରେ ଭର୍ତ୍ତି କରି ନିକଟରେ ଥିବା ଏକ ଗ୍ରାମ ପାଖରେ ରଖିଥିଲେ । ଏହି ସମ୍ପର୍କରେ ପୋଲିସକୁ ଖବର ଦେବାପରେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିବା ସହିତ ଉମରକୋଟ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରୁଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.