ETV Bharat / state

ପୌର ଫାଇଟ: ନବରଙ୍ଗପୁର ୧ ନମ୍ବର ୱାର୍ଡରେ ବିଜେପିର ଜୋରଦାର ପ୍ରଚାର - ନବରଙ୍ଗପୁରରେ ବିଜେପିର ପ୍ରଚାର

ନବରଙ୍ଗପୁର ପୌରପରିଷଦର ୧ ନମ୍ବର ୱାର୍ଡରେ ବିଜେପି ପକ୍ଷରୁ ପ୍ରଚାର ଜୋରଦାର । ନୃତ୍ୟ ଗୀତ ଓ ବାଦ୍ୟର ତାଳେ ତାଳେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ବିଜେପି ପ୍ରାର୍ଥୀ । ଅଧିକ ପଢ଼ନ୍ତୁ

ପୌର ଫାଇଟ: ନବରଙ୍ଗପୁର ୧ ନମ୍ବର ୱାର୍ଡରେ ବିଜେପିର ଜୋରଦାର ପ୍ରଚାର

author img

By

Published : Mar 18, 2022, 10:20 PM IST

ନବରଙ୍ଗପୁର: ମତଦାନ ତାରିଖ ପାଖେଇ ଆସୁଥିବାବେଳେ ପୌରପରିଷଦର ୧ ନମ୍ବର ୱାର୍ଡରେ ବିଜେପି ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି । ନୃତ୍ୟ ଗୀତ ଓ ବାଦ୍ୟର ତାଳେ ତାଳେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ବିଜେପି ପ୍ରାର୍ଥୀ । ପୌରାଧ୍ୟକ୍ଷ ପାର୍ଥୀ କୁନୁ ନାୟକ ଓ କାଉନସିଲର ପାର୍ଥୀ ତୁଳସୀ ବେହେରା ଆଜି ଏଠାରେ ପ୍ରଚାର କରିଛନ୍ତି ।

ପୌର ଫାଇଟ: ନବରଙ୍ଗପୁର ୧ ନମ୍ବର ୱାର୍ଡରେ ବିଜେପିର ଜୋରଦାର ପ୍ରଚାର

ନିଜ ସମର୍ଥିତ କର୍ମୀଙ୍କୁ ଧରି ପ୍ରତ୍ୟେକ ଘରକୁ ଯାଇ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଛନ୍ତି । ତା ସହିତ ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ୟା ସମ୍ପର୍କରେ ଲୋକଙ୍କଠାରୁ ପଚାରି ବୁଝିଛନ୍ତି । ଜିଲ୍ଲାରେ ବରିଷ୍ଠ ବିଜେପି ନେତା ଗୌରୀ ଶଙ୍କର ମାଝି ଏଠାରେ ବିଜେପିର ପ୍ରଚାର ମଙ୍ଗ ଧରିଛନ୍ତି ।

ବିଜେପିର ପୌରାଧ୍ୟକ୍ଷ ଓ କାଉନସିଲର ଜିତିଲେ ୱାର୍ଡରେ ଥିବା ସମସ୍ତ ମୌଳିକ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରାର୍ଥୀ ପ୍ରିତିଶ୍ରୁତି ଦେଇଛନ୍ତି । ପ୍ରତ୍ୟେକ ଦିନ ସକାଳୁ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଜାରି ରହିଛି । ହାତରେ ସୀମିତ ସମୟ ଥିବାରୁ ପ୍ରାର୍ଥୀ ଓ ନେତା ପ୍ରଚାରକୁ ଜୋରଦାନ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.