ETV Bharat / state

ଏମିତି ଆମ ସ୍ୱାସ୍ଥ୍ୟସେବା: ନଦୀ ସେପଟେ ରୋଗୀ, ଏପଟୁ ଔଷଧ ଫିଙ୍ଗିଲେ ଡାକ୍ତରୀ ଟିମ୍‌

author img

By

Published : Aug 8, 2022, 12:41 PM IST

Updated : Aug 8, 2022, 4:19 PM IST

ନବରଙ୍ଗପୁରରେ ଲଗାଣ ବର୍ଷା ପ୍ରଭାବରେ ବଢିଛି ନଦୀ ଜଳସ୍ତର । ଫଳରେ ତୁଳସୀପଦର ଗ୍ରାମକୁ ଡାକ୍ତରୀ ଟିମ ପହଞ୍ଚିପାରିନଥିବା ବେଳେ ନଦୀକୂଳରେ ଔଷଧ ଫିଙ୍ଗିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ତୁଳସୀପଦରରେ ବର୍ଷା ଯୋଗୁଁ ପହଞ୍ଚିପାରିଲାନି ଡାକ୍ତରୀ ଟିମ, ଫିଙ୍ଗିଲେ ଔଷଧ

ନବରଙ୍ଗପୁର: ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସମସ୍ତ ନଦୀନାଳରେ ବଢିଛି ଜଳସ୍ତର । ପାପଡ଼ାହାଣ୍ଡି ବ୍ଲକ ତୁଳସୀପଦର ଗ୍ରାମରେ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ, ସଚେତନ କରିବା ପାଇଁ ପହଞ୍ଚିଥିଲା ଡାକ୍ତରୀ ଟିମ । ମାତ୍ର ପୋଲ ଉପରେ ପାଣି ପ୍ରବାହିତ ହେବା ଯୋଗୁଁ ନଦୀକୂଳରେ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରି ଔଷଧ ଫିଙ୍ଗି ପଳାଇଥିବା ଦେଖିବାକୁ ମିଳିଛି ।

ତୁଳସୀପଦରରେ ଗତ ସପ୍ତାହ ଧରି ଝାଡାବାନ୍ତି ଲାଗି ରହିଥିବାବେଳେ, ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ରୁ ଊର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଛନ୍ତି । ଗାଁର ପ୍ରାୟ ୭ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି ଝାଡାବାନ୍ତି । ଗତ ୨ ତାରିଖରୁ ଲଗାତର ଭାବେ MHU ଓ MHTର ୨ଟି ସ୍ବାସ୍ଥ୍ୟ ଟିମ୍ ତୁଳସୀପଦର ଗାଁରେ ପହଞ୍ଚି ଲୋକଙ୍କୁ ସଚେତନତା କରିବା ସହ ଔଷଧ ପ୍ରଦାନ କରି ଚିକିତ୍ସା ଜାରି ରଖିଛନ୍ତି ।

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର: ନଦୀ ଆରପଟୁ ଔଷଧ ଫିଙ୍ଗିଲେ ଡାକ୍ତରୀ ଟିମ

ତୁଳସୀପଦର ଗାଁକୁ ଯିବାକୁ ହେଲେ ଜାତୀୟ ରାଜପଥ ଠାରୁ ପ୍ରାୟ ଦେଢ଼ କି.ମି କଚ୍ଚା ରାସ୍ତା ଓ ନଦୀ ପାର୍‌ ହୋଇ ଯିବାକୁ ପଡିଥାଏ । ତେବେ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବାରୁ ତୁଳସୀପଦର ନଦୀରେ ପ୍ରାୟ ୫ ଫୁଟ ଉଚ୍ଚରେ ପାଣି ଆସିବା ସହ ନଦୀରେ ପାଣିସ୍ତର ବଢୁଛି । ଡକ୍ଟର ଜ୍ୟୋତ୍ସ୍ନାରାଣୀ ଦାସ, ଡକ୍ଟର ବିଭୁତି ଭୂଷଣ ନାୟକ, ଡକ୍ଟର ଇତିଶ୍ରୀ ପଲାଇଙ୍କ ସମେତ କିଛି ପ୍ରମୁଖ ଫାର୍ମାସିଷ୍ଟ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ମେଡିକାଲ ଟିମ୍ ତୁଳସୀପଦରକୁ ଯିବା ପାଇଁ ବାହାରିଥିଲେ ।

ମାତ୍ର ଗାଁ ଠାରୁ ପ୍ରାୟ ୧ କି.ମି ଦୂରରେ ରହିଥିବା ନଦୀର ବନ୍ୟାପାଣିରେ ଯାଇନପାରି ଡାକବାଜି ଯନ୍ତ୍ର ଦ୍ବାରା ଗାଁ ଲୋକଙ୍କୁ ଡାକି ସଚେତନ କରିଥିଲେ । ଯଦି କାହାର କିଛି ହୁଏ ତେବେ ଅଙ୍ଗନବାଡି ଦିଦିଙ୍କୁ ଫୋନ ମାଧ୍ୟମରେ ଜଣାଇପାରିବେ ବୋଲି କହିବା ସହ ସାଙ୍ଗରେ ନେଇ ଆସିଥିବା ଔଷଧକୁ ପଲିଥିନରେ ବାନ୍ଧି ନଦୀର ଆରପଟକୁ ଫୋଫାଡ଼ି ଔଷଧ ପହଞ୍ଚାଇଥିଲେ । ନଦୀର ଆରପାରିରେ ଗ୍ରାମବାସୀଙ୍କ ସହ ଅଙ୍ଗନବାଡି ଦିଦି ଆସି ଉକ୍ତ ଔଷଧକୁ ସଂଗ୍ରହ କରି ଗାଁକୁ ନେଇଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Aug 8, 2022, 4:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.