ETV Bharat / state

ସରକାରଙ୍କ ନିର୍ଦ୍ଦେଶ ମାନୁ ନାହାନ୍ତି ସରକାରୀ କର୍ମଚାରୀ - ସରକାରୀ କର୍ମଚାରୀ

ନବରଙ୍ଗପୁରର କୋଳିଆପଦର ଗାଁ ବିଦ୍ୟାଳୟରେ ଶିକ୍ଷକମାନେ ଛାତ୍ରଙ୍କ ଦ୍ବାରା ଭାଙ୍ଗୁଛନ୍ତି ଟ୍ରାଫିକ ନିୟମ । ଦଶମ ଶ୍ରେଣୀ ଛାତ୍ରଙ୍କୁ 4 କିଲୋମିଟର ଗାଁକୁ ଭୋଜି ପାଇଁ ହଣ୍ଡା ଆଣିବାକୁ ପଠାଇଥିଲେ ଶିକ୍ଷକ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Sep 6, 2019, 7:38 PM IST

ନବରଙ୍ଗପୁର: ବେଆଇନ ଗାଡ଼ି ଚାଳନା ଓ ବର୍ଦ୍ଧିତ ଦୁର୍ଘଟଣା ସଂଖ୍ୟା ହ୍ରାସ କରିବା ପାଇଁ କଡାକଡି ଆଇନ ଆଣୁଛନ୍ତି ସରକାର । ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ଟ୍ରାଫିକ ନିୟମ ଆଧାରରେ ମୋଟା ଅଙ୍କର ଚାଲାଣ ମଧ୍ୟ କଟାଯାଉଛି । ନାବାଳକ ଓ ବିନା ଲାଇସେନ୍ସରେ ଗାଡି ଚଲାଇବା ବନ୍ଦ କରିବା ସକାଶେ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଥିବା ବେଳେ ଏହା ଭିତରେ ସରକାରୀ ସ୍କୁଲର ଶିକ୍ଷକମାନେ ନାବାଳକ ପିଲାମାନଙ୍କୁ ଗାଡି ଚଲାଇ ସ୍କୁଲ କାମରେ ନିୟୋଜିତ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର ଜିଲ୍ଲା ରାତଇଘର ବ୍ଲକର କୋଳିଆପଦର ଗାଁ ବିଦ୍ୟାଳୟରେ ଶିକ୍ଷକମାନେ ଛାତ୍ରଙ୍କୁ ବାଇକ ଦେଇ ସ୍କୁଲ କାମରେ ନିୟୋଜିତ କରୁଛନ୍ତି । ସ୍କୁଲରେ ରୋଷେଇ କରିବା ପାଇଁ ଭାତ ହଣ୍ଡାର ଅଭାବ ହେବାରୁ 10ମ ଶ୍ରେଣୀର ଛାତ୍ରଙ୍କୁ ଶିକ୍ଷକ ସ୍କୁଲଠାରୁ 4କିଲୋମିଟର ଦୂର ସୋନପୁର ଗାଁକୁ ଏକ ବାଇକ ଯୋଗେ ଆଣିବାକୁ ନିର୍ଦେଶ ଦେଇଥିଲେ । ଶିକ୍ଷକଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ CG 04 CY 7540 ମୋଟର ସାଇକେଲରେ ଛାତ୍ର ହଣ୍ଡା ଆଣିବାକୁ ଯାଇଥିଲେ । ବିପଦ ସଙ୍କୁଳ ଅବସ୍ତାରେ ଦୁଇ ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ ଗାଡିରେ ପଛପଟୁ ମୁହଁ କରି ହଣ୍ଡା ଧରି ବସିଥିବା ଦେଖିବାକୁ ମିଳିଛି ।

ଏ ନେଇ ପ୍ରଥମେ କୋଳିଆପଦର ସ୍କୁଲ ଶିକ୍ଷକଙ୍କୁ ପଚାରିବାରୁ ଦଶମ ଶ୍ରେଣୀର ଛାତ୍ର ବାଇକ ଚଳାଇବା ଏକ ସାଧାରଣ କଥା ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି । ଅଞ୍ଚଳର ସବୁ ନାବାଳକ ବାଇକ ଚଳାଉଥିବା ବେଳେ ବିଦ୍ୟାଳୟରେ ଭୋଜି ପାଇଁ ହଣ୍ଡା କମ ପଡ଼ିବାରୁ ଛାତ୍ରଙ୍କୁ ରାଇଘର ପଠାଯାଇଥିବା ଶିକ୍ଷକ ଜଣକ କହିଛନ୍ତି । ପରେ ଏ ସମ୍ପର୍କରେ ବିଇଓ ଭୋଳାନାଥ କୁମ୍ଭାରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିବା ବେଳେ ସେ ଫୋନ୍ ଉଠାଇ ନଥିଲେ । ଯଦି ପିଲାମାନଙ୍କର ରାସ୍ତାରେ କୌଣସି ଅଘଟଣ ଘଟିଥାନ୍ତା ତେବେ କଣ ବିଦ୍ୟାଳୟର ଶିକ୍ଷକ ଦାୟୀ ରହିଥାନ୍ତେ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋଇ, ଇଟିଭି ଭାରତ

