ETV Bharat / state

ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ପ୍ରଦୀପ ମାଝୀ - ନବରଙ୍ଗପୁର

ବିଦ୍ଧିବଧ ଭାବେ ଶାସକ ବିଜୁ ଜନତା ଦଳ (ବିଜେଡି)ରେ ସାମିଲ ହେଲେ ବିଶିଷ୍ଟ ଆଦିବାସୀ ନେତା ତଥା ପୂର୍ବତନ ନବରଙ୍ଗପୁର କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ଅଧିକ ପଢନ୍ତୁ...

ପ୍ରଦୀପ ମାଝୀ
ପ୍ରଦୀପ ମାଝୀ
author img

By

Published : Nov 6, 2021, 4:30 PM IST

Updated : Nov 8, 2021, 7:32 PM IST

ନବରଙ୍ଗପୁର: ବିଦ୍ଧିବଧ ଭାବେ ଶାସକ ବିଜୁ ଜନତା ଦଳ (ବିଜେଡି)ରେ ସାମିଲ ହେଲେ ବିଶିଷ୍ଟ ଆଦିବାସୀ ନେତା ତଥା ପୂର୍ବତନ ନବରଙ୍ଗପୁର କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ।

ବିଦ୍ଧିବଧ ଭାବେ ବିଜେଡିରେ ସାମିଲ ହେଲେ ପ୍ରଦୀପ ମାଝୀ

ଆଜି (ଶନିବାର) ନବରଙ୍ଗପୁର ମାଝୀଗୁଡା ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି ପ୍ରଦୀପ। ଏହି ମିଶ୍ରଣ ପର୍ବରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ହସ୍ତତନ୍ତ, ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ନବରଙ୍ଗପୁର ସାଂସଦ ରମେଶ ମାଝୀ, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ନବରଙ୍ଗପୁରର ବିଜେଡି ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ମିଶ୍ରଣ ପୂର୍ବରୁ ପ୍ରଦୀପ ନବରଙ୍ଗପୁର ସହରରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ଚାଉଁରିଆଗୁଡା ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ । ସହର ପରିକ୍ରମା ବେଳେ ପାରମ୍ପରିକ ବାଦ୍ୟ, ଯନ୍ତ୍ର ନୃତ୍ୟରେ କମ୍ପିଥିଲା ନବରଙ୍ଗପୁର ସହର । ଏହି ଶୋଭାଯାତ୍ରାରେ ପ୍ରାୟ 10 ହଜାର ସମର୍ଥକଙ୍କ ସମେତ ନବରଙ୍ଗପୁର, କୋରାପୁଟ, ରାୟଗଡା ଓ ମାଲକାନଗିରି ଜିଲ୍ଲାର ପ୍ରାୟ 3 ଶହ ରୁ ଅଧିକ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବିଧାୟକ, ବିଧାୟକ ପ୍ରାର୍ଥୀ, ବ୍ଲକ ସଭାପତି,ପଞ୍ଚାୟତସ୍ତରରେ ନେତା ଓ ସାଧାରଣ ଜନତା ସାମିଲ ହୋଇ ବିଜେଡିରେ ମିଶିଥିଲେ ।

ସହର ପରିକ୍ରମା ବେଳେ ପ୍ରଦୀପ ମାଝୀଙ୍କୁ ବିଭିନ୍ନ ସ୍ଥାନରେ ସ୍ବାଗତ ସମ୍ବର୍ଦ୍ଧନା ଦେବା ସହ ସାଧାରଣ ଲୋକେ ନିଜର ସମର୍ଥନ ଜଣାଇଥିଲେ । ପରେ ଆୟୋଜିତ ମିଶ୍ରଣ ସଭାସ୍ଥଳକୁ ଯାଇ ଶଙ୍ଖ ଫୁଙ୍କିଥିଲେ । ସେଠାରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟମାନେ ପ୍ରଦୀପଙ୍କୁ ବିପୁଳ ସ୍ବାଗତ କରିଥିଲେ ।

ପରେ ଗଣମାଧ୍ୟମ ସହ ଆଲୋଚନା କରି ପ୍ରଦୀପ କହିଛନ୍ତି, ଲୋକଙ୍କ ସେବା ପାଇଁ ସେ ବିଜେଡି ସହ ଆସିଛନ୍ତି । ଆମର ଲକ୍ଷ୍ୟ ଆଗାମୀ ଦିନରେ ଦକ୍ଷିଣ ଓଡିଶାର ପୁରା ବିକାଶ ସହ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ରାୟଗଡାର କିଭଳି ଦ୍ରୁତ ବିକାଶ ହୋଇପାରିବ ସେନେଇ ସରକାରୀ ଦଳ ସହ ମିଶିବାକୁ ନିଷ୍ପତ୍ତି ନେଲୁ । ଦଳ ଆମକୁ ଭରସା କରିଛି । ଆମେ ମଧ୍ୟ ଦକ୍ଷିଣ ଓଡିଶାକୁ ବିଜେଡିର ଗଡ ଭାବେ ପରିଣତ କରିବୁ ବୋଲି ପ୍ରଦୀପ କହିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Last Updated : Nov 8, 2021, 7:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.