ETV Bharat / state

ମରିଗଲା ମାନବିକତା; ରାସ୍ତାକଡରେ ମୃତଦେହକୁ ଛାଡି ଚାଲିଗଲା ଅଟୋ

author img

By

Published : Feb 12, 2020, 12:35 PM IST

ଦୁଇ ଘଣ୍ଟା କାଳ ରାସ୍ତା କଡରେ ପଡ଼ିରହିଲା ମହିଳାଙ୍କ ମୃତଦେହ। ମହିଳାଙ୍କ ମୃତଦେହ ଘର ପର୍ଯ୍ୟନ୍ତ ନେବାକୁ ପରିବାର ଲୋକେ ଯେତେ କାକୁତି ମିନତୀ କଲେ ମଧ୍ୟ ଅଟୋ ଚାଳକ କିଛି ନଶୁଣି ମହିଳାଙ୍କ ମୃତଦେହକୁ ଅଧା ରାସ୍ତାରେ ଛାଡ଼ିଦେଇ ଚାଲିଗଲା । ଅଧିକ ଖବର ପଢନ୍ତୁ...

ମରିଗଲା ମାନବିକତା; ରାସ୍ତାକଡରେ ମୃତଦେହକୁ ଛାଡି ଚାଲିଗଲା ଅଟୋ
ମରିଗଲା ମାନବିକତା; ରାସ୍ତାକଡରେ ମୃତଦେହକୁ ଛାଡି ଚାଲିଗଲା ଅଟୋ

ନବରଙ୍ଗପୁର: ଦୁଇଘଣ୍ଟା କାଳ ରାସ୍ତା କଡରେ ପଡ଼ିରହିଲା ମହିଳାଙ୍କ ମୃତଦେହ। ମହିଳାଙ୍କ ମୃତଦେହ ଘର ପର୍ଯ୍ୟନ୍ତ ନେବାକୁ ପରିବାର ଲୋକେ ଯେତେ କାକୁତି ମିନତୀକଲେ ମଧ୍ୟ ଅଟୋ ଚାଳକ କିଛି ନଶୁଣି ମହିଳାଙ୍କ ମୃତଦେହକୁ ଅଧା ରାସ୍ତାରେ ଛାଡ଼ିଦେଇ ଚାଲିଗଲା ।ଏମିତି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ ବି.ଏମ ସେମେଳାରେ ।

ଡୁମର ଭତରାଙ୍କ ଝିଅ ଉଷା ଭତରା ଗତ ୪ ଦିନ ଧରି ଅସୁସ୍ଥତା କାରଣରୁ କୋଷାଗୁମୁଡ଼ା ମେଡିକାଲରେ ଭର୍ତ୍ତି ହୋଇଥିଲେ । ଦେହ ଭଲ ନହେବାରୁ ନିଜ ଗାଁ ବି.ଏମ ସେମେଳାକୁ ଫେରାଇ ଆଣିଥିଲେ ହେଲେ ପରେ ପରିବାର ଲୋକ ଗାଁରୁ 40 କିଲୋମିଟର ଦୂର ଛତିଶଗଡ଼ ରାଜ୍ୟର ଆଡ଼ାବାଲ ଗାଁକୁ ଦେଶୀ ଚିକିତ୍ସା ନିମନ୍ତେ ନେଉଥିଲେ । ହେଲେ ସେହି ସମୟରେ ଉଷାଙ୍କ ଅଧା ରାସ୍ତାରେ ମୃତ୍ୟୁ ହୋଇଥିଲା ।

ଏହାପରେ ଅଟୋ ଚାଳକ ବଡଆମ୍ବଡା ପୋଖରୀ ନିକଟ ରାସ୍ତାକଡରେ ମୃତଦେହକୁ ଛାଡ଼ିଦେଇ ଚାଲିଯାଇଥିଲେ । ପରେ ବଡଆମ୍ବଡା ସରପଞ୍ଚ କୋଷାଗୁମୁଡ଼ା ମେଡିକାଲକୁ ଫୋନ କରି ମହାପ୍ରୟାଣ ଗାଡି ଡାକିଥିଲେ ମୃତଦେହକୁ ଗାଁକୁ ନେଇଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.