ETV Bharat / state

ନବରଙ୍ଗପୁରରେ ଅଣାୟତ୍ତ କୋରୋନା, ଦୈନିକ ସଂକ୍ରମଣ ପୁଣି 3 ଶହ ଟପିଲା

author img

By

Published : May 2, 2021, 8:24 PM IST

ଜିଲ୍ଲାରେ କୋଭିଡ୍ ସଂକ୍ରମଣର ଦ୍ୱିତୀୟ ଲହର ପ୍ରଥମ ଲହର ଅପେକ୍ଷା ଅଧିକ ଘାତକ ହେବାରେ ଲାଗିଛି । ରବିବାର ଜିଲ୍ଲାରେ ପୁଣି 320 ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ନବରଙ୍ଗପୁରରେ ଅଣାୟତ୍ତ କୋରୋନା, ଦୈନିକ ସଂକ୍ରମଣ ପୁଣି 3 ଶହ ଟପିଲା
ନବରଙ୍ଗପୁରରେ ଅଣାୟତ୍ତ କୋରୋନା, ଦୈନିକ ସଂକ୍ରମଣ ପୁଣି 3 ଶହ ଟପିଲା

ନବରଙ୍ଗପୁର: ଜିଲ୍ଲାରେ କୋଭିଡ୍ ସଂକ୍ରମଣର ଦ୍ୱିତୀୟ ଲହର ପ୍ରଥମ ଲହର ଅପେକ୍ଷା ଅଧିକ ଘାତକ ହେବାରେ ଲାଗିଛି । ରବିବାର ଜିଲ୍ଲାରେ ପୁଣି 320 ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର 639ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 7 ହଜାର 579 ଜଣ ସୁସ୍ଥ ହୋଇଥିବାବେଳେ ଏବେ ମଧ୍ୟ ଅନ୍ୟ 2 ହଜାର 988 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଏବଂ 2 ହଜାର 881 ଜଣ ସଂକ୍ରମିତ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି ।

ରବିବାର ଚିହ୍ନଟ 320 ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ରାଇଘର ବ୍ଲକରୁ 110 ଜଣ, ଚନ୍ଦାହାଣ୍ଡି ବ୍ଲକରୁ 52 ଜଣ, ଉମରକୋଟ ବ୍ଲକରୁ 35 ଜଣ, ଝରିଗାଁ ବ୍ଲକରୁ 27 ଜଣ, ଉମରକୋଟ ପୌରାଞ୍ଚଳରୁ 26 ଜଣ, ନବରଙ୍ଗପୁର ପୌରାଞ୍ଚଳରୁ 17 ଜଣ, ପାପଡାହାଣ୍ଡି ବ୍ଲକରୁ 15 ଜଣ ଚିହ୍ନଟ ହୋଇଥିବା ବେଳେ ତେନ୍ତୁଳିଖୁଣ୍ଟି ବ୍ଲକରୁ 13 ଜଣ, ନନ୍ଦାହାଣ୍ଡି ବ୍ଲକରୁ 10 ଜଣ, କୋଷଗୁମୁଡା ବ୍ଲକରୁ 8 ଜଣ, ଡାବୁଗାଁ ବ୍ଲକରୁ 4 ଜଣ ଏବଂ ନବରଙ୍ଗପୁର ବ୍ଲକରୁ 3 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲାରେ ଆଜି ସୁଦ୍ଧା ସମୁଦାୟ 2 ଲକ୍ଷ 42 ହଜାର 304 ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.