ETV Bharat / state

ନାତି ନେଲା ଜେଜେ ମା’ର ଜୀବନ, ହତ୍ୟା ପରେ ନାଳରେ ପୋତି ଦେଲା ମୃତଦେହ

author img

By

Published : Apr 15, 2023, 9:24 AM IST

ସାମାନ୍ୟ ବଚସାରୁ ଜେଜେମାର ଜୀବନ ନେଲା ନାତି । ପ୍ରମାଣ ନଷ୍ଟ କରିବା ପାଇଁ ନିଜ ମାଆର ସାହାଯ୍ୟରେ ମୃତଦେହକୁ ପୋତିଦେଇଥିଲା ନାତି । କେଉଁଠି ଘଟିଛି ଏହି ଘଟଣା । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ନାତିର ହାତରେ ଗଲା ଜେଜେମାର ଜୀବନ
ନାତିର ହାତରେ ଗଲା ଜେଜେମାର ଜୀବନ

ନାତିର ହାତରେ ଗଲା ଜେଜେମାର ଜୀବନ

ନବରଙ୍ଗପୁର: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ଜେଜେମାର ଜୀବନ ନେଲା ନାତି । ପ୍ରମାଣ ନଷ୍ଟ କରିବା ପାଇଁ ନିଜ ମାଆର ସାହାଯ୍ୟରେ ମୃତଦେହକୁ ପୋତିଦେଇଥିଲା ନାତି । ଚାରି ଦିନ ଧରି ଖୋଜାଖୋଜି ପରେ ମାଟି ତଳୁ ମିଳିଲା ଗଳିତ ଅବସ୍ଥାରେ ଜେଜେମାର ମୃତଦେହ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଖଣ୍ଡିଆଗୁଡା ଗାଁରେ । ପୋଲିସ ମାଟିତଳୁ ମୃତଦେହ ବାହାର କରି ଘଟଣା ସ୍ଥଳରେ ହିଁ ଡାକ୍ତରୀ ଟିମ ସହ ଘଟଣାସ୍ଥଳରେ ମୃତଦେହକୁ ବ୍ୟବଚ୍ଛେଦ କରିଛି ।

ସୂଚନା ଅନୁଯାୟୀ, ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ଖଣ୍ଡିଆଗୁଡା ଗାଁରେ ଚଳିତ ମାସ ୯ ତାରିଖ ଏପରି ହତ୍ୟାକାଣ୍ଡ ଘଟିଥିଲା। ସୋନାଇ ଜାନିଙ୍କ ପରିବାରରେ କୌଣସି ଏକ ଘରୋଇ କାରଣକୁ ନେଇ ବଚସା ହୋଇଥିଲା । ତେବେ ବଚସା ଉଗ୍ର ରୂପ ନେଇଥିଲା ଫଳରେ ନାତି ଜଗବନ୍ଧୁ ଜାନି ନିଜ ଜେଜେମାଙ୍କୁ ଠେଲି ଦେବାରୁ ତଳେ ପଡ଼ି ଘଟଣା ସ୍ଥଳରେ ହିଁ ସୋନାଇ ଜାନିଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ନାତି ଜଗବନ୍ଧୁ ଏବଂ ତାର ମାଆ କୁନି ଜାନି ମିଶି ମୃତଦେହକୁ ଲୁଚାଇବାକୁ ଯୋଜନା କରିଥିଲେ । ଘଟଣା ଦିନ ମଧ୍ୟରାତ୍ରରେ ନିଜ ଘର ନିକଟରେ ଥିବା ଏକ ନାଳରେ ସୋନାଇଙ୍କ ମୃତଦେହକୁ ପୋତିଦେଇ ଗାଁ ଛାଡି ପଳାୟନ କରିଥିଲେ ।

ଅଧିକ ପଢ଼ନ୍ତୁ: Model Village: ସହରଠୁ କମ ନୁହେଁ ଗୁଜୁରାଟର ୬ ଗ୍ରାମ, ଆଖିକି ଦେଉଛି ଚକମା

ଏସଡିପିଓଙ୍କ ସୂଚନାନୁଯାୟୀ, ମୃତ ସୋନାଇଙ୍କ ଭଣଜା ଲକିନାଥ ଜାନି ମୃତ ସୋନାଇ ଏବଂ ତାଙ୍କ ପରିବାର ବର୍ଗଙ୍କୁ ଖୋଜାଖୋଜି କରଥିଲେ । ପରେ ସୋନାଇ ନିଖୋଜ ଥିବା ନେଇ ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ନାତି ଓ ବୋହୁ ସୋନାଇଙ୍କୁ ହତ୍ୟା କରିଥିବା ତଦନ୍ତ ସମୟରେ ଜାଣିବାକୁ ମିଳିଥିଲା । ଉଭୟ ମାଆ କୁନି ଜାନି ଓ ପୁଅ ଜଗବନ୍ଧୁ ଜାନିଙ୍କୁ ଗିରଫ କରିଛି ପୋଲିସ । ଏହାପରେ ପୋତାଯାଇଥିବା ସ୍ଥାନକୁ ଅଭିଯୁକ୍ତ ଜଗବନ୍ଧୁକୁ ଘଟଣା ସ୍ଥଳକୁ ନେଇ ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ହିଁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ଉଭୟ ମାଆ ପୁଅଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ ।

ଅଧିକ ପଢ଼ନ୍ତୁ: Most Famous Athletes: ବିଶ୍ବର ଲୋକପ୍ରିୟ ଆଥେଲେଟ ଟପ୍-10ରେ କୋହଲି, ଫେଡରର-ନାଡାଲ ପଛରେ ପଡ଼ିଲେ

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.