ETV Bharat / state

ଉଚ୍ଚ ଅମଳକ୍ଷମ ଉଦ୍ୟାନ କୃଷି ଭିତ୍ତିକ ଚାରା ଉତ୍ପାଦନ କାର୍ଯ୍ୟର ଶୁଭାରମ୍ଭ

ICAR ଓ ଭାରତୀୟ ଉଦ୍ୟାନ କୃଷି ଗବେଷଣା କେନ୍ଦ୍ର, ବେଙ୍ଗାଲୁରୁ (IIHR) ଦ୍ୱାରା ବିକଶିତ ହାଇଟେକ ଭିତ୍ତିକ ଅଧିକ ଅମଳକ୍ଷମ ଉଦ୍ୟାନ କୃଷି ଚାରା ଉତ୍ପାଦନ କାର୍ଯ୍ୟର ଶୁଭାରମ୍ଭ ହୋଇଛି l ଏହି ହାଇଟେକ ଚାରା ଉଦ୍ୟାନ ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଡ଼ଙ୍ଗରଭେଜା ପଞ୍ଚାୟତର ସରୁଗୁଡା ଗ୍ରାମରେ ଅବସ୍ଥିତ ଗୋବିନ୍ଦାଳୟର ଚାଷୀ ସଶକ୍ତିକରଣ କେନ୍ଦ୍ର ବିକଶିତ ହେବାକୁ ଯାଉଛି l

author img

By

Published : Jul 9, 2020, 3:17 AM IST

ଚାରା ଉତ୍ପାଦନ
ଚାରା ଉତ୍ପାଦନ

ନବରଙ୍ଗପୁର: ଭାରତୀୟ କୃଷି ଗବେଷଣା କେନ୍ଦ୍ର (ICAR) ଓ ଭାରତୀୟ ଉଦ୍ୟାନ କୃଷି ଗବେଷଣା କେନ୍ଦ୍ର, ବେଙ୍ଗାଲୁରୁ (IIHR) ଦ୍ୱାରା ବିକଶିତ ହାଇଟେକ ଭିତ୍ତିକ ଅଧିକ ଅମଳକ୍ଷମ ଉଦ୍ୟାନ କୃଷି ଚାରା ଉତ୍ପାଦନ କାର୍ଯ୍ୟର ଶୁଭାରମ୍ଭ ହୋଇଛି l ଏହି ହାଇଟେକ ଚାରା ଉଦ୍ୟାନ ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଡ଼ଙ୍ଗରଭେଜା ପଞ୍ଚାୟତର ସରୁଗୁଡା ଗ୍ରାମରେ ଅବସ୍ଥିତ ଗୋବିନ୍ଦାଳୟର ଚାଷୀ ସଶକ୍ତିକରଣ କେନ୍ଦ୍ର ବିକଶିତ ହେବାକୁ ଯାଉଛି l

ଉଚ୍ଚ ଅମଳକ୍ଷମ ଉଦ୍ୟାନ କୃଷି ଭିତ୍ତିକ ଚାରା ଉତ୍ପାଦନ କାର୍ଯ୍ୟର ଶୁଭାରମ୍ଭ

ଆଦିବାସୀ ଅଧୁଶୀତ ଉଚ୍ଚ ବିଳାସୀ ନବରଙ୍ଗପୁର ଜିଲ୍ଲାରେ ଲୋକଙ୍କ ସାମାଜିକ ଅର୍ଥନୈତିକ ବିକାଶ ନିମନ୍ତେ ନୂତନ ଉଦ୍ୟାନ କୃଷି ଭିତ୍ତିକ ଉପାୟ ଏକ ଓ ଦ୍ୱିତୀୟ ପଦକ୍ଷେପ l ଏହା ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଣ୍ଠି ମାଧ୍ୟମରେ 12ଟି ଜାତୀୟ ସ୍ତରର ଅନୁଷ୍ଠାନ ଦ୍ୱାରା କାର୍ଯ୍ୟକାରୀ କରାଯାଇଛି l ଏବଂ ଏହା ଜିଲ୍ଲା ପ୍ରଶାସନର ନିର୍ଦେଶ ଅନୁଯାୟୀ ପାଳନ କରାଯାଇଛି l ଏହା ମୁଖ୍ୟତଃ ଏହି ପଞ୍ଚାୟତ ଅନ୍ତର୍ଗତ ବ୍ୟକ୍ତି ତଥା ମହିଳା ମାନଙ୍କ ଅର୍ଥନୈତିକ ପ୍ରଗତି ଏବଂ ଅତିରିକ୍ତ ଆୟ ନିମନ୍ତେ ଉଦ୍ଧିଷ୍ଟ l ଏଠାରେ ଉଲ୍ଲେଖଯୋଗ୍ୟ ନିକଟ ଅତୀତରେ ଏଭଳି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଚେଷ୍ଟା ନିମନ୍ତେ ଜାତୀୟ ସ୍ତରରେ ଜିଲ୍ଲା ପ୍ରଶାସନକୁ ଏକ ସମ୍ମାନଜନକ ଜାତୀୟ ସ୍କଚ ପ୍ଲାଟିନମ ପୁରସ୍କାରରେ ସମ୍ମାନୀତ କରାଯାଇଛି l

