ETV Bharat / state

ସ୍ତ୍ରୀକୁ କାଠ ଫାଳିଆରେ ପିଟି ହତ୍ୟା କଲା ସ୍ୱାମୀ

ନବରଙ୍ଗପୁରରେ ପାରିବାରିକ କଳହରୁ ସ୍ତ୍ରୀକୁ କାଠ ଫାଳିଆରେ ପିଟି ହତ୍ୟା କଲା ସ୍ବାମୀ । ଗ୍ରାମବାସୀଙ୍କଠାରୁ ଖବର ପାଇ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ରାଇଘର ପୋଲିସ । ଅଧିକ ପଢ଼ନ୍ତୁ

author img

By

Published : Aug 20, 2022, 10:54 PM IST

ସ୍ତ୍ରୀକୁ କାଠ ଫାଳିଆରେ ପିଟି ହତ୍ୟା କଲା ସ୍ବାମୀ

ନବରଙ୍ଗପୁର: ସ୍ତ୍ରୀକୁ କାଠ ଫାଳିଆରେ ପିଟି ହତ୍ୟା କଲା ପିଶାଚ ସ୍ବାମୀ । ମୃତ ମହିଳା ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଭାରସୁଣ୍ଡି ରାଉତପାରାର ସହାବତୀ ଗଣ୍ଡ । ଅଭିଯୁକ୍ତ ସ୍ବାମୀ ଉଦୟସିଂ ଗଣ୍ଡକୁ ଥାନାରେ ଅଟକ ରଖିଛି ପୋଲିସ । ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ ଉଦୟସିଂ ସବୁବେଳେ ମଦ ପିଇ ସ୍ତ୍ରୀ ସହାବତୀଙ୍କୁ ମାରପିଟ କରୁଥିଲେ । ଏନେଇ ଗ୍ରାମବାସୀ ଉଦୟସିଂଙ୍କୁ ମଦ ନଛାଡ଼ିବା ପର୍ଯ୍ୟନ୍ତ କୌଣସି ସହଯୋଗ ନକରିବାକୁ ଗ୍ରାମସଭାରେ ନିଷ୍ପତ୍ତି ନେଇଥିଲେ । ତେବେ ଗତକାଲି(ଶନିବାର) ଦିନ ତମାମ ସ୍ବାମୀ ସ୍ତ୍ରୀ ମଧ୍ୟରେ କଳି ଝଗଡା ଲାଗି ରହିଥିଲା । ଏହାପରେ କାଠ ନିର୍ମିତ ଏକ ବାହୁଙ୍ଗିରେ ସହାବତୀଙ୍କୁ ପିଟି ପିଟି ତାଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଆଜି ଦୀର୍ଘ ସମୟ ଧରି ସହାବତୀ ଘରୁ ବାହାରକୁ ନଆସିବା ସହ ଉଦୟସିଂଙ୍କ ଚାଲିଚଳନକୁ ଦେଖି ସନ୍ଦେହ କରିଥିଲେ ଗ୍ରାମବାସୀ । ଜବରଦସ୍ତି ଘରେ ପଶିବା ପରେ ସହାବତୀଙ୍କୁ ମୃତ ଅବସ୍ଥାରେ ଠାବ କରିଥିଲେ । ଏନେଇ ରାଇଘର ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ବାମୀକୁ ଗିରଫ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.