ETV Bharat / state

ନବରଙ୍ଗପୁରରେ ମାସ୍କ-ହେଲମେଟ ଚେକିଂ, 23 ହଜାରରୁ ଊର୍ଦ୍ଧ୍ବ ତଣ୍ଡ ଆଦାୟ - କୋରୋନା ଲହର

କୋରୋନା ସଂକ୍ରମଣ ରୋକିବାକୁ ନବରଙ୍ଗପୁରରେ ଆରମ୍ଭ ହୋଇଛି ମାସ୍କ ଓ ହେଲମେଟ ଚେକିଂ କାର୍ଯ୍ୟକ୍ରମ । ମାସ୍କ ଚେକିଂ ବାବଦକୁ ମୋଟ ୧୨ ହଜାର ୪୦୦ ଟଙ୍କା ଏବଂ ହେଲମେଟ ପାଇଁ ୧୧ ହଜାର ଟଙ୍କା ଆଦାୟ । ଅଧିକ ପଢନ୍ତୁ...

ନବରଙ୍ଗପୁରରେ ମାସ୍କ-ହେଲମେଟ ଚେକିଂ, 23 ହଜାରରୁ ଉର୍ଦ୍ଧ୍ବ ତଣ୍ଡ ଆଦାୟ

author img

By

Published : Apr 4, 2021, 6:16 PM IST

ନବରଙ୍ଗପୁର: ଜିଲ୍ଲାରେ ପୁଣି କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ଜିଲ୍ଲାରେ କଟକଣା କଡାକଡି ପାଳନ କରିବାକୁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ । ସହରରେ ଅମାନିଆଙ୍କୁ ସାବାଡ଼ କରିବାକୁ ଉମରକୋଟ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ମାସ୍କ ଓ ହେଲମେଟ ଚେକିଂ କାର୍ଯ୍ୟକ୍ରମ । କୋରୋନା ଗାଇଡଲାଇନ ଅନୁଯାୟୀ, ମାସ୍କ ବ୍ୟବହାର ବାଧ୍ୟତାମୂଳକ ହୋଇଥିବାବେଳେ ଶନିବାର କିଛି ଅମାନିଆ ଏହି ନିୟମ ଉଲଙ୍ଘନ କରିବା ନେଇ ତଣ୍ଡ ଗଣିଥିବା ଦେଖିବାକୁ ମିଳିଛି ।

ନବରଙ୍ଗପୁରରେ ମାସ୍କ-ହେଲମେଟ ଚେକିଂ, 23 ହଜାରରୁ ଉର୍ଦ୍ଧ୍ବ ତଣ୍ଡ ଆଦାୟ

ଚେକିଂ ସମୟରେ ବିନା ମାସ୍କରେ ଥିବା ବ୍ୟକ୍ତିଙ୍କ ଠାରୁ ୨୦୦ ଟଙ୍କା ଓ ବିନା ହେଲମେଟରେ ଗାଡି ଚାଳକଙ୍କ ଠାରୁ ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ମାସ୍କ ଚେକିଂ ବାବଦକୁ ମୋଟ ୧୨ ହଜାର ୪୦୦ ଟଙ୍କା ଆଦାୟ କରାଯାଇଥିବାବେଳେ ହେଲମେଟ ପାଇଁ ୧୧ ହଜାର ଟଙ୍କା ଆଦାୟ କରାଯାଇଛି ।

ଏହି ମାସ୍କ ଚେକିଂ କାର୍ଯ୍ୟକ୍ରମରେ ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରୋହିତଙ୍କ ସମେତ ଉମରକୋଟ ତହସିଲଦାର ହିମାଞ୍ଚଳ ମାଝୀ ଓ ପୋଲିସ କର୍ମଚାରୀ ସାମିଲ ଅଛନ୍ତି ।

ବୁଦ୍ଧିଜୀବୀଙ୍କ କହିବା ଅନୁସାରେ, ଯଦି ଏମିତି ଚେକିଂ ଜାରି ରୁହେ, ତେବେ ସଂକ୍ରମଣ ବ୍ୟାପିବାରୁ କିଛିଟା ରୋକାଯାଇ ପାରିବ । ଏହାସହ ପ୍ରଶାସନ ଓଡି଼ଶା ସହ ଛତିଶଗଡ଼ ସୀମାନ୍ତରେ ବି କଡାକଡି ଚେକିଂ କରିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଛନ୍ତି । ସେପଟେ ଯାଞ୍ଚ ପ୍ରକ୍ରିୟା ଆଗକୁ ଆହୁରି କଡ଼ାକଡି କରାଯିବ ବୋଲି ପ୍ରଶାସନିକ ଅଧିକାରୀଙ୍କ କହିଛନ୍ତି । ସେହିପରି ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଆନ୍ତଃ ରାଜ୍ୟ ବସ୍ ଚଳାଚଳକୁ ବନ୍ଦ କରାଯିବ ଏବଂ ସୀମାଗୁଡିକରେ ଚେକିଂ ପୋଷ୍ଟଗୁଡିକ କରି ତଦନ୍ତ କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.