ETV Bharat / state

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ !

author img

By

Published : Dec 8, 2021, 10:44 PM IST

ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ନବରଙ୍ଗପୁରରେ ସ୍ବାମୀର ଉନ୍ମତ୍ତ କାଣ୍ଡ । ରାଜୁ ଏକ୍କା ନାମକ ଅଭିଯୁକ୍ତ ନିଜ ସ୍ତ୍ରୀ ନିୟତି ଏକ୍କାକୁ ଗତାକଲି (ମଙ୍ଗଳବାର) ରାତିରେ କରିଛି ହତ୍ୟା । ଅଧିକ ପଢନ୍ତୁ

ମଦୁଆ ସ୍ୱାମୀର ଉନ୍ମତ୍ତକାଣ୍ଡ, ଟାଙ୍ଗିଆରେ ହତ୍ୟା କଲା ସ୍ତ୍ରୀକୁ

ସୁନ୍ଦରଗଡ: ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ନବରଙ୍ଗପୁରରେ ସ୍ବାମୀର ଉନ୍ମତ୍ତ କାଣ୍ଡ । ରାଜୁ ଏକ୍କା ନାମକ ଅଭିଯୁକ୍ତ ନିଜ ସ୍ତ୍ରୀ ନିୟତି ଏକ୍କାକୁ ଗତାକଲି(ମଙ୍ଗଳବାର) ରାତିରେ କରିଛି ହତ୍ୟା । ଘରୋଇ କଳହକୁ କେନ୍ଦ୍ର କରି ଗତକାଲି ସଦର ଥାନାରେ ହଞ୍ଚିଥିଲେ ଦମ୍ପତି ।

ତେବେ ସେଠାରୁ ଆସି ଘରେ ପହଞ୍ଚି ସ୍ବାମୀ କରିଛି ଏହି ଜଘନ୍ୟକାଣ୍ଡ । ପୋଲିସର ବୁଝାସୁଝାକୁ ଦେଇଛି ଶକ୍ତ ଧକ୍କା । ଥାନାରୁ ଫେରିବା ପରେ ପୁଣି ଆରମ୍ଭ ହୋଇଥିଲା ଦୁହିଙ୍କ ମଧ୍ୟରେ ଝଗଡା । ଏଥିରେ ଉତକ୍ଷିପ୍ତ ହୋଇ ରାଜୁ ନିଜ ପୁଅ ସମ୍ମୁଖରେ ଟାଙ୍ଗିଆ ଚୋଟରେ ତା’ ସ୍ତ୍ରୀକୁ ହତ୍ୟା କରିଥିଲା।

ହତ୍ୟାକରିବା ପରେ ରାଜୁ ମଦ ନିଶାରେ ଅନ୍ୟର ଘରେ ଯାଇ ଆଶ୍ରୟ ନେଇଥିଲା । ତେବେ ମୃତ ନିୟତିର ପୁଅ ଏକଥା ପଡୋଶୀଙ୍କୁ କହିବାରୁ ଆଜି ଥାନାକୁ ପହଞ୍ଚିଥିଲା ସୂଚନା ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଟାଙ୍ଗିଆକୁ ମଧ୍ୟ ଜବତ କରିଛି । ଏହା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାକୁ ପଠାଇଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.