Intro:ସ୍ଲୋଗ -ସରକାର ନିର୍ଦ୍ଦେଶ କୁ ଭାଙ୍ଗୁଛନ୍ତି ସରକାରୀ କର୍ମଚାରୀ l
ଫର୍ମାଟ - ଏଭିଓ,୦୬/୦୯/୧୯
ରିପୋର୍ଟ-ତପନ ବିଷୋୟୀ, ନବରଙ୍ଗପୁର
-----------------------------------------------------------
ଆଙ୍କର:- ସରକାର ନିର୍ଦ୍ଦେଶ କୁ ଭାଙ୍ଗୁଛନ୍ତି ସରକାରୀ କର୍ମଚାରୀ,
ସେପ୍ଟେମ୍ବର ଏକ ତାରିଖ ଠାରୁ ବେଆଇନ ଗାଡ଼ି ଚାଳନା ଓ ବର୍ଦ୍ଧିତ ଦୁର୍ଘଟଣା ର ସଂଖ୍ୟା ହ୍ରାସ କରିବା ସକାଶେ ଗାଡ଼ି ଚାଳକ ପାଇଁ କଡାକଡି ଆଇନ୍ ତିଆରି କରିଛନ୍ତି ଏହା ଭିତରେ ନାବାଳକ ଓ ବିନା ଲାଇସେନ୍ସ ରେ ଗାଡି ଚଲାଇବା ବନ୍ଦ କରିବା ସକାଶେ ବିଭିନ୍ନ ପ୍ରକାରର ପଦକ୍ଷେପ ନେବା ବେଳେ ସରକାରୀ ସ୍କୁଲ ର ଶିକ୍ଷକ ମାନେ ନାବାଳକ ପିଲାମାନଙ୍କୁ ଗାଡି ଚଲାଇ ସ୍କୁଲ କାମ ନିୟୋଜିତ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର କୋଳିଆପଦର ଗାଁ ବିଦ୍ୟାଳୟ ରେ।
ଦେଖିବାକୁ ମିଳିଛି ଯେଉଁଠି 10ମ ଶ୍ରେଣୀର ଛାତ୍ର ମାନଙ୍କୁ ସ୍କୁଲ ରେ ରୋଷେଇ କରିବା ପାଇଁ ଭାତ ହୋଣ୍ଡା ର ଅଭାବ ହେବାରୁ ଶିକ୍ଷକ ସ୍କୁଲ ଠାରୁ 4କିଲୋମିଟର ଦୂର ସୋନପୁର ଗାଁ କୁ ଏକ ବାଇକ ଯୋଗେ ଆଣିବାକୁ ନିର୍ଦେଶ ଦେଇଥିଲେ ଶିକ୍ଷକ ଙ୍କ ନିର୍ଦ୍ଦେଶ କୁ ପାଳନ କରିବାକୁ ଯାଇ CG 04 CY 7540 ମଟର ସାଇକେଲ ରେ ହୋଣ୍ଡା ଆଣିବାକୁ ଯାଇଥିଲେ ଏବଂ ବିପଦ ସଂକୁଳ ଅବସ୍ତା ରେ ପିଲା ଦୁହେଁ ଗାଡି ରେ ଜଣେ ପଛପଟୁ ମୁହଁ କରି ହୋଣ୍ଡା ଧରି ବସିଛି। ଛାତ୍ର ମାନଙ୍କୁ ଏ ସଂପର୍କ ରେ ପଚାରିବାରୁ ସ୍କୁଲ ର ହାଲବା ସାର ଏମାନଙ୍କୁ ଦୀର୍ଘ 4 କିଲୋମିଟର ଭାତ ହୋଣ୍ଡା ଆଣିବା ପାଇଁ ପଠେଇ ଥିଲେ,
ଏ ନେଇ ଆମେ ପ୍ରଥମେ କୋଳିଆପଦର ସ୍କୁଲ ଶିକ୍ଷକ ହାଲବା କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ରେ କହିଥିଲେ ଦଶମ ଶ୍ରେଣୀର ଛାତ୍ର ବାଇକ ଚଳାଇବା ଏକ ସାଧାରଣ କଥା ଏହି ଅଞ୍ଚଳରେ ସବୁ ନାବାଳକ ବାଇକ୍ ଚଳାଉଛନ୍ତି, ବିଦ୍ୟାଳୟ ରେ ଭୋଜି ହେଉଛି ହୋଣ୍ଡା କମ୍ ପଡ଼ିବାରୁ ପଠାଯାଇଥିଲା ରାଇଘର beo ଭୋଳା ନାଥ କୁମ୍ଭାର କୁ ଙ୍କୁ ଯୋଗାଯୋଗ ଚେଷ୍ଟା କରିଥିଲୁ ହେଲେ ସେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ ଅଭିଭାବକ ମାନେ ଏହି ଠାରେ ପ୍ରଶ୍ନ କରିଛନ୍ତି ଯଦି ସେ ପିଲା ମାନଙ୍କ ରାସ୍ତାରେ କୌଣସି ଅଘଟଣ ଘୋଟି ଥାନ୍ତା ତା ତେବେ କଣ ବିଦ୍ୟାଳୟ କିମ୍ବା ଶିକ୍ଷକ ଦାୟୀ ରହି ଥାନ୍ତା. ଏହା ଦେଖିଲେ ଜଣା ପଡୁଛି ସରକାର ଙ୍କ ନିୟମ ନିଜେ ସରକାରୀ କର୍ମଚାରୀ ହିଁ ଭାଙ୍ଗୁଛନ୍ତି ,ପିଲାଙ୍କୁ ବୟସ ପୂର୍ବରୁ ଏବଂ ବିନା ଲାଇସନ୍ସରେ ରେ ଗାଡ଼ି ନ ଚଳାଇବାକୁ ପରାମର୍ଶ ଦେବା ପରିବର୍ତେ ଗାଡ଼ି ଚଲେଇବାକୁ ଉତ୍ସାହିତ କରୁଛନ୍ତି।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.