ଏହି ହାଇଟେକ ଚାରା ଉଦ୍ୟାନର ଭୂମିପୂଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଏଥିରେ ସ୍ଥାନୀୟ କୃଷି ବିଭାଗର ଡେପୁଟି ଡାଇରେକ୍ଟର ଶ୍ରୀ ବ୍ରଜକିଶୋର ଲେଙ୍କା, ଉଦ୍ୟାନ କୃଷି ବିଭାଗର ଡେପୁଟି ଡାଇରେକ୍ଟର ପ୍ରତ୍ୟୁଷ କୁମାର ପଣ୍ଡା, ଉଦ୍ୟାନ କୃଷି ଗବେଷଣା ସଂସ୍ଥା ଭୁବନେଶ୍ୱରର ପ୍ରମୁଖ ବୈଜ୍ଞାନିକ ଡାକ୍ତର ପି. ଶ୍ରୀନିବାସ, ଗୋବିନ୍ଦାଳୟର ସଭାପତି ଶ୍ରୀ ସନମୁଗା ପାତ୍ର ଓ କାର୍ଯ୍ୟାଳୟର ସଦସ୍ୟବୃନ୍ଦ ଉପସ୍ଥିତ ରହିଥିଲେ । ଏତଦ୍‌ବ୍ୟତୀତ ଅତିରିକ୍ତ ପିଡ଼ି ଓ ବିଡ଼ିଓ ଶ୍ରୀ ରତ୍ନାକର ସାହୁ, ଶ୍ରୀମତୀ ଅଞ୍ଜଳି ବେହେରା, କୁମାରୀ ଏ ସ୍ନେହଲତା କୁମାରୀ, କୁମାରୀ ଅନାମିକା ପାଣ୍ଡେ, ଶ୍ରୀ ରଘୁନାଥ ପାତ୍ର ତଥା ଏହି ଚାରା ଉଦ୍ୟାନର ସମସ୍ତ ଦାୟିତ୍ୱ ଗ୍ରହଣ କରିବା ପାଇଁ ଗଠିତ ମାଁ ମହିମା ଏଚଏସଜି ସଦସ୍ୟ ଗଣଙ୍କ ଉପସ୍ଥିତିରେ ଶୁଭାରମ୍ଭ ହୋଇଥିଲା l

ଏହି ଅବସରରେ ଡାକ୍ତର ପି ଶ୍ରୀନିବାସ କହିଥିଲେ ଯେ ଭାରତୀୟ କୃଷି ଗବେଷଣା କେନ୍ଦ୍ର ICAR ଓ ଭାରତୀୟ ଉଦ୍ୟାନ କୃଷି ଗବେଷଣା କେନ୍ଦ୍ର IIHR ବାଙ୍ଗାଲୋରର ଆଞ୍ଚଲିକ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର, ଭୁବନେଶ୍ୱର CHPS ରେ ବିକଶିତ ଏହି ଚାରା ଉଦ୍ୟାନଟି ଅଧିକ ଅମଳକ୍ଷମ ଫଳ, ପନିପରିବା, ଫୁଲ ଆଦିର ଗୁଣାତ୍ମକ ଚାରା ଉପକରଣର ଉତ୍ପାଦନ ବିତରଣ ତଥା ବିକ୍ରୟ କେନ୍ଦ୍ର ରୂପେ କାର୍ଯ୍ୟ କରିବ ଏହା ଦ୍ୱାରା ସ୍ଥାନୀୟ କୃଷକ ତଥା ନବରଙ୍ଗପୁର ଜିଲ୍ଲାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଚାଷୀ ମାନେ ମଧ୍ୟ୍ୟ ଉପକୃତ ହେବ l

ନବରଙ୍ଗପୁରରୁ ତପନ କୁମାର ବିଷୋଇ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.