ETV Bharat / state

ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ । ନ୍ୟାୟ ଦାବିରେ ନବରଙ୍ଗପୁର ଥାନାର ଦ୍ବାରସ୍ଥ ହେଲେ ପୀଡ଼ିତା । ଅଧିକ ପଢ଼ନ୍ତୁ

girl alleged molestation against dentist of nabarangpur hospital
ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ
author img

By

Published : Nov 6, 2022, 11:49 AM IST

ନବରଙ୍ଗପୁର: ଡାକ୍ତରଙ୍କୁ ଭଗବାନଙ୍କ ଦ୍ଵିତୀୟ ରୂପ ବୋଲି ବିବେଚନା କରାଯାଏ, କିନ୍ତୁ ଭଗବାନ ରୂପୀ ଡାକ୍ତର ନିଶାରେ ଚୁର ହୋଇ ଯୁବତୀଙ୍କୁ ଅସଦାଚରଣ କରିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଦାନ୍ତ ଡାକ୍ତରଙ୍କ ବିରୋଧରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି । ଜଣେ କାର୍ଯ୍ୟରତ ଡାକ୍ତର ଚିକିତ୍ସା ବାହାନାରେ ଜନୈକ ଯୁବତୀଙ୍କ ଗୁପ୍ତାଙ୍ଗ ସ୍ପର୍ଶ କରିଥିବା ଅଭିଯୋଗ କରି ନବରଙ୍ଗପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ଯୁବତୀଙ୍କ ଅଭିଯୋଗ ଆଧାରରେ ନବରଙ୍ଗପୁର ଥାନା ପୋଲିସ ୩୪୧,୩୫୪,୩୫୪-A ଦଫାରେ ମାମଲା ରୁଜୁ କରିଛି । ସମ୍ପୃକ୍ତ ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା ପରେ ନୋଟିସ ଦେଇ ଛାଡ଼ି ଦେଇଥିବା ବେଳେ ପୀଡିତା ଜଣକ ନ୍ୟାୟ ଦାବିରେ ପୁଣିଥରେ ଥାନାରେ ପହଞ୍ଚିଛନ୍ତି । ସୂଚନା ଅନୁସାରେ, ଡାବୁଗାଁ ଥାନା ଅଧିନସ୍ଥ ଜଣେ ଯୁବତୀ ଗତ ୩ ତାରିଖ ଦିନ ନିଜର ଦାନ୍ତ ବ୍ୟଥା ପାଇଁ ବିଭିନ୍ନ ଟେଷ୍ଟ ରିପୋର୍ଟ ନେଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ ।

ସେଠାରେ ଦାନ୍ତ ଚିକିତ୍ସକ ସମ୍ବିତ ସାଡ଼ବାଲଙ୍କୁ ଦେଖାଇଥିଲେ । ଡାକ୍ତର ସମ୍ବିତ କାର୍ଯ୍ୟରତ ସମୟରେ ମଦ ପିଇ ଚିକିତ୍ସା ବାହାନାରେ ଯୁବତୀଙ୍କ ଗୁପ୍ତାଙ୍ଗ ସ୍ପର୍ଶ କରିବା ସହ ଅଶ୍ଲୀଳ ଭାଷା ପ୍ରୟୋଗ କରିଥିଲେ । ଉକ୍ତ ଯୁବତୀ ଜଣକ ଏହି ଘଟଣାକୁ ନେଇ ପରିବାର ଲୋକଙ୍କୁ ଜଣାଇଥିଲେ । ତେବେ ସେ ତାଙ୍କ ପରିବାର ଲୋକଙ୍କୁ ନେଇ ଡାକ୍ତରଖାନା ଆସୁଥିବା ଦେଖି ଡାକ୍ତର ଜଣକ ନିଜ ଚାମ୍ବରରେ ତାଲା ପକାଇ ଫେରାର ହୋଇଯାଇଥିଲେ । ଏହାପରେ ପରେ ନବରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିବା ସହ ଡାକ୍ତର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଲାଞ୍ଜ ନେଇ ନିଲମ୍ବିତ ହେଲେ ଫରେଷ୍ଟ ଗାର୍ଡ, ଟ୍ରାକ୍ଟର ମୁକୁଳାଇବା ପାଇଁ ୨୦ହଜାର ନେଇଥିଲେ

ତେବେ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତରଙ୍କ ଏଭଳି କାଣ୍ଡରେ ପୋଲିସ କେବଳ ପଚରାଉଚରା କରି ଛାଡ଼ିଦେବା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ସମାଜସେବୀ କାଦମ୍ବିନୀ ତ୍ରିପାଠୀ ପୀଡିତାଙ୍କୁ ସାଙ୍ଗରେ ଧରି ନିଜେ ଥାନାକୁ ଆସି ତଦନ୍ତ ନେଇ ପଚାରି ବୁଝିଛନ୍ତି । ଏତଲାକୁ ଭିତ୍ତି କରି ପୀଡିତାଙ୍କ ୧୬୪ ରେକର୍ଡ ପାଇଁ ପଠାଇଛି । ଏହି ଘଟଣାକୁ ନେଇ ପୋଲିସ କିମ୍ବା ସମ୍ପୃକ୍ତ ଡାକ୍ତରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏନେଇ ସମାଜସେବୀ କାଦମ୍ବିନୀ ତ୍ରିପାଠୀ କହିଛନ୍ତି, "ଆଗାମୀ ୭ ଦିନ ମଧ୍ୟରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଲେ ପରିସ୍ଥିତି ଅଣାୟତ ହେବ ।" ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ରୋକଠୋକ କହିଛନ୍ତି ସମାଜସେବୀ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.