ETV Bharat / state

ପାରିବାରିକ କଳହ ପାଇଁ ଗଛ ଉପରେ ଦେଢ ଘଣ୍ଟା

ଜଣେ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ପାରିବାରିକ ଅଶାନ୍ତିରେ ମ୍ରିୟମାଣ ହୋଇ ଗୋଟିଏ ବିରାଟ ବରଗଛ ଉପରେ ଦୀର୍ଘ ଦେଢ ଘଣ୍ଟା ରହିବା ପରେ ନିଜେ ତଳକୁ ଓହ୍ଲାଇବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅଧିକ ପଢନ୍ତୁ...

author img

By

Published : Nov 17, 2020, 1:34 PM IST

Updated : Nov 17, 2020, 7:34 PM IST

ପାରିବାରିକ କହଳ ପାଇଁ ଗଛ ଉପରେ ଦେଢ ଘଣ୍ଟା
ପାରିବାରିକ କହଳ ପାଇଁ ଗଛ ଉପରେ ଦେଢ ଘଣ୍ଟା

ନବରଙ୍ଗପୁର: ଜଣେ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ପାରିବାରିକ ଅଶାନ୍ତିରେ ମ୍ରିୟମାଣ ହୋଇ ଗୋଟିଏ ବିରାଟ ବରଗଛ ଉପରେ ଦୀର୍ଘ ଦେଢ ଘଣ୍ଟା ରହିବା ପରେ ନିଜେ ତଳକୁ ଓହ୍ଲାଇବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଯୁବକଙ୍କର କୌଣସି କ୍ଷତି ହୋଇ ନ ଥିଲେ ସୁଦ୍ଧା ପୁଲିସ ଓ ଅଗ୍ନିଶମ କର୍ମଚାରୀ ତାଙ୍କୁ ଗଛରୁ ଓହ୍ଲାଇବା ପାଇଁ ନାକେଦମ୍ ହୋଇଥିଲେ।

ପାରିବାରିକ କହଳ ପାଇଁ ଗଛ ଉପରେ ଦେଢ ଘଣ୍ଟା

ଏହି ଦୃଶ୍ୟ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ମିଳିଥିବା ସୂଚନାନୁଯାୟୀ, ଏପରି ଏକ ରୋମାଞ୍ଚକର ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ହାଟପଦା ସାହିରେ । ଯୁବକ ଜଣକ ଡାବୁଗାଁ ସଦର ହାଟପଦା ସାହିର ମାନସ ନାୟକ( ୩୦) । ସୂଚନାନୁଯାୟୀ, ମାନସ ସୋମବାର ସକାଳେ କୌଣସି କଥାକୁ ନେଇ ସ୍ତ୍ରୀଙ୍କ ସହ ଝଗଡା ହେବା ପରେ ରାଗରେ ହାଟପଦା ନିକଟରେ ଥିବା ଏକ ବିରାଟ ବରଗଛ ଉପରେ ଦିନ ପ୍ରାୟ ୧୨ଟା ସମୟରେ ଚଢି ଯାଇଥିଲେ।

ନିଶାସକ୍ତ ମାନସଙ୍କୁ ତଳକୁ ଓହ୍ଲାଇବା ପାଇଁ ସେଠାରେ ଥିବା ଲୋକେ କହିଲା ପରେ ମଧ୍ୟ ସେ ଓହ୍ଲାଇ ନ ଥିଲେ। ଖବର ପାଇ ଡାବୁଗାଁ ପୁଲିସ ଓ ଅଗ୍ନିଶମ କର୍ମଚାରୀ ମାନସଙ୍କୁ ବରଗଛରୁ ଉଦ୍ଧାର କରିବା ପାଇଁ ଆସିଥିଲେ କିନ୍ତୁ ମାନସ ଗଛ ଉପରେ ଚଢିଲେ ତଳକୁ ଡେଇଁ ପଡିବି ବୋଲି କର୍ମଚାରୀଙ୍କୁ ଧମକ ଦେବା ପରେ ନିରୁପାୟ ହୋଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଅପେକ୍ଷା କରିଥିଲେ। ନିଶାସକ୍ତ ଯୁବକଙ୍କର ଏପରି କାଣ୍ଡ ଦେଖିବା ପାଇଁ ବରଗଛ ମୂଳରେ ପ୍ରବଳ ଜନ ଗହଳି ହେଇଥିଲା। ଶେଷରେ ଦୀର୍ଘ ଦେଢ଼ ଘଣ୍ଟା ପରେ ନିଶାସକ୍ତ ଯୁବକ ମାନସ ନିଜେ ବରଗଛରୁ ତଳକୁ ଓହ୍ଲାଇଥିଲେ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Nov 17, 2020, 7:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.